Movie prime

ଟ୍ରାଫିକ ପୋଲିସ ଉପରେ ରାଗିଯାଇ ନିଜ ଗାଡିରେ ନିଆଁ ଲଗାଇ ଦେଲେ ଯୁବକ ଦେଖନ୍ତୁ କାହିଁକି କଲେ ଏମିତି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଜଣେ ଲୋକ ନିଜ ବାଇକ୍ କୁ ନିଜେ ହିଁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଲା। ପୋଲିସ ତାଙ୍କୁ ଅଟକାଇ ରୁ ତାଙ୍କ ରାଗ ମୁଣ୍ତ ଉପରକୁ ଚଢି ଯାଇଥିଲା ଫଳରେ ତାଙ୍କ ବାଇକ୍ ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଟି ହେଉଛି ହାଇଦ୍ରାବାଦ ର ,
ଏଠାରେ ଜଣେ ବାଇକ୍ ଚାଳକ ନିଜ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଟ୍ରାଫିକ ନିୟମ ଉଲଙ୍ଘନ କରିବାରୁ ପୋଲିସ୍ ତାଙ୍କୁ ଅଟକାଇ ଥିଲେ। ଏହାପରେ ସେ ପ୍ରଚଣ୍ଡ ରାଗି ଯାଇଥିଲେ । ଯାହା ଫଳରେ କି ସେ ପେଟ୍ରୋଲ ଆଣି ଘଟଣା ସ୍ଥଳରେ ଥିବା ତାଙ୍କ ବାଇକ୍ ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅମିରପେଟ ରେ ଘଟିଛି।
ବାଇକ୍ ରେ ନିଆଁ ଲଗାଇଥିବା ବ୍ୟକ୍ତି କୁ ଚିହ୍ନଟ କରି ତାଙ୍କ ନାମରେ କେସ ଦାୟର କରିଛି।ଖବର ରୁ ଜଣା ପଡ଼ିଛି କି ଅଶୋକ ରାସ୍ତାର ଭୁଲ ପାର୍ଶ୍ଵରେ ଯାଉଥିଲେ ସେ ଟ୍ରାଫିକ ନୀୟମ ଉଲଙ୍ଘନ କରିବାରୁ ପୋଲିସ୍ ତାଙ୍କୁ ଅଟକାଇ ଫାଇନ ମାଗି ଥିଲା। ହେଲେ ବ୍ୟକ୍ତି ଜଣକ ହଠାତ୍ ରାଗି ଯାଇ ପୋଲିସ୍ ସହ ମାରପିଟ ମଧ୍ୟ ଆରମ୍ଭ ମଧ୍ଯ କରି ଦେଇଥିଲେ। ଏହା ପରେ ରାଗି ଯାଇ ପାଖ ଦୋକାନ ରୁ ପେଟ୍ରୋଲ ଆଣି ନିଜ ବାଇକ୍ କୁ ହିଁ ଜାଳି ଦେଇଥିଲେ।
ଏହାପରେ ସେହି ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଏବଂ ସେହି ରାସ୍ତା ଉପରେ ମଧ୍ଯ ଅନେକ ଲୋକ ମାନେ ଗଦା ହୋଇ ଯାଇଥିଲେ। ଟ୍ରାଫିକ ପୋଲିସ ଏନେଇ ସାଙ୍ଗେ ସାଙ୍ଗ ସ୍ଥାନୀୟ ପୋଲିସ୍ କୁ ସୁଚନା ଦେଇଥିଲେ। ଏହାପରେ ପୋଲିସ ସେଠାରେ ପହଞ୍ଚି ନିଆଁ କୁ କାବୁ କରିଥିଲା। ଏବେ ସେହି ବ୍ୟକ୍ତି ଜଣକୁ ମଧ୍ଯ ପୋଲିସ୍ ଗିରଫ କରି ନିଜ ହେପାଜତକୁ ନେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.