Movie prime

ଏମିତି ବଞ୍ଚିବାକୁ ଭଲ ଲାଗେ ଝିଅ ବେଶରେ ନାଚିଲେ ପୁଅମାନେ ଗୋଲାପ ଦେଇ ପ୍ରପୋଜ କରନ୍ତି

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଗଣମାଧ୍ୟମ ଆଗରେ ଓଡ଼ିଶୀ ଡାନ୍ସସର୍/ମେକପ୍ ଆର୍ଟିଷ୍ଟ ବଳରାମ ଆଚାର୍ଯ୍ୟ ପ୍ରତିକ୍ରିୟାରେ ନିଜ ବିଷୟରେ କହିଛନ୍ତି।
ସମସ୍ତେ ତାଙ୍କୁ ଇଣ୍ଡଷ୍ଟ୍ରୀ ମେକପ ଆର୍ଟିଷ୍ଟ ଗୁଡୁ ବୋଲି ଜାଣିଥାନ୍ତି। ବଳରାମ କୋରାପୁଟ ରୁ ଆସି ଏବେ ଭୁବନେଶ୍ୱର ରେ ରହୁଛନ୍ତି।
ଛୋଟ ବେଳେ ବଳରାମ ଆଚାର୍ଯ୍ୟଙ୍କୁ ଶିକ୍ଷକ ହେବାର ଇଚ୍ଛା ଥିଲା। ଆଉ ବଳରାମଙ୍କର ଯେତେବେଳେ +୨ ସରିଯାଇଥିଲା ସେତେବଳେ ବଳରାମ ଗୋଟେ ପ୍ରାଇଭେଟ୍ ସ୍କୁଲ ରେ ଶିକ୍ଷକ ଭାବେ ଆଡ଼ମିଶନ କରିଥିଲେ। 
ନବରଙ୍ଗପୁର ଜିଲ୍ଲାର ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ବଳରାମ ଆଚାର୍ଯ୍ୟ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।
ଯେହେତୁ ବଳରାମଙ୍କ ବାପା ଜଣେ ଫାର୍ମାଷ୍ଟିସ ସେ ସବୁବେଳେ ଚାହୁଁଥିଲେ ବଳରାମ ଜଣେ ଡାକ୍ତର ହୁଅନ୍ତୁ ବୋଲି।
ଏବଂ ବଳରାମ ଯେତେବଳେ ନିଟ୍ ର ପରୀକ୍ଷା ଦେଇଥିଲେ ସେତେବେଳେ ତାଙ୍କ ବାପାଙ୍କର ବହୁତ୍ ଇଚ୍ଛା ଥିଲା ବଳରାମଙ୍କୁ ସମ୍ବଲପୁର ବୁର୍ଲା ରେ ଆଡ଼ମିଶନ କରେଇବା ପାଇଁ। 
କିନ୍ତୁ ବଳରାମ ମନା କରିଦେଇଥିଲେ ସେହି କାରଣ ରୁ ବଳରାମ ଙ୍କ ବାପା ତାଙ୍କୁ କହିଥିଲେ ମେଡିକାଲ୍ ଛଡ଼ା ବଳରାମଙ୍କୁ ଆଉ କିଛି ପଢ଼ରିବେ ନାହିଁ।
ତାପରେ ବଳରାମ ତାଙ୍କ ମାମୁ ଘରକୁ ପଳେଇଥିଲେ। ମାମୁ ଘରେ ରହି ବଳରାମ ଗ୍ରଜୁଏସନ୍ ପୁରା କରିବା ସହିତ ଶିକ୍ଷକତା ମଧ୍ୟ କରୁଥିଲେ।
ବଳରାମ ନିଜର ପକେଟ୍ ମୋନି ବାହାର କରିବା ପାଇଁ ୟୁଟ୍ୟୁବ୍ ରୁ ଭିଡିଓ ଦେଖି ମେକପ କରିବା ଆରମ୍ଭ କରିଥିଲେ। 
ଏବଂ ବଳରାମଙ୍କୁ ବେଷ୍ଟ ମେକପ ଆର୍ଟିଷ୍ଟ ଅଫ ଓଡ଼ିଶାର ମମତା ପଟେଲ ଙ୍କ ହାତରୁ ଆୱାଡ ମଧ୍ୟ ମିଳିଥିଲା। ବଳରାମ ଆଚାର୍ଯ୍ୟଙ୍କ ଅଜା ତାଙ୍କର ପ୍ରଥମ ଗୁରୁ ଥିଲେ।
କାରଣ ବଳରାମଙ୍କ ଅଜା ମଧ୍ୟ ଜଣେ ଓଡ଼ିଶୀ ଡାନ୍ସସର୍ ଥିଲେ। ଏଵଂ ବଳରାମ ଆଚାର୍ଯ୍ୟ କହିଛନ୍ତ ସେ ଯେତେବେଳେ ଝିଅ ବେଶରେ ନାଚନ୍ତି ତାଙ୍କୁ ପୁଅ ମାନେ ରୋଜ ଦେଇ ପ୍ରପୋଜ କରିଥାନ୍ତି।