Movie prime

ବାପା Pradeep Maharathy ଙ୍କ ପରେ ଏବେ ପ୍ରଶଂସା ର ପାତ୍ର ହେଉଛନ୍ତି ପୁଅ ରୁଦ୍ର ମହାରଥୀ ପିଲାଙ୍କ ସହ ବସି କଲେ ଭୋଜନ ଦେଖନ୍ତୁ Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସ୍କୁଲ ରେ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇଥାଏ। ଏବଂ ଏହି ଖାଇବା ଖାଇବାକୁ ମଧ୍ୟ ପିଲା ମାନେ ବାଧ୍ୟ ହୋଇ ଥାଆନ୍ତି। ମଧ୍ୟାହ୍ନ ଭୋଜନ ମଧ୍ଯ ଅନେକ ସମୟରେ କିଛି ସ୍ଥାନରେ ଭଲ ହୋଇଥାଏ ଓ କିଛି ସ୍ଥାନରେ ମଧ୍ଯ ଖରାପ ହୋଇଥାଏ। ସେଥି ପାଇଁ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ କରୀବା ପାଇଁ ପଡ଼ିଥାଏ।
ଆପଣ ମାନେ ଏଭଳି ଅନେକ ସମୟରେ ନିଉଜ ରେ ଦେଖିଥିବେ କି ମଧ୍ୟାହନ ଭୋଜନ ଖାଇ ଅନେକ ପିଲା ରୋଗ ଗ୍ରସ୍ତ ହୋଇ ମେଡିକାଲ ରେ ପଡ଼ିଥାନ୍ତି। ଏହି ମଧ୍ୟାହ୍ନ ଭୋଜନ ଖାଇବା ଦ୍ବାରା ମଧ୍ଯ କେତେ ପିଲା ଙ୍କ ମୃ-ତ୍ୟୂ ମଧ୍ୟ ଘଟିଛି। ଏହା ଶିକ୍ଷକ, ଶିକ୍ଷୟିତ୍ରୀ ଓ ରୋଷେୟା ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ହିଁ ହୋଇଥାଏ। ସେଥି ପାଇଁ ଏବେ ମଧ୍ୟାହ୍ନ ଭୋଜନ ଯାଞ୍ଚ ଅନେକ କଡା କଡ଼ି ମଧ୍ୟ ହୋଇ ସାରିଲାଣି।
ସେଥି ପାଇଁ ତ ପିପିଲି ବିଧାୟକ ରୁଦ୍ର ମହାରଥୀ ତାଙ୍କ ଅଞ୍ଚଳରେ ଥିବା ଏକ ବିଦ୍ୟାଳୟ କୁ ହଠାତ୍ ଯାଇ ପହଞ୍ଚି ଯାଇଥିଲେ। ଏବଂ ସେଠାରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ସେ ସେଠାକୁ ଯାଇ ପହଞ୍ଚିବା ସମୟରେ ସେଠାରେ ପିଲା ମାନେ ବସି ମଧ୍ୟାହ୍ନ ଭୋଜନ ଖାଉଥିଲେ ଏବଂ ସେ ପିଲା ମାନଙ୍କୁ ଖାଇବା ସମ୍ଵନ୍ଧରେ ପଚାରିଥିଲେ ପିଲା ମାନେ ମଧ୍ଯ ଖାଇବା ଭଲ ଲାଗୁଛି ବୋଲି କହିଲେ।
ଏହାପରେ ବିଧାୟକ ସେଠାରେ ଉପସ୍ଥିତ ଥିବା ରୋଷେୟା ଙ୍କୁ ଖାଇବା ମାଗିଥିଲେ ଯେ ଟେଷ୍ଟ କରିବେ ପ୍ରକୃତ ରେ ଖାଇବା ଭଲ ଲାଗୁଚି କି ନାହିଁ। ତା ପରେ ମଧ୍ୟ ସେହି ପିଲା ମାନଙ୍କ ସହ ମିଶି ଖାଇବା ଖାଇଲେ ଏବଂ ଖାଇବା ଖାଇ ସାରିଲା ପରେ କହିଥିଲେ କି ହଁ ଏହି ଖାଇବା ଭଲ ଲାଗୁଚି।