ବ୍ରିଟିଶ ଅମଳର ରଥଯାତ୍ରା ହେଉଥିଲା କିଛି ଏମିତି ଦେଖନ୍ତୁ କେମିତି ପୂର୍ବ କାଳରେ ପାଳନ ହେଉଥିଲା ରଥଯାତ୍ରା.....
Fri, 15 Jul 2022

ରଥଯାତ୍ରା ହେଉଛି ଏକ ପ୍ରସିଦ୍ଧ ହିନ୍ଦୁ ପର୍ବ ଯାହାକି ଓଡ଼ିଶାର ପୁରି ସହରରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥାଏ । ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ରଥ ଯାତ୍ରା ଅନୁଷ୍ଠିତ ହୁଏ । ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ,ବଳଭଦ୍ରଙ୍କ ରଥର ନାମ ତାଳଧୂଜ ଓ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ ଅଟେ ।
ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ରଥରେ ବସି ନିଜ ମାଉସୀ ଘର ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ୩ ଠାକୁର ରଥରେ ବସି ୯ ଦିନ ପାଇଁ କୁଣିଆ ହେଇ ମାଉସୀ ଘରକୁ ଯାଆନ୍ତି । ଏହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ । ଜଗନ୍ନାଥଙ୍କ ରଥଯାତ୍ରା ପୃଥିବୀ ରେ ପ୍ରସିଦ୍ଧ । ଏହି ଯାତ୍ରା ଦେଖିବାକୁ ସାରା ପୃଥିବୀର ବିଭିନ୍ନ ଜାଗାରୁ ଲୋକମାନେ ଆସିଥାନ୍ତି ।
ହରିବୋଲ, ହୁଳହୁଳି, ଘଣ୍ଟା ଓ ଶଙ୍ଖ ନାଦରେ ଶ୍ରଦ୍ଧାଳୁ ରଥ ଟାଣନ୍ତି । ଦଶମୀ ଦିନ ୩ ଠାକୁର ରଥରେ ବସି ଶ୍ରୀମନ୍ଦିରକୁ ଫେରି ଆସନ୍ତି, ଏହାକୁ ବାହୁଡା଼ ଯାତ୍ରା କୁହାଯାଏ। ଏକାଦଶୀ ଦିନ ୩ ଠାକୁରଙ୍କର ରଥରେ ସୁନାବେଶ ହୁଏ ଏବଂ ତାପରଦିନ ନୀଳାଦ୍ରିବିଜେ ହୁଏ ।
ଅତୀତରେ ପ୍ରାୟ ଲୋକ ମାନେ ଘରେ ବସି ରଥ ଯାତ୍ରା ଦେଖି ପାରୁନଥିଲେ । କିନ୍ତୁ ଏବେ ଲୋକ ମାନେ ଟେଲିିଜନ ଓ ରେଡ଼ିଓ ରେ ସିଧାପ୍ରସାରଣ ଦେଖି ପାରୁଛନ୍ତି। ମହାମାରୀ କୋ-ର-ନା ପାଇଁ ୨ ବର୍ଷ ହୋଇଯିବ ଶ୍ରଦ୍ଧାଳୁ ମାନେ ରଥ ଯାତ୍ରା ଦେଖିପାରୁନଥିଲି । ଏବର୍ଷ ରଥ ଯାତ୍ରା ହେଇପରିଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମନରେ ବହୁତ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
ସେତେବେଳ ପୁରୁଣା ଯୁଗରେ ୧୮୮୦ ଏବଂ ୧୯୮୦ ମସିହା ରେ ପୁରୀରେ ରଥ ଯାତ୍ରା ହେଉଥିଲା, ସେତେବେଳେ ଲୋକମାନଙ୍କ ପାଖରେ ରଥ ଯାତ୍ରା ଦେଖିବାର ସୁବିଧା ସୁଯୋଗ ନଥିଲା । କିନ୍ତୁ ଏବେର ଆଉ ସେତେବେଳର ରଥ ଯାତ୍ରା ଭିତରେ ବେଶୀ କିଛି ଫରକ୍ ନାହିଁ, ଯଦିଓ ବଦଳି ଯାଇଛି କିଛି ସମୟ ଏବଂ କିଛି ମୁହୂର୍ତ୍ତ । କିନ୍ତୁ ବଦଳି ନାହାନ୍ତି ଜଗନ୍ନାଥ ପ୍ରେମୀ ।