Movie prime

ମଣିଷ ପଶୁ ଭିତରେ ମିଠା ସମ୍ପର୍କ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆଜିକାଲି ଦୁନିଆରେ କେହି କାହାର ନୁହେଁ । ନିଜ ସ୍ବାର୍ଥ ପାଇଁ ମଣିଷ ମାନେ ଖରାପ କାମ କରିବା କୁ ବି ପଛଉ ନାହାଁନ୍ତି। ଗୋଟେ ମଣିଷ ହେଇ ଅନ୍ୟ ଏକ ମଣିଷ ର ଦୁଃଖ କଷ୍ଟ କୁ ବୁଝି ପାରି ନଥାଏ। କିନ୍ତୁ ଏହି ଭିଡିଓ ଟି ରେ ଦେଖିବାକୁ ମିଳିଛି ଯେ ଗୋଟେ କୁନି ପିଲାଟି ଛେଳି ଟି ର କଷ୍ଟ ଆଉ ଯନ୍ତ୍ରଣା କୁ ବୁଝିପାରି କିପରି ଯମ ମୁଁହରୁ ଛେଳି ଟିକୁ ଛଡାଇ ଆଣିଥିଲା।
ଆସନ୍ତୁ ଜାଣିବା ଏହି ଭିଡିଓ ଟି ରେ କୁନି ପିଲାଟି ଛେଳିଟି କୁ କଂସେଇ ହାତରେ ଟେକି ଦେଉଥିବାରୁ କିପରି କାନ୍ଦି କାନ୍ଦି ନିଜ ଦୁଃଖକୁ ପ୍ରକାଶ କରୁଛି। କୁନି ପିଲାଟି କାନ୍ଦି କାନ୍ଦି କହିଛି ନା ମୋ ଛେଳି କୁ ମୁଁ କଂସେଇ ହାତରେ ଟେକିପାରିବିନି। ଛେଳିଟି ର ବି କୁନି ପିଲାଟି ପରି ଏକ ଜୀବନ ଅଛି, ତାକୁ ଏତେ ଯନ୍ତ୍ରଣା ଆଉ ମରଣ ମୁହଁକୁ ଠେଲି ଦିଅନି। କୁନି ପିଲାଟି ଛେଳିଟିକୁ ନିଜ ଠୁ ବି ଅଧିକ ଭଲ ପାଇବା ଦେବା ସହିତ ନିଜ ହାତ ରେ ମଧ୍ୟ ଲାଳନ ପାଳନ କରୁଛି। କୁନି ପିଲାଟି କହୁଛି ସେ ପଶୁ ଟିଏ ହେଲେ କଣ ହେଲା ତାର ତ ଇଚ୍ଛା ବୋଲି କଣ ଅଛି। 
ଛେଳିଟି ର ଦୁଇଟି ନୀରିହ ଆଖିକୁ ଦେଖି କୁନି ପିଲା ଟି ଛେଳିଟି କୁ ଅଧିକ ଭଲ ପାଇ ବସିଛି । ଛେଳିଟି ର ନିଜର ବୋଲି ଏ ଦୁନିଆରେ କେହି ନାହାନ୍ତି ତାର ଯଦି କିଏ ନିଜର ବୋଲି ଅଛି ତାହାଲେ ସେ ବି ନିଜର ବୋଲି କିଏ ଚିହ୍ନିନି କି ଜାଣିନି ସେଥିପାଇଁ ଛେଳି ଟି ମତେ ନିଜର କରିଦେଇଛି। କୁନି ପିଲାଟି ନିଜ ହାତରେ ତାକୁ ଖାଇବାକୁ ଦେଇଛି। ଆଉ ତା ସହିତ କେତେ ଖେଳବି ଖେଳିଛି ଛେଳି ଉପରେ ବସି ନାଚ ବି କରିଛି ଆଉ ଆଜି ମୁଁ କେମିତି ଛେଳି ଟି କୁ ମରଣ ମୁଁହକୁ ନିଜ ହାତ ରେଠେଲି ଦେବି। ପଶୁ ଟେ ହେଲେ ବି ମଣିଷ ପରି ସେ ସ୍ବାର୍ଥପର ନୁହେଁ। ଛେଳିଟି ଗୋଟେ ମଣିଷର ହଉ ବା ଗୋଟେ ଜୀବଜନ୍ତୁର ହଉ ନା କାହିଁକି କାହାର ବିଶ୍ଵାସ କୁ ଭାଙ୍ଗି ନଥାଏ। 
ଛେଳି ଟିଏ ହେଲେ ବି ତା ମନ ନିର୍ମଳ ଆଉ ନିଜ କୁ ଆଜି ସେ କଂସେଇ ପାଖରେ ଦେଖି ଡରି ଯାଉଛି କୁନି ପିଲାଟି ଛେଳିଟିର ଆଖି କୁ ଦେଖି ସବୁ ବୁଝି ଯାଉଛି। ଛେଳି ଟି ସତେ ଯେପରି ବିକଳ ହେଇ କହୁଛି ମତେ ମାରନି କଂସେଇ ହାତରେ ମତେ ଟେକି ଦିଅନି। ଛେଳିଟି କୁ ମୁଁ ଛାଡ଼ି ପାରିବିନି ତାର ବି ଆମ ପରି ଗୋଟେ ଜୀବନ ଅଛି। ଛେଳିଟିର ବି ବଞ୍ଚିବାକୁ ଇଛା ଅଛି , ତାକୁ ବି କଷ୍ଟ ହେଉଛି। ତେଣୁ ନିଜର ସାମାନ୍ୟ ଖୁସି ପାଇଁ କୌଣସି ପଶୁକୁ ଏମିତି କଷ୍ଟ ଦିଅ ନାହିଁ। ସେଥିପାଇଁ ତ ପୁରାଣ ରେ କୁହାଯାଇଛି " ଏହି ସଂସାର ରେ ସମସ୍ତ ଜୀବ ମାନଙ୍କ ପ୍ରତି ଦୟା ଭାବ ରଖିବା ନିହାତି ଆବଶ୍ୟକ"।