Movie prime

ସାମ୍ନାକୁ ଆସିଲା CCTV ଫୁଟେଜ ଦେଖନ୍ତୁ କେମିତି ଶ୍ରଦ୍ଧା ଶରୀର ନେଇ ରାତି ୪ ଟାରେ ଅଫତାବ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଦେଶ, ବିଦେଶ, ଅନେକ ରାଜ୍ୟ ଏବଂ ଅନେକ ଅଞ୍ଚଳର ଖବର ବିଷୟରେ ଜାଣିବାକୁ ପାଉଛନ୍ତି ।
ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଦିଲ୍ଲୀ ସହରରେ ଘଟିଥିବା ଘଟଣା ବିଷୟରେ ତ ସମସ୍ତେ ଜାଣିଥିବେ । ଏହି ଘଟଣା ଏବେ ସାରା ଦେଶରେ ଏକ ପ୍ରକାରର ଭୟ ଏବଂ ଅନେକ ଭାବନା ସୃଷ୍ଟି କରିଛି । ଏହି ଘଟଣା ହେଉଛି ପ୍ରେମିକ ଜଣକ ତାର ପ୍ରେମିକାକୁ ମାରି ୩୫ ଖଣ୍ଡ କରିଦେଇଛି ।
ଦିଲ୍ଲୀର ଏକ ଅଞ୍ଚଳରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ ଦୁଇଜଣ ପ୍ରେମିକ ଆଉ ପ୍ରେମିକା । ସେମାନଙ୍କ ଭିତରେ ପ୍ରାୟ ସବୁଦିନ ଝଗଡ଼ା ହେଉଥିଲା । ପ୍ରେମିକା ଜଣଙ୍କର ନାଁ ହେଉଛି ଶ୍ରଦ୍ଧା ୱାକର । ଏବଂ ପ୍ରେମିକ ଜଣଙ୍କର ନାଁ ହେଉଛି ଅଫତାବ ।
ଏହି ଦୁଇଜଣ ଭଲପାଇ ଲିଭ୍ ଇନରେ ରହୁଥିଲେ । ଶ୍ରଦ୍ଧା ସବୁବେଳେ ତାଙ୍କ ପ୍ରେମିକକୁ ବିବାହ କରିବାକୁ କହୁଥିଲେ । ଆଉ କେବେ ବିବାହ କରିବ ସେନେଇ ପ୍ରଶ୍ନ ପଚାରୁଥିଲେ । କିନ୍ତୁ ତାଙ୍କ ବୟଫ୍ରେଣ୍ଡ୍ ଜଣଙ୍କର କଣ ଯେ ଉଦ୍ଦେଶ୍ୟ ଥିଲା ସେକଥା କିଏ ଜାଣିଛି ।
ଶେଷରେ ସେହି ପ୍ରେମିକ ଜଣକ ତାର ପ୍ରେମିକାକୁ ଜୀବନରୁ ମାରିଦେଲା । ଆଉ ହ-ତ୍ୟା କରି ତାର ଶରୀରକୁ ୩୫ ଖଣ୍ଡ କରିଲା । ଏବେ ଏହି ଘଟଣାକୁ ନେଇ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
ଏହି ସିସିଟିଭିରେ ଦେଖିବାକୁ ମିଳୁଛି କି ଅଫତାବ ରାତି ଅଧରେ ଏକ ବ୍ୟାଗ୍ ଧରି କୁଆଡେ ଯାଉଛନ୍ତି । ବ୍ୟାଗ୍ ଭିତରେ ସେ ଶ୍ରଦ୍ଧାଙ୍କ ମୃ-ତଦେହକୁ ରଖିଛନ୍ତି । ଏହି ସିସିଟିଭି ଫୁଟେଜ ହେଉଛି ଅକ୍ଟୋବର ମାସ ୧୮ ତାରିଖର ।
ଏହି ସିସିଟିଭି ଫୁଟେଜରୁ ଜଣାପଡିଛି କି ଅଫତାବ ଜଣେ ଏଭଳି କ୍ରିମିନାଲ ଯିଏ ନିଜ ପ୍ରେମିକାକୁ ହ-ତ୍ୟା କରି ତାକୁ ଫ୍ରିଜରେ ରଖିଥିଲେ । 
ଆଉ ଏହାପରେ ତାକୁ ନେଇ ସମସ୍ତେ ଶୋଇଥିବା ସମୟରେ ବ୍ୟାଗରେ ତାର ଶରୀରର ଖଣ୍ଡକୁ ପୁରାଇ ଫିଙ୍ଗିବାକୁ ନେଇଥାଏ । ଏବେ ପୋଲିସ ଏହି ମାମଲାକୁ ନେଇ ତଦନ୍ତ ବହୁତ ଜୋରରେ ଆରମ୍ଭ କରିଛି ।
ପୋଲିସ ଏବେ ପର୍ଯ୍ୟନ୍ତ ଶ୍ରଦ୍ଧା ଶରୀରର ମାତ୍ର ୧୮ ଖଣ୍ଡ ଅଂଶ ପାଇଛି । ଆଉ ବାକିତକର ତଦନ୍ତ ଚାଲିଛି । ଦେଖାଯାଉ ଏହିଭଳି ଖରାପ ଆଉ କୁତ୍ସିତ କାର୍ଯ୍ୟ କରିଥିବା ବ୍ୟକ୍ତି ଅଫତାବକୁ ପୋଲିସ କେଉଁ ଦଣ୍ଡ ଦେଉଛି ।
ଏଭଳି ବ୍ୟକ୍ତିଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ଉଚିତ୍ । ଏହିଭଳି ଘଟଣା ଆଜିକାର ଲିଭ୍ ଇନ୍ ରିଲେସନସିପରେ ରହୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ।