Movie prime

କେଳା ଦେଖାଉଥିବା Nagamani କଣ ସତରେ ଅସଲି ହୋଇଥାଏ ଦେଖନ୍ତୁ ଆଜି ଏହାର ବାସ୍ତବ ସତ କଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସାପ କୁ ନିଶ୍ଚିତ ଭାବରେ ଦେଖିଥିବେ ସାପ କୁ କେତେକ ଲୋକ ମଧ୍ଯ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ଲୋକ ମାନେ ଏହା ମଧ୍ଯ ମାନିଥାନ୍ତି କି ସାପରେ ମୁଣ୍ତ ରେ ନଗମଣି ଅଛି ଯାହାର ଦାମ୍ ବହୁତ୍ ଅଧିକ ମଧ୍ଯ ହୋଇ ଥାଏ। ହେଲେ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏହି ନଗମଣୀ କୁ ଦେଖି ନାହାଁନ୍ତି।
କୁହାଯାଏ କି ଏକ କୋବ୍ରା ସାପ ଯଦି ୧୦୦ ରୁ ଅଧିକା ବର୍ଷ ବଞ୍ଚି ଯାଏ ତେବେ ତା ମୁଣ୍ଡରେ ଏକ ପଥର ସ୍ୱରୂପ ନାଗ ମଣି ସୃଷ୍ଠି ହୋଇଥାଏ। ଏହାର ଆକାର ମଧ୍ୟ ଛୋଟ ହୋଇଥାଏ। ହେଲେ ପ୍ରଶ୍ନ ଏହା ଉଠୁଛି କି ସତରେ କଣ ସାପ ମାନେ ଏତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି। ଆମେ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହୁଛୁ କି ଭାରତରେ ରହୁଥିବା ସାପ ର ଆୟୁ କାଳ ୨୩ ବର୍ଷ ହୋଇଥାଏ।
ସବୁ ଠାରୁ ବେଶୀ ଦିନ ପର୍ଯ୍ୟନ୍ତ କେବଳ ଅଜଗର ସାପ ହିଁ ବଞ୍ଚି ପାରେ। ଅନ୍ୟ କେଉଁ ସାପର ମଧ୍ୟ ଆୟୁକାଳ ଏତେ ନୂହେଁ। ହେଲେ ବିଜ୍ଞାନ ଏହି ସାପ ଙ୍କ ମୁଣ୍ଡ ରେ ନାଗ ମଣି ଥାଏ ଏହି କଥାର ସଂପୂର୍ଣ୍ଣ ଭାବରେ ବିରୋଧୀ ଅଟେ। କାରଣ ସେମାନେ କୁହନ୍ତି ଆଜି ପର୍ଯ୍ୟନ୍ତ ଏଭଳି ନାଗ ମଣି କେଉଁ ଠାରେ ମଧ୍ଯ ମିଳି ନାହିଁ। ସାପର ମଥା ଉପର ଚମଡା କୋମଳ ହୋଇଥାଏ।
ସେଥି ପାଇଁ ସାପ ଧରାଳି ମାନେ ସେଠାରେ ଏକ ନାଗ ମଣି ସଦୃଶ୍ୟ ପଥର ପୁରାଇ ଦେଇ ଲୋକଙ୍କୁ ଲୁଟି ବାରେ ଲାଗି ଥାଆନ୍ତି। ଏବଂ ତାହାର ଦାମ୍ ମଧ୍ଯ ବେଶ ଅଧିକା କହିଥାନ୍ତି। ହେଲେ ବିଜ୍ଞାନ ଅନୁସାରେ କୌଣସି ନାଗ ମଣି ନାହିଁ ବୋଲି କୁହା ଯାଉଥିବା ବେଳେ ପୂରଣ ଶାସ୍ତ୍ର ଅନୁସାରେ ନାଗ ମଣି ଅଛି ବୋଲି କୁହା ଯାଇ ଥାଏ।