Movie prime

ଭଗବାନ୍! ଶେଷ ରେ ଧରା ପଡ଼ିଲା 7 ମୁଣ୍ଡିଆ ସପ୍ତ ଫେଣି ସାପ

 
Special report
ସାତ ମୁଣ୍ଡିଆ ସାପ ବିଷୟରେ ଆପଣମାନେ ତ ଶୁଣି ଥିବେ।କିନ୍ତୁ ଏଭଳି ଏକ ଗ୍ରାମରୁ ମିଳିଛି ସାତ ମୁଣ୍ଡ ଥିବା ସାପର କାତି।ଲୋକମାନେ ଏହା ଦେଖି ତାହାର ପୂଜା କରୁଛନ୍ତି।
କର୍ଣ୍ଣାଟକ ର କନକପୁର ଗ୍ରାମରେ ବୁଧବାର ସକାଳୁ ଲୋକ ମାନଙ୍କ ର ଗହଳି ଦେଖିବାକୁ ମିଳିଥିଲା।ଆଖପାଖରେ ଅନ୍ୟ ଗ୍ରାମରୁ ମଧ୍ୟ ଲୋକ ମାନେ ସେଠାକୁ ଆସି ପହଞ୍ଚି ଯାଇଥିଲେ।
ବାଙ୍ଗାଲୋର ରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ଗ୍ରାମରେ କିଛି ଏପରି ଦେଖିବାକୁ ମିଳିଛି ଯାହାକୁ ଶୁଣିବା ପରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।
ସେହି ଗ୍ରାମର ଲୋକମାନେ ସେଠାକାର ଏକ କ୍ଷେତରୁ ଏକ ସାପ କାତି ଉଦ୍ଧାର କରିଛନ୍ତି ଯାହାର ସାତ ଟି ମୁଣ୍ଡ ରହିଛି।ଏହି ଆଶ୍ଚର୍ଯ୍ୟ କରି ଦେଉଥିବା କାତି କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ମାନଙ୍କର ଭିଡ଼ ଜମି ଯାଇଥିଲା।
ତେବେ ପୌରାଣିକ କଥା ଅନୁସାରେ ଶେଷ ନଗର ସାତ ଟି ମୁଣ୍ଡ ରହିଥିଲା।ଲୋକମାନେ ସେହି କାତି କୁ ମନ୍ଦିର ନେଇଯାଇ ସେହି କାତି ରେ ହଳଦୀ ଆଉ ଚନ୍ଦନ ଲଗାଇ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିଲେ।
ତେବେ ଏହି କାତି ଦେଖିବା ପରେ ଲୋକ ମାନଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ଆଜି ବି ଶେଷ ନାଗ ଜୀବିତ ରହିଛି ଛ ମାସ ପୂର୍ବରୁ ଏହିପରି ଏକ କାତି ମିଳିଥିଲା।
ବର୍ତ୍ତମାନ ସମୟରେ ଏହି ସାପର କାତି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି ସେହି ଗ୍ରାମର ପ୍ରଶାନ୍ତ ନାମକ ଜଣେ ଯୁବକ ଙ୍କୁ ଛ ମାସ ପୂର୍ବରୁ ଠିକ୍ ଏହିଭଳି ଏକ କାତି ମିଳିଥିବା କଥା କହିଥିଲେ।
ତେଣୁ ଏହା ଦ୍ଵିତୀୟ ଥର ହେଉଥିବା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ବିଶ୍ଵାସ ରହିଛି ଯେ ସେଠାରେ ଏକ ସପ୍ତଫେଣି ନାଗ ରହିଛି ଏବଂ ସେଠାରେ ଈଶ୍ୱର ଙ୍କ ର କୌଣସି ଦୈବୀ ଶକ୍ତି୍ ରହିଛି।
ବିଶେଷଜ୍ଞ କହିଲେ ଯେ ଏପରି କୌଣସି ସାପର ଅସ୍ତିତ୍ଵ ନାହିଁ। ଅନ୍ୟ ପକ୍ଷେ ସର୍ପ ବିଶେଷଜ୍ଞ ମାନେ ଏଭଳି ଏକ ସାପ ଜୀବିତ ରହିବା କଥାକୁ ଓ ଏହାର ଅସ୍ତିତ୍ବ କୁ ଖଣ୍ଡନ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.