Movie prime

ଏମିତି ଗୁଣ୍ଡୁଚିମୂଷା ଆପଣ କେବେ ଦେଖି ନଥିିବେ ଦେଖନ୍ତୁ କେମିତି ଉଡୁଛି ଏହି ଗୁଣ୍ଡୁଚି ମୂଷା Viral Video

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁ ମାନଙ୍କର ଭିଡିଓ ଦେଖିଥିବେ ।
ଅନେକ ଲୋକ ଅନେକ ଜୀବଜନ୍ତୁଙ୍କ ପାଳନ ପୋଷଣ ମଧ୍ୟ କରିଥାନ୍ତି । ନନ୍ଦନକାନନ ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ ।
ଏହି ନନ୍ଦନକାନନରେ ଆପଣମାନେ ସବୁ ପ୍ରକାରର ଜୀବଜନ୍ତୁ, ସରୀସୃପ ଆଦି ଦେଖିପାରିବେ । ଏଠାରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି ।
ଏହି ସ୍ଥାନରେ ଆପଣମାନେ ସବୁ ଅଞ୍ଚଳରେ ଥିବା ବନ୍ୟଜନ୍ତୁକୁ ପାଇପାରିବେ । ଏହି ଭିଡିଓରେ ଆପଣ ଏଭଳି ଏକ ଜୀବ ବିଷୟରେ ଜାଣିବେ ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।
ନନ୍ଦନକାନନରେ ଆପଣମାନେ ଏଭଳି ଅନେକ ବିରଳ ପ୍ରାଣୀକୁ ମଧ୍ୟ ଦେଖିପାରିବେ । ଏବେ ଏହି ନନ୍ଦନକାନନକୁ ନୂଆ ଅତିଥି ଆସିଛନ୍ତି । ଆଉ ଏହି ଅତିଥି ଜଣକ ହେଉଛନ୍ତି ଉଡନ୍ତା ଗୁଣ୍ଡୁଚି ମୂଷା ।
ଏହି ଉଡନ୍ତା ଗୁଣ୍ଡୁଚିମୂଷା ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଡେଇଁ ବୁଲୁଛି ।ଏହି ଗୁଣ୍ଡୁଚିମୂଷାକୁ ଖୋର୍ଦ୍ଧା ଜିଲ୍ଲାର ରେସ୍କ୍ୟୁ ଟିମ୍ ଉଦ୍ଧାର କରିଛନ୍ତି ।
ଆଉ ସେମାନେ ଏହାକୁ ଆଣି ନନ୍ଦନକାନନର କତୃପକ୍ଷଙ୍କୁ ଦେଇଛନ୍ତି । ଏହି ଉଡନ୍ତା ଗୁଣ୍ଡୁଚିମୂଷାର ବୟସ ତିନି ବର୍ଷ ହେବ ବୋଲି ଜଣାପଡିଛି । ଏହି ଗୁଣ୍ଡୁଚିମୂଷାକୁ ନନ୍ଦନକାନନର କ୍ୱରେଣ୍ଟାଇନରେ ରଖାଯାଇଛି ।
ଏହି ଗୁଣ୍ଡୁଚିମୂଷାର ସ୍ୱାସ୍ଥ୍ୟବସ୍ଥା ଟିକେ ଖରାପ ଥିବାରୁ ଏହାକୁ କ୍ୱରେଣ୍ଟାଇନରେ ରଖାଯାଇଛି । ସେ ଭଲରେ ଖାଦ୍ୟ ଗ୍ରହଣ କରୁନାହିଁ । ଏହି ପ୍ରଜାତିର ଗୁଣ୍ଡୁଚି ଗଛର ଫଳ, ଫୁଲ ଆଉ ଉଈ ଖାଇ ବଞ୍ଚିଥାନ୍ତି । 
ଏହି ପ୍ରଜାତିର ଗୁଣ୍ଡୁଚିମୂଷା ୨୦୧୦ ମସିହାରେ ନନ୍ଦନକାନନକୁ ଅଣା ଯାଇଥିଲା । ଆଉ କିଛି ଦିନ ସେ ରହିବା ପରେ ତାର ମୃ-ତ୍ୟୁ ହୋଇଥିଲା ।
ସେହି ଗୁଣ୍ଡୁଚିମୂଷାକୁ ଦେବଗଡ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା ବୋଲି ସୂଚନା ମିଳିଛି । ଏହି ପ୍ରଜାତିର ଗୁଣ୍ଡୁଚିମୂଷା ଘଞ୍ଚ ବଣଜଙ୍ଗଲରେ ମିଳିଥାଏ । ଏହି ପ୍ରକାରର ଗୁଣ୍ଡୁଚିମୂଷା ବଡ ବଡ ଗଛରେ ରହିଥାନ୍ତି ।
ଏହି ପ୍ରଜାତିର ଉଡନ୍ତା ଗୁଣ୍ଡୁଚିମୂଷାକୁ ଦେଖିବା ପାଇଁ ନନ୍ଦନକାନନକୁ ଅନେକ ଲୋକ ଆସିବେ ବୋଲି ସୂଚନା ମିଳୁଛି ।