Movie prime
ବହୁ ଚର୍ଚ୍ଚିତ ନାଁ ପୂର୍ଣ୍ଣଚନ୍ଦ୍ର ହି-ଷ୍ଟ୍ରି-ଆ ଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଖନ୍ତୁ କହିଲେ ମନର କଥା
 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ କେମେଡି ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ଏଭଳି ଜଣେ ପ୍ରତିଭା ଅଟନ୍ତି ଯିଏ କି ଓଡ଼ିଶାର ୧୦୮ ର ପ୍ରଥମ ଏମ୍ପ୍ଳୟୀ।ଏହାଛଡା ସେ କମେଡି ମଧ୍ୟ କରିଛନ୍ତି।କେବଳ ଓଡ଼ିଆ ଜଗତରେ ନୁହେଁ ବଲିଉଡ଼ ରେ ମଧ୍ୟ ଅଭିନୟ କରିଛନ୍ତି।
ତାଙ୍କର ନାମ ହେଉଛି ସୁଜିତ କୁମାର ପରିଡା କିନ୍ତୁ ତାଙ୍କୁ ସମସ୍ତେ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ନାମରେ ଜାଣିଛନ୍ତି।ଆପଣମାନେ ଭାତ ଟେ ହେବ, ଡାଲି ଟେ ହେବ ଡାଇଲଗ୍ ଟି ନିଶ୍ଚୟ ଭାବରେ ଶୁଣିଥିବେ।ଏହି ଡାଇଲଗ୍ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହୋଇଥିଲା।ବର୍ତ୍ତମାନ ମଧ୍ୟ ଏହି ଡାଇଲଗ୍ ଟି ପ୍ରତ୍ୟେକ ଟି ଘରେ ଘରେ ପରିଚିତ।ଏହି ଡାଇଲଗ୍ ଟି ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଥିଲେ।ଯାହାକି ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ଏବେ ବି କରୁଛନ୍ତି।
ଅଭିନେତା ପୂର୍ଣ୍ଣଚନ୍ଦ୍ର ସାକ୍ଷାତକାର ରେ କହିଛନ୍ତି ଯେ ତାଙ୍କର ଏହି ଡାଇଲଗ୍ ଟି ଏତେ ମାତ୍ରାରେ ଦର୍ଶକମାନେ ପସନ୍ଦ କରିବେ ସେ ଜାଣି ନଥିଲେ।୨୦୨୦ ମସିହାରେ ଏହି ଭିଡିଓ ଟି ସୁଟିଂ କରିଥିଲେ।ଅକ୍ଟୋବର ମାସରେ ଅପଲୋଡ଼ କରିଥିଲେ।ଦୁଇ ମାସ ହୋଇଯାଇଥିଲା କିନ୍ତୁ କେହି ଦର୍ଶକମାନେ ସେହି ଭିଡିଓ ଟି ଏତେ ଦେଖି ନଥିଲେ।କିନ୍ତୁ ଦୁଇ ମାସ ପରେ ସେହି ଭିଡିଓ କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଥିଲେ।
ସେହିଦିନ ଠାରୁ ଦର୍ଶକମାନେ ତାଙ୍କୁ ଭଲ ପାଇବା ଦେଉଛନ୍ତି।ଅଭିନେତା ପୂର୍ଣ୍ଣଚନ୍ଦ୍ର ଯେତେବେଳେ ଅଭିନୟ କରିବାକୁ ଆସିଲେ ସେତେବେଳେ ତାଙ୍କୁ ସମସ୍ତେ ସୁଜିତ୍ ବୋଲି ଡାକିଲେ।ଅଭିନେତା ମିହିର ଦାସଙ୍କ ଜନ୍ମଦିନ ରେ ଅଭିନେତା ପୂର୍ଣ୍ଣଚନ୍ଦ୍ର କଲ୍ କରି କହିଲେ ଯେ ସୁଜିତ୍ କହୁଛି।କିନ୍ତୁ ଅଭିନେତା ମିହିର ଦାସ ତାଙ୍କୁ ଜାଣି ପାରି ନଥିଲେ।ଯେତେବେଳେ ଅଭିନେତା ପୂର୍ଣ୍ଣଚନ୍ଦ୍ର ଭାତ ଟେ ହେବ, ଡାଲି ଟେ ହେବ ଭିଡିଓ ର ପୂର୍ଣ୍ଣଚନ୍ଦ୍ର କହୁଛନ୍ତି ବୋଲି କହିଲେ ସେତେବେଳେ ଅଭିନେତା ମିହିର ଦାସ୍ ତାଙ୍କୁ ଜାଣି ପାରିଥିଲେ।ତେଣୁ ସେହି ଭିଡିଓ ପରେ ତାଙ୍କୁ ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ନାମରେ ସମସ୍ତେ ଜଣିଗଲେ।