Movie prime

କାହିଁକି ଧ୍ଵଂସ ହେଲା Twin Tower ଏବେ କାରଣ ହେଲା ସ୍ପଷ୍ଟ ଦେଖନ୍ତୁ Exclusive Visual

 
Viral news
ନମସ୍କାର ବନ୍ଧୁଗଣ ତେବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୧୨ ସେକେଣ୍ଡରେ ଟଳି ପଡିଲା ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର। ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ।
ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ୩୨ ମହଲା ଏବଂ ୩୦ ମହଲା ବିଶିଷ୍ଟ ଦୁଇଟି ବିଲିଡିଂ ମାଟିରେ ମିଶିଛି। ଏଠାରେ ସୁରକ୍ଷା ଦାୟିତ୍ୱ ପାଇଁ ୫୦୦ରୁ ଅଧିକ ପୋଲିସ, ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍‌ ଉପସ୍ଥିତି ରହିଥିଲେ। 
ଟ୍ଵିନ ଟାଓ୍ଵାର ପାଖରେ ୪୫ଟି କୋଠା ରହିଛି। ଯାହାକୁ ପୂର୍ବରୁ ସତର୍କ ସୂଚନା ଦଆଯାଇ ଖାଲି କରାଯାଇଛି। ଆଖପାଖରେ ଥିବା ୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଖର୍ଚ୍ଚ ଟାଓ୍ଵାର ତିଆରି କରୁଥିବା ସୁପରଟେକ କମ୍ପାନୀ ଦେବ। ଟାଓ୍ଵାର ଭାଙ୍ଗିବା ଦ୍ୱାରା ୩ ହଜାର ଟ୍ରକ ଧ୍ୱଂସବିଶେଷ ମିଳିବ। ଯାହାର ଦାମ୍‌ ପାଖାପାଖି ୧୩ କୋଟି ଟଙ୍କା। ଏହାକୁ ସଫା କରିବା ପାଇଁ ୩ ମାସ ସମୟ ଲାଗିଲ। ଆଉ ଏଥିରୁ ୪ ହଜାର ଟନ ଷ୍ଟିଲ ବାହାରିବାର ଅନୁମାନ କରାଯାଉଛି।
ସୁପରଟେକ କମ୍ପାନୀ ୯୫୦ ଫ୍ଲାଟ ତିଆରି କରିଥିବା ଟ୍ଵିନ୍‌ ଟାଓ୍ଵାର ତିଆରି କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଫ୍ଲାଟର ମାର୍କେଟ ଦାମ୍‌ ୮୦୦ କୋଟି ରହିଛି।
ଟ୍ଵିନ ଟାଓ୍ଵାର ବିବାଦ ଅନେକ ବର୍ଷ ପୁରୁଣା। ପ୍ରଥମରୁ ଏହାକୁ ଭାଙ୍ଗିବା ପାଇଁ ସମୟ ଧାର୍ଯ୍ୟ ହୋଇସାରିଥିଲେ ମଧ୍ୟ ଅନେକ ଥର ବିଭିନ୍ନ କାରଣ ଯୋଗୁଁ ଶେଷ ସମୟରେ କାମ ହୋଇପାରିନାହିଁ। ୨୦୦୪ରେ ନୋଏଡାର ବିକାଶ ପ୍ରାଧିକରଣ ସୁପରଟେକ କମ୍ପାନୀକୁ ନୋଏଡା ସେକ୍ଟର-୯୩ ଏରେ ଏକ ହାଉସିଂ ସୋସାଇଟି ପାଇଁ ଜମି ଦେଇଥିଲା। 
ସୁପରଟେକ କମ୍ପାନୀ ଏଥିରେ ୧୪ଟି ଟାଓ୍ଵାର ଏବଂ ଏକ ସପିଂ କମ୍ପ୍ଲେକ୍ସ କରିବାର ଥିଲା। ସମସ୍ତ ଟାଓ୍ଵରକୁ ୯ ଟି ଫ୍ଲୋର ପର୍ଯ୍ୟନ୍ତ କରିବାର ଥିଲା।
ସୁପରଟେକ କମ୍ପାନୀ ଏମରୋଲ୍ଡ କୋର୍ଟ ନାମରେ ଏକ ହାଉସିଂ ସୋସାଇଟି ନିର୍ମାଣ କରିଥିବା ଆରମ୍ଭ କରିଥିଲା। ଜୁନ୍‌ ୨୦୦୬ରେ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଥିଲା ଏବଂ ନୋଏଡା ପ୍ରାଧିକରଣ ଅତିରିକ୍ତ ଜମି ଦେଇ୧୫ ଟାଓ୍ଵାରରେ୧୧ଟି ଫ୍ଲୋରର ପାଖାପାଖି ୬୮୯ ପ୍ଲାଟ କରିବା ପାଇଁ କହିଥିଲା।