Movie prime

ଦେଖା ଦେଲା ବିରଳ ସୁନା ରଙ୍ଗର କଇଁଛ ଦେଖନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ହେଉଛି ଭିଡିଓ ଭାଇରାଲ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ସାଇଟ ଦ୍ଵାରା ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ ।
ଦେଶ, ରାଜ୍ୟ, ଜିଲ୍ଲାର, ଆଉ ପ୍ରତ୍ୟେକ ଗାଁର ଖବର ଆପଣମାନେ ଏହି ସୋସିଆଲ ସାଇଟ୍ ଦ୍ଵାରା ଜାଣି ପାରୁଥିବେ । ଆଉ ଏହି ଖବର ହେଉଛି ବହୁତ ଆଶ୍ଚର୍ଯ୍ୟଚକିତ କଲା ଭଳି ଖବର ।
ଏମିତି ଏକ ବିରଳ ଆଉ ଆଶ୍ଚର୍ଯ୍ୟଚକିତ କଲା ଭଳି ଏକ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । ଏହି ଜିଲ୍ଲାର ରତନପଡ଼ା ଗାଁରୁ ଚନ୍ଦ୍ରମଣି ନାମକ ଜଣେ ମାଛ ଧରାଳି ଗୋବରୀ ନଦୀକୁ ମାଛ ଧରିବାକୁ ଯାଇଥିଲେ ।
ଆଉ ସେହି ବ୍ୟକ୍ତିଜଣକ ମାଛ ଧରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ଆଉ ସେ ତାଙ୍କ ମାଛ ଜାଲରୁ ଏକ ସୁନେଲି ରଙ୍ଗର କଇଁଛ ପାଇଥିଲେ ।
ଆଉ ଏହି ବିରଳ ରଙ୍ଗର କଇଁଛକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ସେହି ବ୍ୟକ୍ତି ଜଣକ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ ଆଉ ତାଙ୍କ ଜାଲରେ ଏହି ବିରଳ କଇଁଛଟି ପଡ଼ିଥିଲା । ଆଉ ଏହି ସୁନେଲି ରଙ୍ଗର କଇଁଛକୁ ଦେଖିବାକୁ ସେଠାରେ ଲୋକଙ୍କର ଭିଡ ଜମିଥିଲା ।
ଏହି ବିରଳ କଇଁଛର ଖବର ବନ ବିଭାଗ ପାଖରେ ପହଞ୍ଚିବା ଦ୍ୱାରା ଏହାକୁ ସେମାନେ ନେଇଯାଇଥିଲେ । ଆଉ ଏହାକୁ ବନ ବିଭାଗ ଉଦ୍ଧାର କରି ଏକ ନାଳରେ ଛାଡ଼ି ଦିଆଯାଇଛି ।
ଏହି କଇଁଛକୁ ଦେଖିବା ପାଇଁ ପାଖଆଖ ଲୋକଙ୍କର ଭିଡ ଜମିଛି । ତାପରେ ଏହି କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଚନ୍ଦ୍ରମଣି । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।