Movie prime

ପବିତ୍ର ଦେବ ଦିପାବଳୀ ରେ ବଡ଼ ଦାଣ୍ଡରେ ପହଞ୍ଚିଲେ Sabyarchita ଦେଖନ୍ତୁ କଣ କହିଲେ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚତୁର୍ଦ୍ଦଶୀ ତିଥିରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି।
ଏହି ଅବସରରେ ଓଲିଉଡ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ସିଂହଦ୍ୱାର ସମୁଖରେ ଦୀପଦାନ କରିଛନ୍ତି। ଗତକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି।
ଚତୁର୍ଦ୍ଦଶୀ ତିଥିରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। 
ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ। ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଝୋଟି ଚିତା ପକାଇ ତା ଉପରେ ଦୀପ ଲଗାଇ ଦୀପାବଳି ପାଳନ କରାଯାଇଛି।
ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି। 
ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦିଆଯାଇଛି ।
ଏହି ଅବସରରେ ଶ୍ରୀମନ୍ଦିର ସେବାୟତ, ଛତିଶା ନିଯୋଗ ମହାନାୟକ ଓ ଓଲିଉଡ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ସିଂହଦ୍ୱାର ସମୁଖରେ ଦୀପଦାନ କରିଛନ୍ତି। 
ଆପଣ ମାନେ ଜାଣି ଥିବେ ଏବେ ବହୁତ ଜାଗା କୁ ଯାଇ ବୁଲା ବୁଲି କରୁଛନ୍ତି ସବ୍ୟ ଆଉ ଅର୍ଚ୍ଚିତା। କିନ୍ତୁ ବର୍ତ୍ତମାନ ସମୟରେ ସେ ପୁରୀ ର ମହା ପ୍ରଭୁ ଶ୍ରୀ ଜଗନ୍ନାଥ କୁ ଦର୍ଶନ କରିବା କୁ ଯାଇଛନ୍ତି।
ଯେଉଁଠୀ ସେ ବହୁତ ସାରା ଫଟୋ ମଧ୍ୟ ଉଠେଇଛନ୍ତି। ସେଠାରେ ସେ ମହାପ୍ରଭୁ ଙ୍କୁ ଦର୍ଶନ କରି ଛନ୍ତି ଆଉ ମହା ଆଳତି ମଧ୍ୟ କରିଛନ୍ତି ଯାହା ର ଫଟୋ ଓ ଭିଡିଓ ସବୁ ଭାଇରାଲ ହେବାକୁ ଲାଗୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.