Movie prime

ଦେଖନ୍ତୁ କାହିଁକି ଦାଦାଗିରି ଦେଖାଇ ଏମିତି କାର୍ଯ୍ୟ କଲେ ଯୁବକ ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦାଦାବଟି ପାଇଁ ହୋଟେଲ୍ ରେ ପସି ଆତଙ୍କ। ସୁରକ୍ଷା କର୍ମୀ ଙ୍କୁ ମାଡ଼। ସିଧା ସଳଖ ବଟି ମାଗି ମାଲିକ କୁ ଧମକ। ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବା ସହିତ ଥାନାରେ ଅଭିଯୋଗ ହୋଇଥିଲା।
ମାମଲା ରୁଜୁ କରି ଟାଉନ୍ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ହରଚଣ୍ଡୀ ସାହିର ପ୍ରଦୀପ କୁମାର ବେହେରା ଓରଫ ପଦିଆ। ପରେ ଯେଉଁ ସୁରକ୍ଷାକର୍ମୀ ରହୁଛନ୍ତି ଭଗବାନ ବାରିକ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 
ତାଙ୍କ ଅଭିଯୋଗ କୁ ଭିତ୍ତି କରି ଯିଏ ମାଡ଼ ମାରିଥିବା ଅଭିଯୁକ୍ତ ପ୍ରଦୀପ କୁମାର ବେହେରା ତାଙ୍କୁ ଟାଉନ ଥାନା ପୋଲିସ ଗିରଫ କରି ବର୍ତ୍ତମାନ କୋର୍ଟ ଚାଲାଣ କରିଛି।
ଯେତେବେଳ ପୋଲିସ ପ୍ରଶାସନ ପକ୍ଷରୁ ଗୋଟେ ଦାଦାବଟି ବିରୋଧ ରେ ସମଗ୍ର ଜିଲ୍ଲା ରେ ଅଣ୍ଟୀଦାଦାବଟି ଡ୍ରାଇଭ ଚାଲିଛି ସେତେବେଳ ଗୋଟେ ଜନଗହଳି ସ୍ଥାନରେ ହୋଟେଲ୍ ଭିତରେ ପସି ଜଣେ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ଦ୍ଵାରା ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି।
ତେବେ ସୁରକ୍ଷା କର୍ମୀ ଭଗବାନ ବାରିକଙ୍କ ଏତଲା କ୍ରମେ ପୋଲିସ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଲୋକନାଥ ରୋଡସ୍ଥିତ ଶୁଭଦର୍ଶନ ହୋଟେଲରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି ଭଗବାନ।
ଗତ ୭ ତାରିଖ ରାତି ୧୧ଟା ୧୭ ସମୟରେ ପଦିଆ ଏହି ହୋଟେଲରେ ପସି ଗାଳିଗୁଲଜ କରିବା ସହିତ ଭଗବାନଙ୍କୁ ମାଡ଼ ମାରିଥିଲେ। ଦାଦାବଟି ପାଇଁ ସେ ଏହିଭଳି କାଣ୍ଡ ଘଟାଇଥିବା ନେଇ ହୋଟେଲ ମାଲିକ କହିଥିଲେ। 
ଏହି ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପରେ ଏହି ଭିଡ଼ିଓଟି ଖୁବ୍ ଜୋରେ ଭାଇରାଲ ହୋଇଥିଲା। ଭିଡ଼ିଓଟି ଏସପିଙ୍କ ନଜରକୁ ଆସିବା ସହ ଏନେଇ ଭଗବାନ ଟାଉନ ଥାନାରେ ଏତଲା ଦେଇଥିଲେ।
ପୋଲିସ ଏହି ଏତଲାକୁ ଭିତ୍ତିକରି ମାମଲା ରୁଜୁ କରିଥିଲା। ପଦିଆକୁ ଗିରଫ କରାଯିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.