Movie prime

ବାଣ ଫୁଟାଇଲେ ହେବ ସାଙ୍ଘାତିକ ସମସ୍ୟା ଦେଖନ୍ତୁ ସାମ୍ନାକୁ ଆସିଲା ବଡ ସତ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଲୋକର ପର୍ବ ଦୀପାବଳୀ ଏକ ଖୁସୀର ପର୍ବ। ଏହି ପର୍ବରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମିଶି ବାଣ ଫୁଟାଇ ଥାଆନ୍ତି।

ହେଲେ ଟିକେ ଅନ୍ୟ ମନସ୍କ ହୋଇ ଗଲେ ଏହି ଖୁସି ମଧ୍ଯ ଫିକା ପଡ଼ି ଯାଇଥାଏ। କାରଣ ବାଣ ଫୁଟାଇବା ସମୟରେ ଯଦି ଆପଣ ସାବଧାନତା ଅବଲମ୍ବନ ନକରନ୍ତି ତେବେ ଅନେକ ବଡ଼ କ୍ଷତି ହୋଇ ଯାଇ ପାରେ।

ସେଥି ପାଇଁ ବାଣ ଫୁଟାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ଅଟେ। ବାଣ ଫୁଟାଇବା ଦ୍ବାରା ବାୟୁ ମଣ୍ଡଳ ପ୍ରଦୂଷିତ ହୋଇ ଥାଏ ଏବଂ ଅଧିକା ଧୂଆଁ ହେତୁ ଫୁସଫୁସ ରୋଗୀ ଓ ଶ୍ଵାସ ରୋଗୀ ମାନେ ମଧ୍ୟ କଷ୍ଟ ପାଇଥାନ୍ତି।
୯୦ ରୁ ୧୧୫ ଡେସିମିଲ ବାଣ ଫୁଟିଲେ ତାହା ସହି ହେବ। ହେଲେ ତାଠାରୁ ଅଧିକା ତୀବ୍ରତା ବିଶିଷ୍ଟ ବାଣ ଫୁଟିଲେ ଏହା କାନର ପରଦା ମଧ୍ଯ ଫାଟି ଯିବାର ଆଶଙ୍କା ଥାଏ।
ତେଣୁ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଆପଣ ମାନେ ଫୁଟାନ୍ତୁ ନାହିଁ। ଅନେକ ଆଲୋକମୟ ବାଣ ରେ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।
ଛୋଟ ପିଲାଙ୍କୁ କେବଳ କମ୍ ଆଲୋକିତ ହେଉଥିବା ବାଣ କୁ ଫୁଟାଇବାକୁ ଦିଅନ୍ତୁ। ବାଣ ର ନିଆ ଦ୍ବାରା ଆଖିର କନିଆ ରେ କ୍ଷତ ସୃଷ୍ଟି କରିଥାଆନ୍ତି।କନିଆ ରେ ଘାଆ ହେବ ଏବଂ ଆଖି ଖରାପ୍ ହେବାର ମଧ୍ୟ ସମ୍ଭାବନା ଥାଏ।
ଯଦି ବାଣ ଫୁଟାଇବା ସମୟରେ ଆଖିରେ ବାରୁଦ କିମ୍ୱା ନିଆ ପଡ଼ିଯାଏ ତେବେ ୧୫ ମିନିଟ ପର୍ଯ୍ୟନ୍ତ ନିଜ ଆଖିକୁ ଥଣ୍ଡା ପାଣି ମଧ୍ୟରେ ଧୁଅନ୍ତୁ। ଭୁଲ ରେ ଆଖି ମଧ୍ୟରେ ଗୋଲାପ ଜଳ ପକାନ୍ତୁ ନାହିଁ।
ଯଦି ଆଖି ନଖୋଲେ କିମ୍ୱା ଅଧିକ ଯନ୍ତ୍ରଣା ଅନୁଭଵ ହୁଏ ତେବେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ। ଯଦି ଶରୀରର କୌଣସି ଅଙ୍ଗ ଜଳି ଯାଇଛି ତେବେ ଜ୍ଵଳନ ନକମିବା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଧୁଅନନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.