Movie prime

ଶେଷରେ ମୁଁହ ଖୋଲିଲେ Daitari Panda - ମୁଁ କାହାଠାରୁ ଟଙ୍କା ଆଣିନି ମତେ ଜାଣି ଶୁଣି ବଦନାମ କରା ଯାଉଛି

 
gfdg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତର ଜଣା ଶୁଣା ବ୍ୟକ୍ତିତ୍ଵ ତଥା ଅଭିନେତା ଦୈତାରି ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ସେ ପ୍ରତ୍ୟେକ ଓଡ଼ିଆ ଙ୍କ ଘରେ ବେଶ୍ ଭଲ ଭାବରେ ପରିଚିତ ଅଟନ୍ତି। ଯାତ୍ରା ଜଗତରେ ତାଙ୍କ ଯାତ୍ରା ମଧ୍ୟ ବହୁତ ଭଲ ରହିଛି। ହେଲେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଦୈତାରି ପଣ୍ଡା କେବେ ହେଲେ ମଧ୍ୟ ପଇସା ଲାଳସା ରଖି ଯାତ୍ରା ପାର୍ଟି ପରିବର୍ତ୍ତନ କରି ନାହାଁନ୍ତି।

ତାଙ୍କୁ ଯାତ୍ରା ରେ ପରିଶ୍ରମ କରି ଯାହା ପାରିଶ୍ରମିକ ମିଳିଥାଏ ସେଥିରେ ମଧ୍ୟ ସେ ଖୁସି ହୋଇଥାଆନ୍ତି। କେବେ ହେଲେ ମଧ୍ୟ ନିଜ ପାରିଶ୍ରମିକ ବାବଦରେ ବିବାଦ ମଧ୍ଯ କରି ନାହାଁନ୍ତି। ଏଥି ପାଇଁ କେନ୍ଦ୍ରାପଡ଼ା ରେ ଘଟିଥିବା ଘଟଣା ଅର୍ଥାତ୍ ପାର୍ବତୀ ଗଣନାଟ୍ୟ ର ମ୍ୟାନେଜର ହର ବାରିକ ଦୈତାରି ପଣ୍ଡା ଫେରାର ଥିବା କଥା କହି ଥିବା ବେଳେ ଥାନାରେ ମଧ୍ୟ ଏତଲା ଦେଇଥିଲେ।

ହେଲେ ଦୈତାରି ପଣ୍ଡା ଏହି ସବୁ କଥା କୁ ସମ୍ପୂର୍ଣ ଭାବରେ ଖାରଜ କରିଛନ୍ତି । ସେ କହିଛନ୍ତି କି ହର ବାରିକ ତାଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଠା କରି ନାହାଁନ୍ତି। ଏଥି ସହ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି। ତାଙ୍କ ସମ୍ମାନ କୁ ସମାଜରେ ମଧ୍ୟ ହାନି କରୁଛନ୍ତି। ତାଙ୍କ ବିରୁଦ୍ଧରେ ଏକ ଚକ୍ରାନ୍ତ ଚଳାଇ ଛନ୍ତି। ଏବେ ଦୈତାରି ପଣ୍ଡା ଅତ୍ୟନ୍ତ ମାନସିକ ଚିନ୍ତା ଗ୍ରସ୍ତ ମଧ୍ଯ ଅଛନ୍ତି।

ତାଙ୍କୁ ଯଦି ଏଭଳି ଭାବରେ ମାନସିକ ଚାପ ପକା ଯିବ ତ ଦୈତାରି ପଣ୍ଡା ଆ-ତ୍ମ-ହ-ତ୍ୟା କରିଦେବେ ବୋଲି ଚେତାବନୀ ପ୍ରଦାନ କରୁଛନ୍ତି। ଏବଂ ଏହାପରେ ଏହାର ଦାୟୀ ହର ବାରିକ ହେବେ ଏଥି ସହ ଦୈତାରି ଙ୍କ ପାରିବାର ର ଭରଣ ପୋଷଣ କରିବେ ଓ ସବୁ ଦାୟିତ୍ଵ ତୁଲାଇବେ ବୋଲି ଏଭଳି କିଛି ମନ୍ତବ୍ୟ ଦୈତାରି ପଣ୍ଡା ମିଡ଼ିଆ ସମ୍ମୁଖରେ ରଖିଥିଲେ।