Movie prime

୧୫ ବର୍ଷ ଧରି ପାତାଳରୁ ବାହାରୁଛି ପାଣି ଏହାକୁ ପିଇଲେ ଭଲ ହେବ ସବୁ ରୋଗ ଦେଖନ୍ତୁ କେଉଁଠି ଅଛି ଏହି ସ୍ଥାନ

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କୁଆଡେ ୧୫ ବର୍ଷ ହେଲାଣି ବାବାଙ୍କ ମହିମାରୁ ପାତାଳରୁ ବାହାରୁଛି ପାଣି। ୧୫ ବର୍ଷ ପାତାଳ ଫାଟି ବାହାରୁଥିବା ପାଣି ପିଇଲେ ଭଲ ହୋଇଯିବ ସବୁ ରୋଗ। ଅନବରତ ବହି ଚାଲିଛି ପାଣି ତାହା ପୁଣି ବିଶୁଦ୍ଧ ଏବଂ ମଧୁର ଓ ପୁର୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ଦିନ ମାନଙ୍କରେ 
ପାଣିର ବେଗ ଅଧିକ ରହୁଥିବାର ଶୁଣିବାକୁ ମିଳୁଛି। କଟକ ଜିଲ୍ଲା ବାଙ୍କି ଅଞ୍ଚଳର ବାବା ଧୂଳିଆ ଷଣ୍ଢ ପୀଠର କଥା। ଶାନ୍ତ ସବୁଜ ନିରାଳ ପୀଠ ମଧ୍ୟରେ ରହିଛି ବାବା ଧୂଳିଆ ଷଣ୍ଢ ଏବଂ ମା କନକ ଦୁର୍ଗାଙ୍କ ପୀଠ। କାହିଁ କୋଉ କାଳରୁ ଏଠାରେ ବଟବୃକ୍ଷ ଭଳି ରହିଛନ୍ତି ପ୍ରଭୁ ଶିବ ଶଙ୍କର ଏବଂ ପୂଜା ପାଉଛନ୍ତି ବାବାଙ୍କ ରୂପରେ। ତେବେ ସ୍ଥାନୀୟ ଲୋକ ମାନେ ବାବା ଧୂଳିଆ ଷଣ୍ଢ ଏବଂ ମା କନକ ଦୁର୍ଗାଙ୍କୁ ବହୁ ବିଶ୍ବାସର ସହିତ ପୂଜା ଅର୍ଚ୍ଚନା କରନ୍ତି।
କୁଆଡ଼େ କୁହାଯାଏ ଜନବସତି ଠାରୁ ଦୂରରେ ଥିବା ଏହି ପୀଠଟିରେ ବାବା ଧୂଳିଆ ଷଣ୍ଢ ଏବଂ ମା କନକ ଦୁର୍ଗାଙ୍କର ପ୍ରତେହ ଦେବନୀତି ପାଇଁ ଦରକାର ହେଉଥିବା ଜଳର ଘୋର ଅଭାବକୁ ପୂରଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଚିନ୍ତା କରିଥିଲେ। ଆଉ ସେମାନଙ୍କ ଉଦ୍ୟମରେ ସେଠାରେ ମନ୍ଦିର ନିମନ୍ତେ ଏକ ନଳକୂପ ଖୋଳାଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ନଳକୂପ ଖୋଳିବାର କିଛି ମୁହୁର୍ତ୍ତ ପରେ ନଳକୂପରୁ ଆପେ ଆପେ ଛୁଟି ଆସିଥିଲା ଜଳଧାରା। ଏବଂ ଏହା ଥିଲା ଅତି ବିଶୁଦ୍ଧ ଆଉ ମଧୁର ଜଳ। 
ଅନ୍ୟ ପଟେ ସ୍ଥାନଟି ଅତି ଶାନ୍ତ ସୁନ୍ଦର ସବୁଜ ପରିବେଶ ମଧ୍ୟରେ ଥିବାରୁ ଅନେକ ସମୟରେ ପର୍ଯ୍ୟଟକଙ୍କ ଯାତାୟାତ ଲାଗିରହିଥାଏ। ଏହା ସହ ଏହି ସ୍ଥାନଟିରେ ବଣଭୋଜି, ବିବାହ ଆଦି କାର୍ଯ୍ୟ ଲାଗିରହିଥାଏ। କିନ୍ତୁ ସରକାର ଏବଂ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ଯୋଗୁଁ ଆଜି ଏହି ମହିମାମୟ ପୀଠଟି ଅଣଦେଖା ହୋଇପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.