Movie prime

ସବ୍ୟସାଚି ଅର୍ଚ୍ଚିତା ରିୟା ଙ୍କୁ ଗିଫ୍ଟ ଦେଉ ଦେଉ କିଛି ହେଲା ଏମିତି ଦେଖନ୍ତୁ ଏହି ଦୃଶ୍ୟ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥାଏ।ସେ ଦେଖିବାକୁ ଯେତିକି ସୁନ୍ଦର ଅଭିନୟ ମଧ୍ୟ ସୁନ୍ଦର କରିଥାନ୍ତି।କେବଳ ସେତିକି ନୁହେଁ ରିୟା ବହୁତ ସୁନ୍ଦର ଡାନ୍ସ ମଧ୍ୟ କରିଥାନ୍ତି।
ସେ ପ୍ରଥମେ ୨୦୧୦ ମସିହାରେ ପ୍ରେମ ଅଢ଼େଇ ଅକ୍ଷର ଚଳଚ୍ଚିତ୍ର ରେ ଲିଡ ହିରୋଇନ୍ ଭାବରେ ଅଭିନୟ କରିଥିଲେ।ଏହି ଚଳଚ୍ଚିତ୍ର ରେ ଅଭିନେତା ବାବୁଶାନ୍ ହିରୋ ହୋଇଥିଲେ।
ଏହାପରେ ଅଭିନେତ୍ରୀ ରିୟା ଅମ୍ଳାନ ଙ୍କ ସହିତ ଗୋଲାପି ଗୋଲାପି,ଅଭିଷେକ ଙ୍କ ସହିତ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି।
ଆପଣମାନେ ଜାଣିଥିବେ କିଛି ଦିନ ତଳେ ଅଭିନେତ୍ରୀ ରିୟା ଦେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ତାଙ୍କର ବାହାଘର ରେ ଅନେକ କଳାକାରମାନେ ଆସିଥିଲେ ଏବଂ ଏଞ୍ଜୟ୍ ମଧ୍ୟ କରିଥିଲେ।
ବର୍ତ୍ତମାନ ଅଭିନେତ୍ରୀ ରିୟା ଙ୍କ ରିସେପ୍ସନ୍ ପାର୍ଟି ରେ ମଧ୍ୟ ଅନେକ କଳାକାର ମାନେ ଉପସ୍ଥିତ ହୋଇଥିଲେ।ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ରିୟା ଙ୍କ ରିସେପ୍ସନ୍ କୁ ଆସିଛନ୍ତି।ଏବଂ ତାଙ୍କୁ ବହୁତ ସୁନ୍ଦର୍ ଗିଫ୍ଟ ମଧ୍ୟ ଦେଇଛନ୍ତି।
ଏହାପରେ ରିୟା ଓ ତାଙ୍କ ସ୍ବାମୀ ଙ୍କ ସହିତ ଫଟୋ ମଧ୍ୟ ଉଠାଇଥିବାର ଦେଖିବାକୁ ମିଳିଛି।ଅଭିନେତ୍ରୀ ପ୍ରକୃତି ମିଶ୍ର, ଶୀତଳ, ଏଲି ପାଢ଼ୀ ଆହୁରି ଅନେକ କଳାକାର ମାନେ ଫଟୋ ଉଠାଇ ଥିଲେ।ଦର୍ଶକ ମାନେ ଏଭଳି ଦେଖି ବହୁତ ଖୁସି ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.