Ollywood ହାସ୍ୟ ଅଭିନେତା ସୁମନ ଙ୍କ ସ୍ତ୍ରୀଙ୍କୁ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ପ୍ରଥମ ଥର ଛାଡ଼ିଲେ ଫଟୋ
Oct 14, 2022, 13:47 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ, ଆଉ ଅନେକ ଇଣ୍ଡଷ୍ଟ୍ରି ବିଷୟରେ ଅନେକ ପ୍ରକାରର ଘଟଣା ଆପଣ ଏହି ସୋସିଆଲ ମିଡିଆରେ ଦେଖିପାରିବେ । ଆପଣମାନେ ସମସ୍ତେ ତ ଓଲିଉଡ ଜଗତରେ ଅନେକ ସିନେମା ବିଷୟରେ ସୂଚନା ପାଇଥିବେ । ସିନେମା ମାତ୍ରକେ ଆକ୍ସନ, କମେଡି, ରୋମାନ୍ସ ଥାଏ । ଆଉ କମେଡି ନଥିଲେ ତ କୌଣସି ସିନେମା ଭଲ ଲାଗିବ ନାହିଁ ।
ଆଉ ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସୁମନ ମହାରଣାଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତା ଜଣକ ଜଣେ କଥା ଚିତ୍ର ଓ ହାସ୍ୟ ଅଭିନେତା ଅଟନ୍ତି । ସେ ପ୍ରଥମେ ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
ସେ ତାଙ୍କର କଥାଚିତ୍ର ପାଇଁ ପ୍ରଥମ ଶିଶୁ କଳାକାର ଆୱାର୍ଡ଼ ମଧ୍ୟ ପାଇଥିଲେ ।ସେ ଲକ୍ଷ୍ମୀ ପ୍ରତିମା ପାଇଁ ମଧ୍ୟ ପୁରସ୍କାର ପାଇଥିଲେ । ସେ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ୱର ସହରର ବସ୍ତି ଅଞ୍ଚଳରୁ ବଡ ହୋଇଥିଲେ । ତାଙ୍କ ଉଚ୍ଚତା ହେଉଛି ୪ ଫୁଟ । ସେ ଅଧିକାଂଶ ଚଳଚ୍ଚିତ୍ରରେ ବାମନ ଭୂମିକାରେ ଅଭିନୟ କରିଥାନ୍ତି । ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭୂମିକାରେ ମଧ୍ୟ ଆୱାର୍ଡ଼ ପାଇଥିଲେ । ଏହି ଅଭିନେତା ଜଣକ ଅନେକ ସିରିଏଲ୍ ଆଉ ଫିଲ୍ମରେ ଅଭିନୟ କରିଛନ୍ତି ।
ସେ ତାଜସ୍ଵିନୀ ପାଇଁ ପୁରସ୍କାର ମଧ୍ୟ ପାଇଥିଲେ । ସେ ଅନେକ ସିନେମା ଆଉ ସିରିଏଲ୍ କରିଛନ୍ତି । ତାଙ୍କର ପରିବାର ବହୁତ ଛୋଟ ପରିବାର ଅଟେ । ତାଙ୍କ ପରିବାରରେ ତାଙ୍କ ବାପା, ମାଆ ଆଉ ତାଙ୍କ ଭଉଣୀ ରୁହନ୍ତି । ସୂଚନା ମିଳିଛି କି ଏହି ଅଭିନେତା ଜଣକ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଆଉ ଏମିତି ଅନେକ ଘଟଣା ଆଉ ତାଙ୍କ ପରିବାର ଏବଂ ଜୀବନୀ ବିଷୟରେ ଏହି ଭିଡିଓରୁ ଜଣାପଡୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଅଭିନେତାଙ୍କ ବିଷୟରେ ଅନେକ ଖବର ଜଣାଉଛି ।