Movie prime

ଭାଇରାଲ ହେଉଛି ବର୍ଷା ଙ୍କ ବିବାହ ଫଟୋ, ବର୍ଷା ଙ୍କ ସହ କିଏ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ ଜଗତକୁ ନେଇ ଅନେକ ଖବର ଦେଖିଥିବେ । ଓଲିଉଡ ଜଗତର ଅନେକ କଳାକାରଙ୍କ ବିଷୟରେ ଅନେକ କଥା ଆଉ ସିନେମା ବିଷୟରେ ଅନେକ କଥା ଏହି ସୋସିଆଲ ମିଡିଆରୁ ଆପଣ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
ସେ ଅନେକ ଫିଲ୍ମ୍ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଓଲିଉଡ ଜଗତର ମହାନ୍ କଳାକାର ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି ସମସ୍ୟା କାରଣରୁ ଏହି ଦୁଇଜଣ ଏବେ ଅଲଗା ହେବାକୁ ଯାଉଛନ୍ତି ।
ଆଉ ଏହି ଦୁଇଜଣଙ୍କୁ ନେଇ ଅନେକ କଥା ଏବେ ସାମ୍ନାକୁ ଆସୁଛି । ଏହି ଦୁଇଜଣଙ୍କର ଡିଭୋର୍ସ ମାମଲା ଚାଲୁଛି । ଏବେ ପର୍ଯ୍ୟନ୍ତ ତାଙ୍କର ଡିଭୋର୍ସ ହୋଇନାହିଁ । ନିକଟରେ ସୋସିଆଲ ମିଡିଆରେ ଅଭିନେତା ଅନୁଭବଙ୍କ ଦ୍ଵିତୀୟ ବିବାହକୁ ନେଇ ଅନେକ କଥା ଉଠିଥିଲା ।
ସୋସିଆଲ ମିଡିଆରେ ତାଙ୍କ ବିବାହର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ପରେ ଏହି ବିବାହର ଫଟୋ ଗୁଡ଼ିକୁ ନେଇ ସତ କଣ କହିଥିଲେ ଅଭିନେତା ଅନୁଭବ ମହାନ୍ତି । ଏହା ତାଙ୍କ ଆଗାମୀ ଫିଲ୍ମ୍ ଲଭ୍ ଇନ୍ ଲଣ୍ଡନର ସୁଟିଂ ବୋଲି ଜଣାପଡିଥିଲା ।
ଆଉ ଏବେ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ଵିତୀୟ ବିବାହକୁ ନେଇ ଅନେକ କଥା ଆସୁଛି । ସୋସିଆଲ ମିଡିଆରେ ସେ ବଧୂ ବେଶରେ ସଜବାଜ ହୋଇଥିବାର ଅନେକ ଫଟୋ ଏବେ ସାମ୍ନାକୁ ଆସୁଛି । 
ଏହି ଫଟୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି ।
ଏବେ ସୋସିଆଲ ମିଡିଆରେ ଏହି ଭାଇରାଲ ଫଟୋ ତାଙ୍କ ବିବାହ ସମୟର ବୋଲି ଜଣାପଡିଛି ।ଏହି ଫଟୋ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ସମୟର ବୋଲି ଜଣାପଡିଛି । ଏହି ଫଟୋ ବର୍ଷା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଆଉ ଏହାକୁ ନେଇ ଅନେକ ଗୁଜବ ଆସୁଛି କି ସେ ଦ୍ଵିତୀୟ ବିବାହ କରୁଛନ୍ତି କିନ୍ତୁ ଏହା ସତ ନୁହେଁ ବୋଲି ଜଣାପଡିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।