Movie prime

ଉଦ୍ଧାର ହେଲା ବିରଳ କଇଁଛ ଦେଖନ୍ତୁ କେତେ ବିଶାଳକାୟ ଏହି କଇଁଛ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗାଁ ରେ ସମସ୍ତେ ଛୋଟ ଛୋଟ କଇଁଛ ହିଁ ଦେଖୁଥିବେ। ଏକ କେଜି କିମ୍ବା ଦୁଇ କେଜି ନଚେତ୍ ତିନି କେଜି। ହେଲେ ଏତେ ବଡ କଇଁଛ ଦେଖି ଗାଁ ରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ। ଏବଂ ସେହି କଇଁଛ ମଧ୍ୟ ଟିକେ ଅଜବ ଧାରଣର ଦେଖାଯାଉ ଅଛି। ଗାଁ ଲୋକ ମାନେ ଏବେ ଆଶ୍ଚର୍ଯ୍ୟ ଚକିତ କି ଗ୍ରାମରେ ଏତେବଡ଼ କଇଁଛ ଆସିଲା କେଉଁଠାରୁ।
ଏହାପରେ ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ବନବିଭାଗ କୁ ମଧ୍ଯ ଜଣାଇଥିଲେ। ପରେ ସେଠାରେ ମଧ୍ଯ ବନବିଭାଗ ଯାଇ ପହଞ୍ଚି ଥିଲା। ତେବେ ଏହି ଦୃଶ୍ୟକୁ ଆପଣ ବେଶ ଭଲ ଭାବରେ ଦେଖି ପାରୁଥିବେ କେମିତି କଇଁଛ ଟି ପୁରା ରାଗି ଯାଇଛି। ଯେଭଳି ସେଟା ତାର ନିଜର ଅଞ୍ଚଳ ନୁହେଁ। ଯାଜପୁର, ମଙ୍ଗଳପୁର ଥାନା , ତରପୁର ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ପ୍ରଜାତିର କଇଁଛ ।
ଏବଂ ଏହି କଇଁଛ ଟିକୁ ବନ ବିଭାଗ ହିଁ ଉଦ୍ଧାର କରିଛି। ସୂଚନା ମୁତାବକ କଟକ ବନଖଣ୍ଡ ଅଧିକାରୀ ଡାକ୍ତର ସଞ୍ଜୟ କୁମାର ସ୍ବାଇଁ ଏହି କଇଁଛ ଟିକୁ ଉଦ୍ଧାର କରିଥିଲେ। ଏହାପରେ ସେ ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ କୁ ମଧ୍ଯ ସୂଚନା ଦେଇଥିଲେ। ଏହାପରେ ରେଞ୍ଜର ଜଣକ ସୂଚନା ପାଇବା ମାତ୍ରେ କଇଁଛ କୁ ଉଦ୍ଧାର କରିବା ପାଇଁ ତୁରନ୍ତ ବାହାରି ପଡ଼ିଥିଲେ।
ଏହି କଇଁଛ କୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏହାପରେ କଇଁଛ କୁ ଉଦ୍ଧାର କରିବା ପରେ ତାହାକୁ ଯାଜପୁର ବନବିଭାଗ କୁ ନିଆ ଯାଇଥିଲା। ହେଲେ ଆଜି କଇଁଛ ଟିକୁ ବାରଙ୍ଗ ସ୍ଥିତ ନନ୍ଦନକାନନ କୁ ନିଆ ଯାଇଛି। କଇଁଛ ଟି ସଂପୂର୍ଣ୍ଣ ଭାବରେ ସୁସ୍ଥ ମଧ୍ଯ ଅଛି। ତେବେ ଏହି ବିରଳ ପ୍ରଜାତିର କଇଁଛ ଟିକୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ ଚକିତ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.