Movie prime
ଆମ୍ବ ଗଛ ଭିତରେ ୩ ମହଲା କୋଠା ଦେଖନ୍ତୁ କେମିତି ରହୁଛନ୍ତି ଘର ମାଲିକ ଏବଂ କେମିତି ଅଛି ଭିତର ପରିବେଶ
 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ୍ବଗଛରେ ତିଆରି ହୋଇଛି ୩ ମହଲା ଘର। ଏହି ଘର ଉଦୟପୁରରେ ତିଆରି ହୋଇଛି। ଆମ୍ବଗଛକୁ କୌଣସି କ୍ଷତି ନପହଞ୍ଚାଇ ଏହି ୩ ମହଲା ବିଶିଷ୍ଟ ଘର ନିର୍ମାଣ ହୋଇଛି।
ଏପରିକି ଘର ନିର୍ମାଣ ସମୟରେ ଗଛର ପତ୍ର ଉପରେ ବି ଧ୍ୟାନ ଦେଇଛନ୍ତି ଘରର ମାଲିକ କୁଲପ୍ରଦୀପ ସିଂ। ସେ ପେଶାରେ ଜଣେ ସିଭିଲ ଇଂଜିନିୟର। ତାଙ୍କର ଏହି ୩ ମହଲା ଘର ଉଦୟପୁରରେ ଟ୍ରି ହାଉସ୍ ନାମରେ ପରିଚିତ।
ସୁନ୍ଦର ଘର ସମସ୍ତେ ତିଆରି କରିବାକୁ ଚାହାନ୍ତି ଆଉ ଲୋକେ ନିଜର ଉପାର୍ଜିତ ଅର୍ଥ ରାଶିକୁ ମଧ୍ୟ ସୁନ୍ଦର ଘର ତିଆରି କରିବାରେ ଖର୍ଚ୍ଚ କରନ୍ତି।
କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଆମ୍ବ ଗଛ ଉପରେ ତିନି ମହଲା ଘର ହେବାର? ଦେଖନ୍ତୁ ଏହି ଆମ୍ବ ଗଛକୁ ଯାହା ଉପରେ ତିଆରି କରା ଯାଇଛି ଏହି ଘର। ଆଉ ଆମ୍ବ ଗଛ ମଧ୍ୟ କଟା ଯାଇନାହିଁ।
ଏହି ଟ୍ରି ହାଉସର ବାହାର ଯେତିକି ଆକର୍ଷଣୀୟ, ଘର ଭିତରର ଡିଜାଇନ୍ ବି ବେଶ୍ ଚିତାକର୍ଷକ। ଘର ଭିତରେ ବାଥରୁମ୍ ସହ ଟିଭିର ବ୍ୟବସ୍ଥା ହୋଇଛି
ଡାଇନିଂ ରୁମ୍ ବେଡରୁମ୍ ସବୁ ଏରିଆକୁ ବେଶ ସୁନ୍ଦରଭାବେ ସଜ୍ଜା ଯାଇଛି। ଗଛ ଡାଳଗୁଡିକୁ ସୋଫା ଭାବେ ବ୍ୟବହାର କରାଯାଇଛି। ସାଧାରଣ ଘର ଭଳି ଏହି ଟ୍ରି –ହାଉସରେ ବି ରହିଛି ସମସ୍ତ ପ୍ରକାର ସୁବିଧା ସୁଯୋଗ।
ସେପଟେ ପରିବେଶପ୍ରେମୀଙ୍କ ପାଇଁ ଏହି ଟ୍ରି-ହାଉସ ସାଜିଛି ପ୍ରଥମ ପସନ୍ଦ। ତାଙ୍କର ପରିବେଶ ପାଇଁ ଅହେତୁକ ପ୍ରେମ ଥିବାରୁ ସେ ତାଙ୍କ ବଗିଚାର ଏହି ୪୦ ଫୁଟର ଆମ୍ବଗଛକୁ ନକାଟି ତାହା ଉପରେ ତିଆରି କରିଛନ୍ତି ତିନି ମହଲାର ଘର।
ତାଙ୍କର ଏହି ଘର ଏତେ ସୁନ୍ଦର ଆଉ ଅଲଗା ଅଛି କି ତାହା ଏବେ ଇଣ୍ଟରନେଟରେ ଜୋରଦାର ଭାଇରାଲ ହେବାରେ ଲାଗିଛି।