Movie prime

ସ୍କୁଲ ଭିତରେ କ୍ଲାସ ରୁମ୍ ରେ ନିଜର ଅସଲ ଚେହେରା ସାମ୍ନାକୁ ଆଣିଲେ ଶିକ୍ଷକ ଦେଖନ୍ତୁ କଣ କରୁଛନ୍ତି ଏଠି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯେଉଁଠି ଶିକ୍ଷକ ଜଣକ ମଦ ପିଇ ପିଲା ମାନଙ୍କୁ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି। ଏବଂ ଏହା ହେଉଛି ସୁନ୍ଦରଗଡ ଜିଲ୍ଲା , ନେଫ୍ରିପଦା ବ୍ଲକ ,ଖୁଲମିରା ଗ୍ରାମର କିଶନପଡା ପ୍ରାଥମିକ ସ୍କୁଲ ର ଦୃଶ୍ୟ। ଏହି ଶିକ୍ଷକ ଜଣକ ହେଉଛନ୍ତି ସେହି ସ୍କୁଲ ର ଶିକ୍ଷକ ପ୍ରଦୀପ କୁମାର ପଟେଲ।
ଅଭିଯୋଗ ଅନୁସାରେ ପ୍ରଦୀପ ସ୍କୁଲ କୁ ମଦ ପିଇ ଆସିଥାନ୍ତି। ତାପରେ କ୍ଲାସ୍ ରେ ସୋଇ ପଡନ୍ତି ନଚେତ୍ ପିଲା ମାନଙ୍କୁ ପିଟିବା ଆରମ୍ଭ କରି ଦେଇଥାନ୍ତି। ଏଭଳି କି ମହିଳା ଶିକ୍ଷୟିତ୍ରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଅଭିଯୋଗ ମଧ୍ଯ ଆସିଛି। ଶିକ୍ଷକ ଏଭଳି ବ୍ୟବହାର ଦେଖି ପିଲା ମାନେ ପାଠ ପଢିବା ବଦଳରେ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି ତାଙ୍କର ସହକାରୀ ଶିକ୍ଷକ ଙ୍କ ନାମରେ।
ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି କି ଛାତ୍ର ଛାତ୍ରୀ ମାନଙ୍କ ଜୀବନ ବର୍ତ୍ତମାନ୍ ବିପଦରେ ଅଛି।ସ୍ଥାନୀୟ ସିଆରସି ମଧ୍ୟ କହିଛନ୍ତି କି ସେ ସ୍କୁଲ କୁ ଯାଇଛନ୍ତି। ଏବଂ ସେଠାକାର ସବୁ ସ୍ଥିତି ମଧ୍ୟ ସେ ଅନୁଧ୍ୟାନ କରିଛନ୍ତି। ଏହାପରେ ସେ ସେହି ସୂଚନା କୁ ଆଧାର କରି ପଦକ୍ଷେପ ନେବେ ବୋଲି ମଧ୍ୟ କହିଛନ୍ତି। ଭିଡିଓ ମାଧ୍ୟମରେ ଆପଣ ଏହି ଦୃଶ୍ୟ ଦେଖି ପାରୁଥିବେ କି କିଭଳି ଭାବରେ ସାର ସୋଇଛନ୍ତି।
ଏବଂ ତାଙ୍କ ନିକଟରେ ଥିବା ପିଲା ମାନେ ସେଠାରେ ଖେଳୁଛନ୍ତି ଓ ବୁଲୁଛନ୍ତି ମଧ୍ୟ। ଏବେ ଏହି ଦୃଶ୍ୟ ଦେଖିବା ପରେ ଅନେକ ଦୁଃଖ ଲାଗୁଛି କାରଣ ଯିଏ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରିବା କଥା ସେ ହିଁ ଚିନ୍ତା ବିହୀନ ହୋଇ ସୋଇ ରହିଛନ୍ତି। ତେବେ ଆପଣ ମାନେ ଜାଣି ପାରୁଥିବେ କି ଏହି ଶିକ୍ଷକ ଜଣକ ହାତରେ ପିଲା ମାନଙ୍କ ଭବିଷ୍ୟତ କେତେ ମାତ୍ରାରେ ସୁରକ୍ଷିତ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.