Movie prime
ବୁଢ଼ା ବୟସରେ ବାପାଙ୍କୁ ବେସାହାରା ଛାଡିଦେଇଛନ୍ତି ପୁଅ ଝିଅ ଶେଷ ଭରସା ଏଇ ରିକ୍ସା ଦେଖନ୍ତୁ ବୁଢ଼ା ମଉସା ଙ୍କ ଦୁଃଖ
 
Viral news
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଜୀବନ ହେଉଛି ପରିବର୍ତ୍ତନ ଶିଳ ସେଥି ପାଇଁ ଏହି ଜୀବନ ଆମକୁ କେଉଁଠାରୁ ବେଇ କେଉଁ ମୋଡ ରେ ଯେ ପହଞ୍ଚାଇ ଦେବ ତାହା କିଏ ଅବା ଜାଣିଛି।
ଏହି ସମାଜରେ କିଛି ମଧ୍ଯ ସ୍ଥାୟୀ ନୁହେଁ କାଲି ଯାହା ଆମର ଅଛି ତାହା ଆଉ କେବେ ଆଉ କାହାର ବୋଲି ସାବ୍ୟସ୍ତ ହୋଇଯିବ। ଜୀବନରେ କେତେ ବେଳେ ହିଁ ପଲଟି ଯିବ ତାହା କେହି ମଧ୍ଯ ଜାଣି ପାରିବେ ନାହିଁ।
ଆଜି ଆମେ ଆପଣଙ୍କୁ ସେହି ସମ୍ପର୍କିତ କିଛି କଥା କହିବା ପାଇଁ ଯାଉଛୁ। ଆଜ୍ଞା ହଁ ପୁରୀ ର ଏକ ବୃଦ୍ଧା ବ୍ରଜ କିଶୋର ରଣା ଯିଏକି ପୁରୀରେ ରିକ୍ସା ଚଳାଇ ନିଜ ପେଟ ପୋଷୁଛନ୍ତି।
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେ ପୂର୍ବ ରୁ ରେଳ ବିଭାଗରେ କର୍ମଚାରୀ ଥିଲେ। ଏବେ ସେ ଅବସର ପ୍ରାପ୍ତ ପରେ ମଧ୍ଯ ପେନସନ ପାଉଛନ୍ତି। ହେଲେ ଏହି ପେନସନ ର ଗୋଟେ ପଇସା ମଧ୍ୟ ତାଙ୍କୁ ଦିଆ ଯାଏ ନାହିଁ କାରଣ ସେ ନିଶା ସେବନ କରାନ୍ତି।
ସେଥି ପାଇଁ ମାସ ପୁରିଲେ ତାଙ୍କ ପିଲା ମାନେ ପେନସନ ଉଠାଇ ନିଜେ ନେଇ ଯାଇଥାଆନ୍ତି। ଏବଂ ଏହି ବୃଦ୍ଧ ଜଣକୁ କିଛି ମଧ୍ଯ ଦେଇ ନଥାନ୍ତି। ଏହି ବୃଦ୍ଧ ଜଣକ ମଧ୍ଯ ତାଙ୍କ ଘରକୁ ଆଉ ଯାଉ ନାହାଁନ୍ତି। ତାଙ୍କର ୧୦ ଜଣ ପିଲା ଏବଂ ସମସ୍ତେ ରୋଜଗାର କ୍ଷମ ।
ଆଠ ଜଣ ପୁଅ ମଧ୍ୟରୁ ଛଅ ଜଣ ପୁଅ ରେଲୱେ ରେ ଡ଼୍ରାଇଭର ଅଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଓକିଲ ଓ ଅନ୍ୟ ଜଣେ ଭୁବନେଶ୍ଵର ରେ କଲେକ୍ଟର ଅଛନ୍ତି। ଦୁଇଜଣ ଝିଅ ଙ୍କ ମଧ୍ୟରୁ ଜଣେ ଅବକାରୀ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ଝିଅ ପୋଲିସ ଅଟନ୍ତି। ହେଲେ ବାପା ଙ୍କ ହାଲ ଚାଲ୍ କେହି ମଧ୍ଯ ହେଲେ ଥରେ ପଚାରି ବୁଝି ନଥାନ୍ତି।
ପିଲା ମାନେ କେହି ହେଲେ ମଧ୍ୟ ବାପା ଙ୍କ ଖବର ନେବାକୁ ଦିନେ ହେଲେ ମଧ୍ୟ ଚେଷ୍ଟା କରି ନାହାଁନ୍ତି। ସ୍ତ୍ରୀ ମଧ୍ୟ ସ୍ଵାମୀ ଙ୍କ କଥା କେବେ ହେଲେ ଭାବନ୍ତି ନାହିଁ ଏହି ବୃଦ୍ଧ ଜଣକ ୮୪ ବୟସରେ ମଧ୍ଯ ରିକ୍ସା ଟାଣି ନିଜ ପେଟ ପୋଷୁଛନ୍ତି । ଆଜିର ସମାଜ ହେଉଛୁ ଏହା ଏଠି କେହି କାହାର ନୁହନ୍ତି ନିଜ ପିଲା ମଧ୍ୟ ନିଜ ବାପା କଥା ପଚାରି ନାହିଁ।