Movie prime

ସମସ୍ତଙ୍କୁ କିମିଆଁ କରୁଛି ଧୂଆଁ ବିସ୍କୁଟ ଦେଖନ୍ତୁ କେମିତି ଲମ୍ବିଛି ଭିଡ

 
Smoke biscuit
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ କଟକର ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାକୁ ଶୁକ୍ରବାର ସଂଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଉଦଘାଟନ କରିଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଦଶ ଦିନ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ୧୬୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ସରକାରୀ ଷ୍ଟଲ୍, ଓରମାସ୍, ଭିନ୍ନକ୍ଷମ ଷ୍ଟଲ୍ ସମେତ ୪୩ ଦୋଳି ଏବଂ ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍ ପଡ଼ିଛି। 
ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବାରୋପ କରାଯାଇ ଧୂଳି ନଉଡ଼ିବା ପାଇଁ କେମିକାଲ୍ ବ୍ୟବହାର କରାଯାଇଥିବା ବେଳେ ପଲିଥିନକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ବନ୍ଧୁଗଣ ଏବେ ବାଲିଯାତ୍ରାରେ ଏକ ନୂଆ ସ୍ମୋକ ବିସ୍କୁଟ ଲୋକ ମାନଙ୍କୁ ଖୁବ୍ ଆକର୍ଷଣ କରୁଛି। ଆପଣ ମାନେ ତ ବାଲିଯାତ୍ରାରେ ସ୍ମୋକ୍ ପାନ ଦେଖିଥିବେ କିନ୍ତୁ ଏଥର ସ୍ମୋକ୍ ବିସ୍କୁଟ ଦେଖିବାକୁ ମିଳିଛି। ଏହି ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ଆରମ୍ଭ ହୋଇଛି ସ୍ମୋକ୍ ବିସ୍କୁଟ। 
ଆପଣ ମାନେ ଏହି ଭିଡ଼ିଓଟିରେ ଦେଖିପାରୁଥିବେ ଗୋଟେ କାଗଜ କପରେ ବିସ୍କୁଟ ରଖାଯାଇଛି ଆଉ ସେଥିରେ ସ୍ମୋକ୍ ଦିଆଯାଉଛି ଏବଂ ଆପଣ ମାନେ ଯଦି ଖାଇବେ ତାହାଲେ ପାଟି ପେଟ ଆଉ ନାକ ପଟେ ଧୁଆଁ ବାହାରିବ ବେଶ୍ ମଜାଦାର ଅଟେ ଏହି ସ୍ମୋକ୍ ବିସ୍କୁଟ। ବାଲିଯାତ୍ରାରେ ପ୍ରତ୍ୟେକ ବର୍ଷ କିଛି ନା କିଛି ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଆଉ ତା ମଧ୍ୟରେ ଏହି ସ୍ମୋକ୍ ବିସ୍କୁଟ ଦେଖିବାକୁ ମିଳୁଛି।
 ବିଶେଷ କରି ଯୋଉ ମାନେ ଛୋଟ ପିଲା ଅଛନ୍ତି ସେମାନେ ଏହି ସ୍ମୋକ୍ ବିସ୍କୁଟର ବହୁତ ମଜା ଉଠାଉଛନ୍ତି। ଏହି ସ୍ମୋକ୍ ବିସ୍କୁଟ ଗୁଡ଼ିକ ନାଇଟ୍ରୋଜେନ୍ ଗ୍ୟାସକୁ ଲିକୁଇଡ ଭାବରେ ବିସ୍କୁଟରେ ଦିଆଯାଉଛି ଯାହାଫଳରେ ତାକୁ ଖାଇବା ଦ୍ବାରା ପାଟି ଆଉ ନାକ ପେଟ ଗ୍ୟାସ୍ ବାହାରୁଛି। ଏହି ଗୋଟେ କପ ସ୍ମୋକ୍ ବିସ୍କୁଟର ମୂଲ୍ୟ ହେଉଛି ୫୦ ଟଙ୍କା। ଦର୍ଶକ ମାନେ ମଧ୍ୟ ବହୁତ ଖୁସି ହେଉଛନ୍ତି ଏହି ସ୍ମୋକ୍ ବିସ୍କୁଟକୁ ଖାଇ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.