Movie prime

Ruchika Mohanty ମୃ-ତ୍ୟୁ ମାମଲାରେ ମିଳୁନି ନ୍ୟାୟ ଶେଷରେ ରୁଚିକା ମା ଙ୍କୁ ଘୋଷାଡି ଉଠାଇ ଦେଲେ

 
Ruchika Mohanty

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସମାଜରେ ଏଭଳି ଘଟଣା ଘଟୁଛି ମଣିଷ ନିଜର ମଣିଷ ପଣିଆ ମଧ୍ଯ ଭୁଲି ଯାଉଛି। ସେ ଭାବୁନି କି ସେ ଯାହା କରୁଛି ତାହା ଠିକ୍ ନା ଭୁଲ ତାହା ଦ୍ବାରା ଅନ୍ୟ କେହି ଜଣେ ଆନନ୍ଦ ପାଉଛି କି ଦୁଃଖ।

ଆଜ୍ଞା ହଁ ବନ୍ଧୁଗଣ ଆମେ ସେହି ବିଜେବି କଲେଜ ର ମେଧାବୀ ଛାତ୍ରୀ ଯାହାର ବିନା କାରଣରେ ଜୀବନ ଚାଲି ଯାଇଛି ରୁଚୀକା ମହାନ୍ତି ଙ୍କ କଥା କହୁଛୁ।

ଝିଅ ଯିବାର ଦଶ ଦିନ ବିତି ସାରିଲାଣି ହେଲେ ଆଜି ପର୍ଯ୍ୟନ୍ତ ମଧ୍ଯ ଧରା ପଡୁ ନାହାଁନ୍ତି ଋଚିକା ଙ୍କ ଆ-ତ୍ମ-ହ-ତ୍ୟା ପ୍ରକୃତ ଅଭିଯୁକ୍ତ ସେହି ସିନିୟର୍ ତିନିଜଣ। ଆଜି ମଧ୍ୟ ପ୍ରଶ୍ନ ଉଠୁଛି ସେମାନଙ୍କୁ ଆଉ ଲୁଚାଇ ଦିଆ ଯାଇନି ତ?
ଏତେ ଦିନ ପରେ ଏତେ ତଦନ୍ତ ହୋଇ ସାରିଥିଲେ ମଧ୍ଯ କାହିଁକି ଧରା ପଡୁ ନାହାଁନ୍ତି ସେହି ସିନିୟର୍ ତିନି ଜଣ? ଏନେଇ ରୁଚିକା ଙ୍କ ପାରିବାର ଲୋକେ ଧାରଣ ରେ ବସିଥିଲେ।
ବିଜେବି କଲେଜ ଆଗରେ ଝିଅ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିବା ମାଆଙ୍କୁ ଉଠାଇ ନେଇଗଲା ପୋଲିସ । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା ।
ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ଉପସ୍ଥିତ ଥିଲେ ।
 କିନ୍ତୁ ଏକାଦଶାହ କର୍ମ ହେବା ପୂର୍ବରୂ ରୁଚିକାଙ୍କ ମାଆ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି । ଏ ନେଇ ରୁଚିକାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏତେ ଦିନ ହେଲାଣି ଝିଅର ଆ-ତ୍ମ-ହ-ତ୍ୟା କୁ ।
ହେଲେ ପୋଲିସ ଆଜି ଯାଏଁ କୌଣସି ପଦକ୍ଷପ ନେଉ ନାହିଁ। ଏବଂ ସେ ଏହା ମଧ୍ଯ କହିଛନ୍ତି ତାଙ୍କ ଝିଅ କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଏହି ଭଳି ଭାବରେ ଧାରଣା ରେ ବସିବେ।