Movie prime

ସରପଞ୍ଚ ଆରମ୍ଭ କଲେ ନିଜସ୍ଵ ଆମ୍ବୁଲାନ୍ସ ସେବା ଦେଖନ୍ତୁ ସରପଞ୍ଚ ଙ୍କ ମହାନତା କେମିତି କରୁଛନ୍ତି ସେବା Special Report

 
Sarapancha
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି କିଛି ଭିଡିଓ ଦେଖିଲେ ଆପଣ ଭାବି ପାରିବେନି ଯେ ଆଜିକା ଦୁନିଆରେ ଏମିତି ବି ଲୋକ ଅଛନ୍ତି ।
ଗାଁର ସରପଞ୍ଚ ନିଜ ପଞ୍ଚାୟତରେ ନିଜସ୍ବ ଆମ୍ବୁଲାନ୍ସ ସେବା ଜାରି କରିଛନ୍ତି । ଆଜିକା ଯୁଗର ଏମିତି ଲୋକ ବହୁତ କମ୍ ଅଛନ୍ତି । ଆଜିକା ଯୁଗ ଆଉ ଦେଶ ଯେତେ ଉନ୍ନତି କରିଲେ ବି କିଛି ସ୍ଥାନରେ ଏଯାଏଁ ଆମ୍ବୁଲାନ୍ସ ସେବା ନାହିଁ । 
ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳଥି ଗାଁର ସରପଞ୍ଚ ଜଗମୋହନ ପାତ୍ର ନିର୍ବାଚନରେ ଛିଡ଼ା ହୋଇଥିଲା ଆଉ ସେ କହିଥିଲେ ଜିତିବା ପରେ ସେ ଗାଁରେ ନିଜସ୍ବ ଆମ୍ବୁଲାନ୍ସ ସେବା ଜାରି କରିବେ ।
ଆଉ ସେ ଜିତିଲା ପରେ ଏହି ସେବା ଆରମ୍ଭ କରିଛନ୍ତି । ସେ ଏକ ଅଭିନବ ଉପାୟ କରିଛନ୍ତି । ସେ ସରକାରଙ୍କର ସେବାକୁ ଅପେକ୍ଷା ନକରି ନିଜ ଗାଁର ସୁବିଧା ପାଇଁ ସେହି ଗାଁର ଯୁବକ ସଂଘ ସହ ମିଶି ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ । 
ଆଉ ସେହି ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ଯିବାକୁ ଠିକସେ ରାସ୍ତା ନାହିଁ ଆଉ ସେଥିପାଇଁ ସେଠାକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ । ଆଉ ସେଠାକାର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଉ ସେଥିପାଇଁ ସେଠାକାର ସରପଞ୍ଚ ଆଉ ଯୁବକ ସଂଘ ମିଶି ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଆଉ ଯାହା ଦ୍ଵାରା ସେଠାକାର ଗ୍ରାମବାସୀ ଏହାର ସେବା ପାଇପାରିବେ । ଏହି ସେବା ୨୪ ଘଣ୍ଟା ମିଳିବ । 
ଆଉ ଯୁବକ ସଂଘର ପ୍ରତ୍ୟେକ ଲୋକ ତାଙ୍କର ମାସିକ ଦରମାର ୫୦ ଟଙ୍କା ଆଉ ତାଠାରୁ ଉର୍ଦ୍ଧ୍ବ ଟଙ୍କା ଦେଇ ଏହାକୁ ଚାଲୁ କରିବେ । ଆଉ ଏହି ଆମ୍ବୁଲାନ୍ସରେ ଓକ୍ସିଜେନ ଆଉ ସମସ୍ତ ପ୍ରକାରର ବ୍ୟବସ୍ଥା ଅଛି । ଆଉ ସମସ୍ତେ ବହୁତ ଖୁସି ଅଛନ୍ତି ।
ଏହା ହେଉଛି ଏକ ପ୍ରେରଣା ଯାହାକି ଯେଉଁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବ ସେହି ଅଞ୍ଚଳ ବାସୀ ଏବଂ ସମସ୍ତ ସରପଞ୍ଚ ଆଉ ବଡ ବଡ ଲୋକ ମିଶି ଏହିପରି ସେବା ଆରମ୍ଭ କରିପାରିବେ ।