Movie prime

୯୦ ବର୍ଷୀୟ ମହିଳା ଙ୍କ ମହାନତା ରାତି ୪ : ୩୦ ରୁ ଉଠି ନିଜ ହାତରେ କରନ୍ତି କୁକୁର ମାନଙ୍କ ପାଇଁ ରୋଷେଇ ନିଜେ ଦିଅନ୍ତି ଖୁଆଇ ଦେଖନ୍ତୁ Exclusive Visual

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଘରେ ଗୃହ ପାଳିତ ପଶୁ ରଖିବାକୁ ଖୁବ୍ ଭଲ ପାଇ ଥାଆନ୍ତି। ସେମାନଙ୍କୁ ସେମାନେ ନିଜ ଘରର ସଦସ୍ୟ ଭଳି ଦେଖି ଥାଆନ୍ତି। ତାଙ୍କର ଭରଣ ପୋଷଣ ମଧ୍ଯ କରିଥାଆନ୍ତି। ପଶୁ ପ୍ରେମୀ ମଣିଷ ଙ୍କ ମଧ୍ୟରୁ ଅନେକ କୁକୁର ମାନଙ୍କୁ ମଧ୍ଯ ଭରପୁର ଭଲ ପାଇବା ଦେଇଥାନ୍ତି।
ଆଜି ଆମେ ସେହି ଭଳି ଏକ ପଶୁ ପ୍ରେମୀ ମଣିଷ ସମ୍ପର୍କ ରେ କହିବାକୁ ଯାଉଛୁ। ବୟସ ହେଉଛି ତାଙ୍କର ୯୦ ବର୍ଷ ସେ ମୁମ୍ବାଇ ରେ ମଧ୍ଯ ରହିଥାନ୍ତି। ଜୀବନ ର ଅବସର ସମୟରେ ସେ କୁକୁର ମାନଙ୍କୁ ହିଁ ନିଜ ବଞ୍ଚିବା ବାର ମାଧ୍ୟମ ବନାଇ ଛନ୍ତି। ଦିନ ଥିଲା ସେ କୁକୁର ମାନଙ୍କୁ ବିଲକୁଲ ମଧ୍ୟ ପଶନ୍ଦ କରୁନଥିଲେ ହେଲେ ବର୍ତ୍ତମାନ୍ ସମୟରେ ସେ କୁକୁର ମାନଙ୍କୁ ନଦେଖିଲେ ତାଙ୍କୁ ଶାନ୍ତି ମିଳୁ ନାହିଁ।
ଏହି ବୃଦ୍ଧା ଜଣକ ସକାଳ ୪.୩୦ ରୁ ଉଠନ୍ତି ଏବଂ ସେ ଉଠିବା ପରେ ସର୍ବ ପ୍ରଥମେ କୁକୁର ମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରିଥାଆନ୍ତି। ଏହାପରେ ସେ ଖାଇବା ଦେବା ପାଇଁ କୁକୁର ମାନଙ୍କୁ ଗାଡ଼ିରେ ବାହାରି ଯାଆନ୍ତି। ସେ ନିଜ ହାତରେ ମଧ୍ୟ କୁକୁର ମାନଙ୍କୁ ଖୁଆଇ ମଧ୍ୟ ଦେଇ ଥାଆନ୍ତି। କୁକୁର ମାନେ ମଧ୍ୟ ସେ ଆଣିଥିବା ଖାଇବା କୁ ଖୁବ ଶାନ୍ତି ରେ ଖାଇ ଥାଆନ୍ତି।
କୁକୁର ଙ୍କ ପ୍ରତି ସ୍ନେହ ତାଙ୍କର ସେବେ ବଢ଼ିବାକୁ ଲାଗିଲା ଯେବେ ତାଙ୍କ ନାତୁଣୀ ଏକ କୁକୁର ଛୁଆ ଟିକୁ ଆଣି ଘରେ ରଖିଥିଲା। ଧିରେ ଧିରେ କନକ ତାକୁ ଭଲ ପାଇବା ସହ ବାହାରେ ବୁଲୁଥିବା ସମସ୍ତ କୁକୁର ମାନଙ୍କୁ ମଧ୍ଯ ଭଲ ପାଇବାକୁ ଲାଗିଲେ। ଏହାପରେ ନିଜର ଅବସର ବୟସ ରେ ସେ କୁକୁର ମାନଙ୍କ ସହ ହିଁ ତାଙ୍କର ସମୟ ଅତିବାହିତ କରିବାକୁ ଲାଗିଲେ।