Movie prime

ଦେଖନ୍ତୁ କେମିତି ସ୍ତ୍ରୀ ଏବଂ ପୁଅଙ୍କ ସହ ଜନ୍ମଦିନ ଧୁମ୍ ଧାମ ରେ ପାଳନ କଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ କଳାକାର Akash Dashnayak

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଆକାଶ ଦାସ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।ଅଭିନେତା ଆକାଶ ୧୯୮୧ ମସିହା ସେପ୍ଟେମ୍ବର ୧୭ ତାରିଖ ରେ ଯାଜପୁର ରୋଡ ରେ ଜନ୍ମ ଗ୍ରହଣ କରିଥିଲେ।ଅଭିନେତା ଆକାଶ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୁଭ୍ରଜ୍ୟୋତି।ଆଉ ତାଙ୍କ କୁନି ପୁଅର ନାମ ହେଉଛି ଅଂଶ୍।
ଅଭିନେତା ଆକାଶ ଙ୍କ ପତ୍ନୀ ଫ୍ୟାସନ୍ ଡିଜାଇନର ଅଟନ୍ତି।ଅଭିନେତା ଆକାଶ ଦିଲ୍ଲୀରେ ସାମ୍ବାଦିକତା ମଧ୍ୟ ପଡିଛନ୍ତି।ଅଭିନେତା ଆକାଶ ଓଡ଼ିଆ ଆଲବମ୍ ଜଗତରୁ ଅଭିନୟ ଆରମ୍ଭ କରିଥିଲେ।୨୦୦୮ ମସିହାରେ କଳିଙ୍ଗ ପୁତ୍ର ଚଳଚ୍ଚିତ୍ର ରେ ପ୍ରଥମେ ଅଭିନୟ କରିଥିଲେ।ଅଭିନେତା ଆକାଶ ୩୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି।ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।
ଅଭିନେତା ଆକାଶ ବିଜେଡ଼ି ରେ ଯୋଗ ଦେବା ସହିତ ୨୦୧୪ ରେ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜୟୀ ହୋଇଥିଲେ।ବହୁତ ଦିନ ହୋଇଗଲାଣି ଅଭିନେତା ଆକାଶ କୌଣସି ଚଳଚ୍ଚିତ୍ର ରେ ଅଭିନୟ କରୁ ନାହାନ୍ତି।ତାଙ୍କର ପ୍ରଶଂସକ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ଚାହୁଁଛନ୍ତି।ବର୍ତ୍ତମାନ ଅଭିନେତା ଆକାଶ ଙ୍କ ର ଜନ୍ମ ଦିନର ଫଟୋ ଏବଂ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତା ଆକାଶ ତାଙ୍କ ସ୍ତ୍ରୀ ଶୁଭ୍ରଜ୍ୟୋତି ଆଉ ପୁଅ ଅଂଶ୍ ଙ୍କ ସହିତ ଜନ୍ମ ଦିନ ପାଳନ କରୁଛନ୍ତି।ତାଙ୍କ ସହିତ ସମୟ ବିତାଉଛନ୍ତି।ଦର୍ଶକମାନେ ଏଭଳି ଦୃଶ୍ୟ ଦେଖି ବହୁତ ଖୁସି ହୋଇଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।