Movie prime

ସାପ ସହ ସଙ୍ଗାତ ନିଜର ଅଧା ଘର ସାପ ନାଁ ରେ ଦେଖନ୍ତୁ କେମିତି ମଣିଷ ସହ ସାପ ରହୁଛି ଗୋଟିଏ ଘରେ

 
Viral
ସାପର ନାମ ଶୁଣିଲେ ମନରେ ଭୟ ଆସିଥାଏ।ଯଦି କେବେ କାହାର ସ୍ବପ୍ନ ରେ ସାପ ଆସିଥାଏ ତାହେଲେ ସେ ବହୁତ ଭୟଭୀତ ହୋଇ ଯାଇଥାନ୍ତି।ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଶୋଇବା ଘର ଭିତରେ ସାପ ଙ୍କ ପାଇଁ ଘର ତିଆରି ହୋଇଛି।ଆଉ ଘର ଭିତରେ ତିଆରି ହୋଇଛି ବଡ଼ ବଡ଼ ହୁଙ୍କା।ଏହି ଦୃଶ୍ୟ ଦେଖିଲେ ଆପଣମାନେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇଯିବେ।
ମନରେ ଭାବନା ଆସିବ ଯେ ସାପ ଙ୍କ ସହିତ ଏମାନେ କିପରି ରହୁଛନ୍ତି।ଖାଲି ରହୁଛନ୍ତି ତାହା ନୁହେଁ ବରଂ ସାପ ଙ୍କ ପାଇଁ କ୍ଷୀର ରଖିଛନ୍ତି।ପୁଣି ତାଙ୍କୁ ପୂଜା ମଧ୍ୟ କରୁଛନ୍ତି
ଏହି ଦୃଶ୍ୟ ଟି ହେଉଛି ମାଲକାନଗିରି ଜିଲ୍ଲା ରେ ଦେଖିବାକୁ ମିଳିଛି। ଯେଉଁଥି ସାପ ଙ୍କ ପାଇଁ ନିଜ ଶୋଇବା ଘରେ ମଣିଷ ଘର ତିଆରି କରିଛନ୍ତି।ବିଷାକ୍ତ ସାପ କୁ ଦେଖିଲେ ସମସ୍ତେ ଭୟ କରୁଥାନ୍ତି।
କିନ୍ତୁ ମାଲକାନଗିରି ଜିଲ୍ଲାରେ ଲିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହରେ ଅଧାରୁ ଅଧିକ ସ୍ଥାନ ସାପ ଙ୍କ ପାଇଁ ଛାଡ଼ି ଦେଇଛନ୍ତି।ଆଉ ସାପ ମାନଙ୍କ ସହିତ ସେହି ଘରେ ମଧ୍ୟ ବସବାସ କରୁଛନ୍ତି।
ସେମାନଙ୍କୁ ଟିକେ ହେଲେ ବି ଭୟ ଲାଗୁ ନାହିଁ। ବହୁତ ଖୁସିରେ ଜୀବନଯାପନ କରୁଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଅନେକ ଲୋକ ପ୍ରଶ୍ନ କରିଛନ୍ତି ଯେ ଏଭଳି କିପରି ସାପ ଙ୍କ ସହିତ ରହୁଛନ୍ତି।କିନ୍ତୁ ଏହି ପରିବାର ସଦସ୍ୟ ଙ୍କ କହିବା ଅନୁସାରେ କିଛି ବର୍ଷ ତଳେ ଏହି ଘରେ ଉଇ ହୁଙ୍କା ହେବା ବେଳେ ସାପ ମାନେ ଯିବା ଆସିବା ଆରମ୍ଭ କରିଥିଲେ।
ଏସବୁ ଦେଖି ସାପ ଙ୍କ ପାଇଁ ଘରେ ହୁଙ୍କା ତିଆରି କରିଥିଲେ। ଏବଂ ସେହିଦିନ ଠାରୁ ସାପ ଙ୍କୁ କ୍ଷୀର ଦେଉଛନ୍ତି ମହିଳା ଙ୍କ ନାମ ହେଉଛି ଲକ୍ଷ୍ମୀ ଭୂମିଆ।ଆଉ ସମସ୍ତେ ଭୟ କରନ୍ତି କିନ୍ତୁ ଏହି ମହିଳା ପୂଜା କରିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.