Movie prime

ପୂଜା ମଣ୍ଡପ ରେ ପପୁ ବିଶ୍ଵାଳ ( Papu Biswala ) ଗାଇଲେ ଝୂଲ ରେ ନିତାଇ ଝୂଲ ଦେଖନ୍ତୁ ପୁଣି କିଣିଲେ ମନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଏମିତି ବେଏକ ବ୍ୟକ୍ତି ବିଶେଷ ଙ୍କ ସହ ସାକ୍ଷାତକାର ଦେଖାଇବାକୁ ଯାଉଛୁ ଯିଏକି ଓଡ଼ିଶାର କୋଣ ଅନୁକୋଣରେ ପରିଚିତ। ସେ ରାତାରାତି ହିଁ ଷ୍ଟାର ପାଲଟି ଯାଇଥିଲେ। ତେବେ ସେହି ନାରଦ ଭୂମିକାରେ ଅଭିନୟ କରିଥିବା ପପୁ ବିଶ୍ଵାଳ। ଯିଏକି ଝୁଲ୍ ରେ ନିତାଇ ସଙ୍ଗୀତ ଗାନ କରି ରାତାରାତି ଭାଇରାଲ ମ୍ୟାନ ପାଲଟି ଯାଇଥିଲେ।
ସେ ଯାତ୍ରା କମିଟି ଦ୍ବାରା ଆସି ଦିଗ ପହଣ୍ଡି ଠାରେ ପହଞ୍ଚି ଯାଇଛନ୍ତି। ସେଠାରେ ତାଙ୍କୁ ଲୋକ ମାନେ ଅନେକ ଭଲ ପାଇବା ଦେଇଥିବାର ମଧ୍ଯ ସେ କହିଛନ୍ତି। ସେ ଗୀତ କୁ ମଧ୍ୟ ସେ ନିଜେ ହିଁ ନିର୍ଦ୍ଦେଶନା ଦେଇଥିଲେ ବୋଲି କହିଥିଲେ। ଏବଂ ଯେଉଁଦିନ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା ସେଦିନର କଥା କହିବାକୁ ଯାଇ କହିଥିଲେ କି ସେଦିନ ଷ୍ଟେଜ ବହୁତ ସାଜ ସଜ୍ଜା ହୋଇଥିଲା। ଏବଂ ଅନେକ ଦର୍ଶକ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ସେଦିନ ହିଁ ପ୍ରଥମ ଥର ପାଇଁ ସେହି ଗୀତ କୁ ସେ ଷ୍ଟେଜ ଉପରେ ଗାଇଥିଲେ ଏବଂ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଲୋକ ମାନେ ତାଙ୍କୁ ନିତାଇ ନାମରେ ଜାଣନ୍ତି। ଏବଂ ସେ ନିଜର ସଫଳତାର ଶ୍ରେୟ ନିଜ ଗୁରୁ ଙ୍କୁ ହିଁ ଦେଇଛନ୍ତି। କହିଥିଲେ କି ସେ ଗୁରୁଙ୍କ ଦ୍ବାରା ହିଁ ଶିକ୍ଷା ପାଇ ଏଭଳି ଭାବରେ ସଙ୍ଗୀତ ପରିବେଷଣ କରିବାରେ ସଫଳ ହୋଇଛନ୍ତି। ଯଦି ତାଙ୍କର ଆଗକୁ କୌଣସି ଯାତ୍ରା ପାର୍ଟି ରୁ ଅଫର ଆସେ ତେବେ ତାଙ୍କ ମ୍ୟାନେଜର ଅନୁମତି ଦେଲେ ହିଁ ସେ ଯିବେ।
ଯେଉଁ ଗୀତକୁ ଗାଇ ସେ ସାରା ଓଡ଼ିଶାରେ ଫେମସ୍ ହୋଇ ଯାଇଥିଲେ କ୍ୟାମେରା ସାମ୍ନାରେ ମଧ୍ୟ ସେହି ଗୀତକୁ ସେ ଗାଇ ଶୁଣାଇ ଛନ୍ତି। ଏବଂ ସେ ମଧ୍ୟ ଲୋକ ମାନଙ୍କ ନିକଟରୁ ଭଲ ପାଇବା ପାଇ ଅନେକ ଆନନ୍ଦିତ ମଧ୍ୟ ଅଛନ୍ତି। ତାଙ୍କୁ ବେଶ ଖୁସି ମଧ୍ଯ ଲାଗୁଛି ସେଥି ପାଇଁ। ଲୋକ ମାନେ ତାଙ୍କୁ ଆଗକୁ ମଧ୍ୟ ସେହ ଭଳି ଭଲ ପାଇବା ଦିଅନ୍ତୁ ବୋଲି ଆଶା କରିଛନ୍ତି ତେବେ ଆପଣଙ୍କୁ ଏହା କିଭଳି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.