Movie prime

କହୁ କହୁ କହିଦେଲେ ଏମିତି କଥା ରାହୁଲ ଗାନ୍ଧୀ ଦେଖନ୍ତୁ ହଠାତ୍ ପାଟିରୁ କଣ ବାହାରିଗଲା

 
Viral video
ନମସ୍କାର ପାଠକ ବନ୍ଧୁ ଗଣ। ବର୍ତ୍ତମାନ ଜଣାପଡିଛି ଯେ ଦିଲ୍ଲୀର ରାମଲୀଳା ମଇଦାନ ରେ କଂଗ୍ରେସ ଆରମ୍ଭ କରିଛି ହଲ୍ଲାବୋଲ ରାଲି ଏବଂ ଏହାରି ଭିତରେ ନିଜର ଏକ ପ୍ରତିକ୍ରିୟା କୁ ନେଇ ସୋସିଆଲ ମିଡ଼ିଆ ରେ ସମାଲୋଚନା ର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ।ଅନେକ ସମୟରେ ତାଙ୍କର କିଛି ନା କିଛି ବୟାନ ଶୁଣିବାକୁ ମିଳିଥାଏ।ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହୋଇଥାଏ।
ଲୋକମାନେ ଅନେକ ପ୍ରଶ୍ନ ରାହୁଲ ଗାନ୍ଧୀ ଙ୍କ କଥାଶୁଣି ଆଲୋଚନା କରିଥାନ୍ତି।ଅନେକ ଲୋକମାନେ ତାଙ୍କ କଥାଶୁଣି ବହୁତ ହସି ମଧ୍ୟ ଥାନ୍ତି।ଏଭଳି ବୟାନ ପ୍ରାୟ ସମୟରେ ଆସିଥାଏ।କିନ୍ତୁ ନିକଟରେ ଦିଲ୍ଲୀର ରାମଲୀଳା ମଇଦାନ ରେ ହଲ୍ଲାବୋଲ ରାଲି ସମୟରେ ଦେଇଥିବା ତାଙ୍କର ଏକ ବୟାନ କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ୍ ହେଉଛନ୍ତି ରାହୁଲ ଗାନ୍ଧୀ।
ଅବଶ୍ୟ ଏହି ଘଟଣା କୁ ନେଇ ସ୍ପଷ୍ଟିକରଣ ମଧ୍ୟ ରଖାଯାଇଛି। କୁହାଯାଇଛି ଯେ ଏହି ମନ୍ତବ୍ୟ ଏକ "ସ୍ଲିପ୍ ଅଫ୍ ଟଙ୍ଗ"। ଅର୍ଥାତ୍ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ରାହୁଲ ଗାନ୍ଧୀଙ୍କ ପାଟିରୁ ଭୁଲ୍ ରେ ଵାହାରିଯାଇଥିଲା। କହୁ କହୁ କହିଦେଇଥିଲେ ରାହୁଲ ଗାନ୍ଧୀ। ତେବେ ରାହୁଲ ଗାନ୍ଧୀ ଏହି ସଭାରେ ଦରଦାମ୍ ଉପରେ ମନ୍ତବ୍ୟ ଦେଇଥିଲେ।
ଭାଷଣ ଦେଉଥିବା ସମୟରେ ରାହୁଲ କିଲୋଗ୍ରାମ ବଦଳରେ ଲିଟର ବ୍ୟବହାର କରିଥିବାରୁ ବର୍ତ୍ତମାନ ଟ୍ରୋଲିଂ ର ଶିକାର ହେଉଛନ୍ତି। ରାହୁଲ କହିଥିଲେ ପୂର୍ବରୁ ଅଟା ଲିଟର ୨୨ ଟଙ୍କାରେ ମିଳିଥିଲା, କିନ୍ତୁ ବର୍ତ୍ତମାନ ଏହା ୪୦ ଟଙ୍କା ପ୍ରତି ଲିଟର ମିଳୁଛି। ତେବେ ପୂର୍ବରୁ ମଧ୍ୟ କଂଗ୍ରେସ ଦରଦାମ୍ ବୃଦ୍ଧି କୁ ନେଇ ଅନେକ ମନ୍ତବ୍ୟ ଦେଇଛି। କିନ୍ତୁ ଆଜି ରାହୁଲ ଗାନ୍ଧୀ ନିଜର ଏଭଳି ଭୁଲ୍ ଶବ୍ଦ ବ୍ୟବହାର ପାଇଁ ସମାଲୋଚନା ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.