Movie prime

ଭାଉଜ ଭାଇକୁ ମାରିଦେଲା ଦେଖନ୍ତୁ ବାହୁନି ବାହୁନି କାନ୍ଦୁଛି ଭଉଣୀ ଦେଖନ୍ତୁ ଏହି କରୁଣ ଦୃଶ୍ୟ

 
Viral News

ବର୍ତ୍ତମାନ ଏକ ଦୁଃଖ ଦାୟକ ଘଟଣା ସାମ୍ନାକୁ ଆସିଛି।ସ୍ତ୍ରୀ ର ଅତ୍ୟାଚାର ସହି ନପାରି ଜଣେ ସ୍ବାମୀ ଟିଏ ନିଜର ଜୀବନ ହାରି ଦେଇଥିବା ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ପଞ୍ଚାୟତ ଅନ୍ତର୍ଗତ ପାର୍ବତ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଧନେଶ୍ଵର ମହାଳିକ୍ ଙ୍କ ପୁଅ ଅନନ୍ତ ମହାଳିକ୍।ଅନନ୍ତ ଅନୁଷୟା ଙ୍କୁ ବିବାହ କରିଥିଲେ।

ବିବାହର ଏକ ବର୍ଷ ଭିତରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା କୁ ନେଇ ବିବାଦ ଲାଗି ରହିଥିଲା। ତେବେ ମନ ସହିତ ମନ ନ ମିଶିବାରୁ ସ୍ତ୍ରୀ ଜଣଙ୍କ ରାଗି ଯାଇ ତାଙ୍କ ବାପ ଘରକୁ ଚାଲି ଆସିଥିଲେ।
ଆଉ ଅନନ୍ତ ଙ୍କ ପରିବାର ଲୋକେ ବାଙ୍ଗାଲୋର ରେ ରହି କାମ କରୁଛନ୍ତି। ତେବେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସ୍ବାମୀ ଜଣଙ୍କ ସ୍ତ୍ରୀ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ।ଆଉ ଫୋନ ରେ ମଧ୍ୟ କଥା ହେଉଥିଲେ।
ଫୋନ କରି ଅନୁଷୟା ଅନନ୍ତ ଙ୍କୁ ତାଙ୍କ ବାପ ଘରକୁ ଡାକିଥିଲେ।ଆଉ ବାପ ଘରେ ଅନନ୍ତ ଙ୍କୁ ତାଙ୍କ ଶଶୁର ଆଉ ସ୍ତ୍ରୀ ମିଶି ମାଡ଼ ମାରିଥିଲେ।
ଅନନ୍ତ ତାଙ୍କ ମା ଙ୍କ ପାଖରେ ଏମିତି କିଛି ଅଭିଯୋଗ କରିଥିଲେ। ମାଡ଼ ଖାଇ ଅନନ୍ତ ଘରକୁ ଫେରି ଆସିଥିଲେ।ଆଉ ତାପରେ କୁଆଡେ ମାନସିକ ଭାରସାମ୍ୟ ହରାଇ ସେ ନିଜ ଜୀବନ ହାରି ଦେଇଛନ୍ତି।ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଆଉ ଗ୍ରାମବାସୀ ମାନେ ମୃ-ତ-ଦେ-ହ ଉଦ୍ଧାର କରି ଭଦ୍ରକ ମେଡିକାଲ୍ କୁ ନେଇଥିଲେ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ।ଖବର ପାଇ ସିମୁଳିଆ ଥାନା ପୋଲିସ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ପରିବାର ପକ୍ଷରୁ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି।ସ୍ତ୍ରୀ ଅନୁଷୟା କୁଆଡେ ତାଙ୍କ ପୁଅ ଅନନ୍ତ ଙ୍କୁ ମାରି ଦେଇଛନ୍ତି।ଏଯାଏଁ କିଛି କଥା ସ୍ପଷ୍ଟ ହୋଇନାହିଁ।