ଚତୁର ଡ୍ରାଇଭର ଜାଣି ଜାଣି କରାଇଲା ଦୁର୍ଘଟଣା ୧୨ ଲକ୍ଷ ଟଙ୍କାର ମାଛ ୭ ଲକ୍ଷ୍ୟରେ ବିକି ଘଟାଇଲା ଲଙ୍କାକାଣ୍ଡ
Tue, 2 Aug 2022

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ଏଭଳି ଏକ ଖବର ଦେବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଆଜ୍ଞା ହଁ ଆନ୍ଧ୍ର ପ୍ରଦେଶ ରୁ କୋଲକାତା କୁ ଆସୁଥିଲା ଏକ ମାଛ ଥିବା ଟ୍ରକ୍। ଏବଂ ସେହି ଟ୍ରକ୍ ରେ ବାର ଲକ୍ଷ ଟଙ୍କାର ମାଛ ଥିଲା। ଏତେ ଟଙ୍କାର ମାଛ ଦେଖି ତା ଡ୍ରାଇଭର ଜଣକ ତାର ଲୋଭ ସମ୍ଭାଳି ପାରି ନଥିଲା।
୧୨ଲକ୍ଷ ଟଙ୍କାର ସେହି ମାଛକୁ ଅନ୍ୟ ଜଣ ମାଛ ବ୍ୟବସାୟୀ କୁ ୭ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲା।
ଏବଂ ଗଞ୍ଜାମ ଠାରେ ଥିବା ଖଲିକୋଟ ଘାଟି ରେ ସେ ଟ୍ରକ ଡ଼୍ରାଇଭର ଜଣକ ଟ୍ରକ୍ କୁ ଘାଟି ଉପରୁ ପକାଇ ଦେଇ ଏକ୍ସିଡେଣ୍ଟ ଅଥବା ଦୁର୍ଘଟଣା ବୋଲି ଦର୍ଶାଇ ଦେଇଥିଲା। ଏହାପରେ ପେଟ୍ରୋଲ ଢାଳି ଟ୍ରକ ରେ ନିଆ ମଧ୍ଯ ଲଗାଇ ଦେଇଥିଲା।
ହେଲେ ଟ୍ରକ ରେ କିଛି ମାଛ ମଧ୍ଯ ଜଳି ଥିବା ଅବସ୍ଥାରେ ପଡ଼ିଥିଲେ ଏହାପରେ ସେହି ଟ୍ରକ ମାଲିକ ଙ୍କୁ ଡ଼୍ରାଇଭର ଉପରେ ସନ୍ଦେହ ମଧ୍ଯ ହୋଇଥିଲା ଏହାପରେ ଥାନାରେ ଏତଲା ଦିଆ ଯାଇଥିଲା।
ପୋଲିସ୍ ଘଟଣା ର ତଦନ୍ତ ମଧ୍ଯ କରିଥିଲା। ଏହାପରେ ପୋଲିସ୍ ଘଟଣା ର ସଠିକ୍ ତଥ୍ୟ ପାଇ ସେ ଡ଼୍ରାଇଭର ଟିକୁ ଗିରଫ ମଧ୍ଯ କରିଥିଲା। ଏହାପରେ ସେହି ଡ଼୍ରାଇଭର ଜଣକ ନିଜ ମୁହଁ ରେ ମାନି ନେଇଥିଲେ କି
ସେ ପଇସା ଲୋଭ ରେ ଏଭଳି କାର୍ଯ୍ୟ କରିଛନ୍ତି। ଏବଂ କିଭଳି ଭାବରେ ସେ ଏଭଳି ପ୍ଲାନ୍ କଲେ ସେ ସବୁ ମଧ୍ଯ ସେ ପୋଲିସ୍ ସମ୍ମୁଖରେ ବଖାଣି ଛନ୍ତି। ଏହାପରେ ସେ କହିଥିଲେ କି ଏହି ସବୁ କାର୍ଯ୍ୟରେ ତାଙ୍କର ଏକ ବନ୍ଧୁ ତାଙ୍କୁ ସାହାଯ୍ୟ କରିଥିଲେ। ଏବଂ ଏହାପରେ ପୋଲିସ୍ ସେ ଦୁହିଁଙ୍କୁ ଗିରଫ ମଧ୍ୟ କରିଛି।