Movie prime

ଆଜିବି ଧାନ ଦେଲେ ମିଳୁଛି ଜଳଖିଆ ଦେଖନ୍ତୁ ମାଉସୀ ଜଣଙ୍କ କେମିତି ବଜାୟ ରଖିଛନ୍ତି ଏହି ପୁରୁଣା ପରମ୍ପରା

 
Viral News
ମତେ ଧାନ ଚାଉଳ ଦିଅ ମୁଁ ତୁମକୁ ତା ବଦଳରେ ମୁଁ ତୁମକୁ କିଛି ଜିନିଷ ଦେବି। ଏହି କଥା ହୁଏତ ଶୁଣିଲେ ଆପଣ ମାନଙ୍କ ମନରେ ଆସିଯିବ ସେହି ପୁରୁଣା କଥାର ସ୍ମୃତି।
ଯେଉଁ ସମୟରେ ପ୍ରଚଳନି ଥିଲା ଏପରି ନେଣ ଦେଣ ର। ଆଉ ଏମିତି ରେ ବର୍ତ୍ତମାନର ଯୁଗ ହେଉଛି ୫ ଜି ବା ଡିଜିଟାଲ ଯୁଗ।ଆଉ ଏହି ଯୁଗରେ ବି ଏହିକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଧାନ ଚାଉଳ ବଦଳରେ ପୁଣି ଜିନିଷ ଦିଆ ଯାଉଛି।
ଆଜିର ଯୁଗରେ ମଧ୍ୟ ଏଭଳି କିଛି ପ୍ରଚଳନି ଚାଲି ଆସୁଛି।ଡିଜିଟାଲ ଯୁଗରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଆଜିବି ବଞ୍ଚି ରହିଛି ଏହି ଶତାଧିକ ବର୍ଷର କିଣାବିକା ପରମ୍ପରା। ଧାନ ବଦଳରେ ପୁଣି ଦିଆଯାଉଛି ଜଳଖିଆ।
ଏହି ଦୃଶ୍ୟ ଦେଖିଲେ ଅନେକ ବୟସ୍କ ବ୍ୟକ୍ତି ମାନଙ୍କର ସେହି ପିଲା ଦିନର ଅଭୁଲା ସ୍ମୃତି ଗୁଡ଼ିକ ମନେ ପଡ଼ିଯିବ।ଆଜି ବି କିଣାବିକା କାରବାର ର ପୁରୁଣା ପରମ୍ପରା ଚାଲୁଥିବା ଏହି ଗାଁ ଟି ହେଉଛି ସମ୍ବଲପୁର ଜିଲ୍ଲା ର ଚାଉଁର ପୁର।
ଚାଉଁର ପୁର ଗ୍ରାମରେ ଆଜିବି ଚାଲିଛି ଏହିଭଳି ସାମଗ୍ରୀ କିଣାବିକା କରିବାର ସେହି ପୁରୁଣା ପରମ୍ପରା।ପୁରୁଣା ଧାନ ଦେଇ ସାମଗ୍ରୀ କିଣିବା ଅନ୍ୟାନ୍ୟ ପରମ୍ପରା।
ଡିଜିଟାଲ ଯୁଗରେ ଯେଉଁଠି ଡିଜିଟାଲ ପେମେନ୍ଟ ର ବ୍ୟବସ୍ଥା ରହିଛି ସେଠି ଚାଉଁର ପୁର ଗ୍ରାମର ଜଳଖିଆ ଦୋକାନ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।ଏହି ଦୋକାନ କୁ ଦେଖିଲେ ଆଜି ବି ଆମକୁ ପିଲା ଦିନର କଥା ଆପେ ଆପେ ମନେ ପଡ଼ିଯିବ।
ଏହି ଦୋକାନରେ ବସିଛନ୍ତି ଜଣେ ୭୫ ବର୍ଷୀୟା ବୃଦ୍ଧା ଶୁଭ ବେହେରା।ଏହି ପରିଣତ ବୟସରେ ବି ସେ ନିଜ ଘରୁ ଜଳଖିଆ, ମୁଢ଼ି ତିଆରି କରି ଗାଁ ମୁଣ୍ଡରେ ଥିବା ଏକ ଘର ଆଗରେ ଖୋଲିଛନ୍ତି ତାଙ୍କର ଏହି ନିଆରା ଜଳଖିଆ ଦୋକାନ।
ଏହି ବୁଢ଼ୀ ମା ଙ୍କ ଜଳଖିଆ ଦୋକାନ କୁ ଅନେକ ଲୋକମାନଙ୍କ ର ଭିଡ଼ ଜମିଥାଏ।ଭୋର ୫ ଟା ୩୦ ସମୟରେ ଶୁଭ ବେହେରା ତାଙ୍କର ଏହି ଦୋକାନ କୁ ଖୋଲିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.