Movie prime

ମାଲିକ ପୋଷା କୁକୁର ନିଆରା ସମ୍ପର୍କ ଦେଖନ୍ତୁ ଏହି ଦୃଶ୍ୟ ଆଗେ ଆଗେ ମାଲିକ ପଛରେ କୁକୁର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ସ୍ଵାର୍ଥପର ଦୁନିଆରେ ମଣିଷ ନିଜ ସ୍ଵାର୍ଥ ସରିଗଲା ପରେ ଆଉ କାହାକୁ ଚିହ୍ନି ନଥାଏ। କିନ୍ତୁ ଏହି ସ୍ଵାର୍ଥପର ଦୁନିଆରେ ନିଃସ୍ଵାର୍ଥପର ପ୍ରେମର ଏକ ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି।
ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ଓ ଦେଖିବା ଲୋକର ଆଖି ଭିଜାଇ ଦେଉଛି। ସ୍ୱାର୍ଥପର ଦୁନିଆଁରେ କିଏ କାହାକୁବା ପଚାରେ ଯେଉଁଠି ମଣିଷ ସ୍ୱର୍ଥ ସରିଗଲା ପରେ ଆଉ କାହାକୁ ଚିହ୍ନି ନଥାଏ ସେଠାରେ ନିଶ୍ୱର୍ଥାପର ପ୍ରେମର ଏକ ଖୁବ୍ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। 
ଦେଖନ୍ତୁ ଏହି କୁକୁର ଟିକୁ ଦେଖିଲେ ସ୍ପଷ୍ଟ ଜାଣି ପାରିବେ ଯେ ଏହି କୁକୁରଟି କିପରି ବ୍ୟାକୁଳ ହୋଇ ଦଉଡ଼ି ଯାଉଛି ନିଜ ମାଲିକ ଗାଡି ପଛେ ପଛେ। ତେବେ ବନ୍ଧୁଗଣ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯାଜପୁର ଟାଉନ୍ ଅଞ୍ଚଳର।
ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଠିକ୍ ସେହି ସମୟରେ ରାସ୍ତାରେ ଗୋଟିଏ କୁକୁର ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଥାଏ। ଗହଳିପୂର୍ଣ୍ଣ ଗାଡି ଭିତରେ କାହାରିକୁ ଖାତିର ନକରି ଧାଇଁ ଚାଲି ଥାଏ କୁକୁର ଟି। 
କୁକୁର ଟି ଏଭଳି କାହିଁକି ଦୌଡୁ ଥିବାର କାରଣ ଜାଣିବା ପାଇଁ କୁକୁର ପଛେ ପଛେ କ୍ୟାମେରା ମଧ୍ୟ ଯାଇଥିଲା। କିଛି ବାଟ ଗଲାପରେ ଜାଣିବାକୁ ମିଳିଥିଲା ଯେ ଗୋଟିଏ ବାଇକ୍ ରେ ଯାଉଥିବା ଲୋକ ଟିକୁ ନଜର କରି କୁକୁର ଟି ଦୌଡୁ ଥାଏ।
ଆଉ ଗାଡି ଟି ଯେଉଁ ଆଡେ ଯାଉଥାଏ କୁକୁର ଟି ମଧ୍ୟ ସେଇଆଡ଼େ ଧାଇଁ ଥାଏ। ତାପରେ ଜାଣିବାକୁ ମିଳିଥିଲା ଯେ ମାଲିକ ଟି ତାଙ୍କ କୁକୁର କୁ ଲୁଚି କାମକୁ ବାହାରି ଆସିଥିଲେ।
ଯାହାକି କୁକୁର ଟି ମାଲିକକୁ ଦେଖି ଦେଇଥିଲା। ଯାହାଫଳରେ କୁକୁର ଟି ମାଲିକ ଗାଡି ପଛେ ପଛେ ଗୋଡ଼ାଇ ଥିଲା। 
ଏହାପରେ ମାଲିକ ଦେଖି ପାରି ଏକ ଦୋକାନ ପାଖରେ ଅଟକି ଯିବାରୁ କୁକୁର ଟି ମଧ୍ୟ ସେହି ଠାରେ ଅଟକି ଗଲା। ତେବେ ମଣିଷ ବିଶ୍ୱାସ ରେ ବିଷ ଦେଇଥାଏ,
ହେଲେ ଯଦି ପଶୁ ଟିକୁ ଭକ ପାଇବା ଦିଆଯାଏ ସେ ନିଜ ଜୀବନ କୁ ପଛରେ ପକାଇ ନିଜ ମାଲିକ ପାଇଁ ଜୀବନକୁ ଉତ୍ସର୍ଗକୃତ କରିଥାଏ।
ଆଜି କାଲି ଦୁନିଆ ରେ ମଣିଷ ଭାଇ ବନ୍ଧୁ କୁଟୁମ୍ବ ନିଜର ନହେଲେ ମଧ୍ୟ ପଶୁ ଏଠି ନିଜର ହୋଇଥାଏ। ଯାହାକି ମାଲିକ ନୟନ କିଶୋର ସାହୁ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.