Movie prime

ଅସଲି ଗୋବିନ୍ଦା ଙ୍କ ସହ ନଜର ରେ ଆସିଲେ ନକଲି ଗୋବିନ୍ଦା ଦେଖନ୍ତୁ ଦୁହିଁଙ୍କୁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଲିଉଡ ଦୁନିଆରେ ରାଜ କରୁଥିବା ଗୋବିନ୍ଦାଙ୍କ ଅନେକ ପ୍ରଶଂସକ ରହିଛନ୍ତି। ଏବେ ବି ଲୋକେ ତାଙ୍କରି ଭଳି ବେଶଭୂଷା ଧାରଣା କରିବାକୁ ପସନ୍ଦ କରୁଛନ୍ତି। ଗୋବିନ୍ଦାଙ୍କୁ ସିନେମାରେ ହୁଏତ ଏବେ ଅଭିନୟ କରିବା ଦେଖିବାକୁ ମିଳୁ ନାହିଁ, କିନ୍ତୁ ଆଜି ବି ଦର୍ଶକ ତାଙ୍କ ସିନେମାର ଯାଦୁକୁ ପସନ୍ଦ କରୁଛନ୍ତିl 
ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ କଳାକାରଙ୍କ ଅବିକଳ ନକଲ ଭଳି ଦେଖା ଯାଇଥାଆନ୍ତି। ନିକଟରେ ରଜନୀକାନ୍ତଙ୍କ ଭଳି ପାକିସ୍ତାନର ଜଣେ ବ୍ୟକ୍ତି ଦେଖା ଯାଉଥିବା ବେଳେ ‌ଗୋବିନ୍ଦାଙ୍କ ଅବିକଳ ଏବେ ସାମ୍ନାକୁ ଆସିଛନ୍ତି।ଗୋବିନ୍ଦା ନିକଟରେ ନିଜ ପତ୍ନୀଙ୍କ ସହ ବିମାନବନ୍ଦରରେ ପହଞ୍ଚିଥିଲେ। 
ଏହି ସମୟରେ ତାଙ୍କୁ ଭେଟିବା ପାଇଁ ତାଙ୍କରି ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଆସି ପହଞ୍ଚି ଯାଇଥିଲେ। ଯାହାଙ୍କୁ ଦେଖି ଗୋବିନ୍ଦା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବ୍ୟକ୍ତି ଜଣକ ଏକ ଫୁଲଗୁଚ୍ଛା ଆଣି ଗୋବିନ୍ଦାଙ୍କୁ ଦେଇ ତାଙ୍କ ସହିତ ସେଲଫି ନେବାକୁ ଅନୁମତି ମାଗିଥିଲେ। ଗୋବିନ୍ଦା ବି ତାଙ୍କ ପ୍ରଶଂସକଙ୍କୁ ଦେଖି ଖୁସି ହୋଇଯାଇଥିଲେ। ଦୁହେଁ ମିଶି ସେଲଫି ନେବା ସମୟରେ ଗୋବିନ୍ଦାଙ୍କ ପତ୍ନୀ ମଝିରୁ ଘୁଞ୍ଚି ଯାଇଥିଲେ। 
କାରଣ ଦୁହିଁଙ୍କ ଫଟୋ ଯେମିତି ସ୍ପଷ୍ଟ ହେଉ। ତେବେ ଏଦୁହିଁଙ୍କୁ ବିମ‌ାନବନ୍ଦରରେ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ଗୋବିନ୍ଦା କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ବେଳେ ତାଙ୍କ ଅବିକଳ ମେରୁନ ରଙ୍ଗର ପୋଷାକ ପିନ୍ଧି ଆଖିରେ କଳା ଚଷମା ଲଗାଇଥିଲେ। ଗୋବିନ୍ଦା ତାଙ୍କୁ ଦେଖି କ’ଣ କରୁଛ, କେଉଁଠୁ ଆସିଛ ବୋଲି ବି ପଚାରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.