Movie prime

Hirakud Dam ତିଆରି ସମୟର ବିରଳ ଭିଡିଓ ଦେଖନ୍ତୁ କେମିତି ସମସ୍ତଙ୍କ ସହଯୋଗ କ୍ରମେ ତିଆରି ହୋଇଥିଲା ଓଡ଼ିଶାର ସବୁଠୁ ବଡ ହ୍ରଦ

 
Viral
ହୀରାକୁଦ ଜଳଭଣ୍ଡାର ଓଡ଼ିଆ ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ।ମହାନଦୀ ଉପରେ ତିଆରି ହୋଇଥିବା ଏହି ଜଳଭଣ୍ଡାର ଦୁନିଆର ସବୁଠାରୁ ଲମ୍ବା ନଦୀ ବନ୍ଧ ଯୋଜନା।ଶୀତଋତୁ ରେ ଏଠାକୁ ସୁନ୍ଦର ସୁନ୍ଦର ପକ୍ଷୀ ବାହାରୁ ଆସିଥାନ୍ତି।
ଅଲଗା ଋତୁ ରେ ମଧ୍ୟ ପକ୍ଷୀ ମାନେ ଏହି ଜାଗାରେ ରହିଥାନ୍ତି।କିନ୍ତୁ ଶୀତ ଋତୁ ରେ ବାହାରୁ ବେଶି ପକ୍ଷୀ ମାନେ ଆସିଥାନ୍ତି। ଯାହାକି ବହୁତ ସୁନ୍ଦର ଦେଖା ଯାଇଥାଏ।ଏଠାକୁ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି।
ହୀରାକୁଦ ଡ଼୍ୟାମ ତିଆରି ହେଲା ବେଳକୁ ସୁନ୍ଦର ସୁନ୍ଦର ମନ୍ଦିର ରହିଥିଲା।ଗ୍ରୀଷ୍ମ ଋତୁରେ ମନ୍ଦିର ଗୁଡ଼ିକ ଦେଖା ଯାଇଥାଏ।ପୂର୍ବରୁ ଲୋକମାନେ ମନ୍ଦିର ଗୁଡିକ ଡଙ୍ଗା ସାହାଯ୍ୟରେ ରେ ଦର୍ଶନ କରିବା ପାଇଁ ଯାଉଥିଲେ। ଏଠାରେ ଆପଣମାନେ ସ୍କୁଭା ଡ୍ରାଇଭିଂ ଶିଖି ପାରିବେ।
ଓଡ଼ିଶାର ସମ୍ବଲପୁର ରୁ ୧୫ କିଲୋମିଟର ଦୂରରେ ହୀରାକୁଦ ଡ଼୍ୟାମ ରହିଛି। ମହାନଦୀ ରେ ହୀରାକୁଦ ଡ଼୍ୟାମ ତିଆରି ହୋଇଛି।ଏହା ଏସିଆ ର ଲମ୍ବା ନଦୀ ବନ୍ଧ ଯୋଜନା।
ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଦ୍ଵାରା ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ୧୯୫୭ ମସିହାରେ ଏହା ଶେଷ ହୋଇଥିଲା।ସତରେ ହୀରାକୁଦ ଡ଼୍ୟାମ କୁ ଯେଉଁମାନେ ତିଆରି କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ଉଚିତ।
ଏହି ହୀରାକୁଦ ଡ଼୍ୟାମ ଦଶ ବର୍ଷ ତିଆରି କରିବା ପାଇଁ ଲାଗିଥିଲା।ବହୁତ ପରିଶ୍ରମ କରି ହୀରାକୁଦ ଡ଼୍ୟାମ ତିଆରି କରାଯାଇଛି।
ଦୂରରୁ ଦେଖିଲେ ଯେମିତି ସୁନ୍ଦର ଲାଗିଥାଏ ପାଖକୁ ଗଲେ ଆହୁରି ସୁନ୍ଦର ଦେଖା ଯାଇଥାଏ।ହୀରାକୁଦ ଜଳଭଣ୍ଡାର ର ଲମ୍ବା ହେଉଛି ୪.୮ କିଲୋମିଟର। ଯାହାକୁ ଦୁଇଟି ପାହାଡ ମଝିରେ ତିଆରି ହୋଇଛି।
ଯେତେବେଳେ ଡ଼୍ୟାମ ତିଆରି କରାଯାଇଥାଏ ସେତେବେଳେ ଦେଖିଥାନ୍ତି ଯେ ସେହି ଜାଗାରେ ପାହାଡ ଅଛି କି ନାହିଁ।କାରଣ ପାହାଡ କୁ ଲଗାଇ ଡ଼୍ୟାମ ତିଆରି କରିଲେ ଡ଼୍ୟାମ ମଜବୁତ୍ ହୋଇଥାଏ।