Movie prime
ପୁଣି ଲଘୁଚାପ ଏହି ଜିଲ୍ଲାକୁ ବିପଦ ଦେଖନ୍ତୁ କେଉଁ ଯେଉଁ ଜିଲ୍ଲାକୁ ରହିଛି ବିପଦ ସୂଚନା
 
Viral News
ବର୍ତ୍ତମାନ ଚାରିଆଡ଼େ ପ୍ରବଳ ବର୍ଷା ହେବାରେ ଲାଗିଛି।ଅନେକ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଆଗକୁ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି।ଦୁଇଟି ସପ୍ତାହ ଭିତରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ କ୍ଷେତ୍ର।୮ ତାରିଖ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ହୋଇପାରେ।କିମ୍ବା ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି।
ସେହିପରି ୯ ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ।କିମ୍ବା ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି।ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।
ଏହାର ପ୍ରଭାବରେ ମୌସୁମୀ ମଧ୍ୟ ସକ୍ରୀୟ ହେବ।୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଗଞ୍ଜାମ,କେନ୍ଦ୍ରାପଡ଼ା କନ୍ଧମାଳ,କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର।ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା,୮ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କରାଯାଇଛି।ବିସ୍ତାରିତ ପରିସର ଆକଳନ ଯେଉଁ ରହିଛି ସେଥିରେ କାଲି ରାତିରେ ସୂଚନା ଜାରି କରାଯାଇଛି ବୋଲି ଉମା ଶଙ୍କର ଦାସ କହିଛନ୍ତି।
ପ୍ରଥମ ସପ୍ତାହ ଟି ଯେଉଁ ରହିଛି ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ହେବ।ଆଉ ଦ୍ଵିତୀୟ ସପ୍ତାହ ଟି ରହିଛି ୯ ରୁ ୧୫ ତାରିଖ ମଧ୍ୟରେ ହେବ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ଵବର୍ତ୍ତୀ ରହୁଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏହି ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ସମ୍ଭାବନା ରହିଛି।
ଜୁନ ୧ ରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ରାଜ୍ୟରେ ୯୯୨.୦ ମିମି ବର୍ଷା ହେଉଛି। ଯାହାକି ଏହି ସମୟ ମଧ୍ୟରେ ସ୍ବଭାବିକ ବର୍ଷା ୯୩୧.୧ ମିମି ତୁଳନାରେ ୬ ପ୍ରତିଶତ ଅଧିକ।୬ ଜିଲ୍ଲାରେ ଅଧିକ ବର୍ଷା ଏବଂ ୨୪ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ସୂଚନା ମିଳିଛି।