Movie prime

ସାମ୍ନାକୁ ଆସିଲା ପ୍ରକୃତ ପ୍ରେମର ଉଦାହରଣ ଦେଖନ୍ତୁ ଆଜିକାଲି ପ୍ରେମ ଆଗରେ ଏ ପ୍ରେମ ବହୁତ୍ ଉପରେ

 
Viral news

ବର୍ତ୍ତମାନ ଯେଉଁ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ତାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ବହୁତ ଖୁସି ମଧ୍ୟ ହେବେ।ସ୍ୱାର୍ଥପର ଦୁନିଆରେ ଏହି ଜୀବନର ଭିଡ଼ ଭିତରେ ଏଭଳି ଦୃଶ୍ୟ ଦେଖିବା ସତରେ ବିରଳ ଅଟେ।

ଯେଉଁ ଦୃଶ୍ୟ ର ମୂଲ୍ୟ ଅମୂଲ୍ୟ ର ମୂଲ।ବର୍ତ୍ତମାନ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ବହୁତ କମ୍ ଦେଖିବାକୁ ମିଳିଥାଏ।ଏଭଳି ଦୃଶ୍ୟ ଦେଖିଲେ ମନରେ ଅନେକ ଭାବନା ସୃଷ୍ଟି ହୋଇଥାଏ।

ଭିଡିଓ ରେ ଦେଖିବାକୁ ମିଳିଛି ଯେ ବୟସର ଅପରାହ୍ନ ରେ ମଧ୍ୟ ଜଣେ ବୃଦ୍ଧ ଆଉ ବୃଦ୍ଧା ମହିଳା ଙ୍କ ଭଲ ପାଇବା କେବେ କମି ଯାଇନାହିଁ।ଏବେ ବି ପରସ୍ପର ଙ୍କ ଯତ୍ନ ନେଉଛନ୍ତି।କେବଳ ସେତିକି ନୁହେଁ ଦାୟିତ୍ଵ ମଧ୍ୟ ନେଉଛନ୍ତି।
ଏବେ ମଧ୍ୟ ଦୁଇ ଜଣଙ୍କ ହୃଦୟରେ ଭଲ ପାଇବା ରହିଛି।ଏହି ବୟସ ରେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ର ସାହାରା ସାଜିଛନ୍ତି।ବୃଦ୍ଧ ଜଣଙ୍କ ନିଜ ବୃଦ୍ଧା ସ୍ତ୍ରୀ ଙ୍କ ହାତକୁ ଧରି ରାସ୍ତାରେ ବାଟ କଢ଼େଇ ନେଉଛନ୍ତି।
ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜେ ଆଶା ବାଡ଼ି ଧରି ମଧ୍ୟ ନିଜର ପ୍ରାଣ ପ୍ରିୟ ପତ୍ନୀ ର ସାହାରା ସାଜିଛନ୍ତି। ସତେ ଯେମିତି ବୃଦ୍ଧ ଜଣଙ୍କ ତାଙ୍କ ବୃଦ୍ଧା ପତ୍ନୀ ଙ୍କୁ କହୁଛନ୍ତି ଯେ "ଏଇ ଧନ ତୁ ବିଲକୁଲ୍ ବି ବ୍ୟସ୍ତ ହେବୁନି।ରାସ୍ତାରେ ଗାଡ଼ି, ମଟର ଭିଡ଼କୁ ଦେଖି ବିଲକୁଲ୍ ଡରିବୁ ନାହିଁ।
ମୁଁ ପରା ଅଛି।ମୁଁ ଥିବା ଯାଏଁ ତୋର କିଛି ହେବନାହିଁ।ମୁଁ ମଲା ଯାଏଁ ତୋର ସବୁ ଦୁଃଖ ସୁଖ ରେ ପାଖରେ ରହିଥିବି"।ସେ ନିଜେ ପଛେ କଷ୍ଟ ପାଇବେ କିନ୍ତୁ ତାଙ୍କ ସ୍ତ୍ରୀ ଙ୍କୁ ଖୁସିରେ ରଖିବେ।
ବୃଦ୍ଧ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କ ହାତ ଧରି ତାଙ୍କୁ ରାସ୍ତାରେ ନେଉଥିବର ଦେଖି ସମସ୍ତେ ବହୁତ ଖୁସି ହେଉଛନ୍ତି।କାରଣ ଆଜିକାଲି ଦୁନିଆରେ ଏଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ।
କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଦେଖି ସମସ୍ତେ ନିଜର ମତାମତ ଦେଉଛନ୍ତି।ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।