Movie prime

୮ କେଜି ର ସିଙ୍ଗଡ଼ା ଖାଆନ୍ତୁ ଆଉ ଘରକୁ ନେଇ ଯାଆନ୍ତୁ ଏତେ ଟଙ୍କା ଦେଖନ୍ତୁ କେମିତି ଉଠାଇବେ ଲାଭ

 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଦେଶ, ବିଦେଶ, ରାଜ୍ୟ, ଜିଲ୍ଲା ଏବଂ ସବୁ ଅଞ୍ଚଳର ଖବର ବିଷୟରେ ସୂଚନା ପାଉଥିବେ ।

ସୋସିଆଲ ମିଡିଆରେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ।ଏହି ଘଟଣାକୁ ନେଇ ଏବେ ଖୁସି ସୃଷ୍ଟି ହୋଇଛି । ଆପଣ ଜାଣିଛନ୍ତି କି ସିଙ୍ଗଡ଼ା ଖାଇଲେ ପୁରସ୍କାର ମିଳୁଛି । 

ସିଙ୍ଗଡ଼ା ଖାଇଲେ ୫୧ ହଜାର ଟଙ୍କା ପୁରସ୍କାର ମିଳିବ ।ସିଙ୍ଗଡ଼ା ଖାଇବାକୁ ତ ସମସ୍ତେ ଭଲପାଆନ୍ତି । ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳୁଛି ମେରଟ ଅଞ୍ଚଳର ଲାଲକୁର୍ତ୍ତୀ ବଜାରରେ ।
ଏହି ବଜାରରେ ଥିବା କୌଶଳ ସୁଇଟସ ନାମକ ଏକ ଦୋକାନରେ ଏହି ସିଙ୍ଗଡ଼ା ବିକ୍ରି କରାଯାଉଛି ।ଏହି ଦୋକାନର ଜଣେ କାରିଗର ୮ କେଜି ଓଜନର ଏକ ସିଙ୍ଗଡ଼ା ତିଆରି କରିଛନ୍ତି ।
ଆଉ ଏହି କାରିଗର ଜଣକ କିଛି ଭିନ୍ନ କିଛି କରିବାକୁ ଚାହୁଁଥିଲେ ଆଉ ସେ ପ୍ରଥମେ ୪ କେଜି ଓଜନର ସିଙ୍ଗଡ଼ା ତିଆରି କରିଥିଲେ । 
ଏବଂ ଏହା ଖାଇଲେ ୧୧ ହଜାର ଟଙ୍କାର ପୁରସ୍କାର ଦିଆଯାଇଥିଲା । ଆଉ ଏବେ ଏହି ୮ କେଜି ଓଜନର ସିଙ୍ଗଡ଼ା ଦେଖି ଲୋକମାନେ ଭୟ କରିବେ । ଏହି ସିଙ୍ଗଡାର ନାମ ହେଉଛି ବାହୁବଳୀ ସିଙ୍ଗଡ଼ା ।
ସିଙ୍ଗଡ଼ା ପ୍ରେମୀମାନଙ୍କ ପାଇଁ ଖୁସି ଖବର ଆସିଛି ସିଙ୍ଗଡ଼ା ସାଙ୍ଗକୁ ପଇସା ମଧ୍ୟ ମିଳିବ । ବର୍ତ୍ତମାନ ସମୟରେ ଖାଇବା ପଦାର୍ଥକୁ ନେଇ ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି ।
ଏହି ୮ କେଜିର ସିଙ୍ଗଡ଼ାକୁ ଖାଇବାକୁ ମାତ୍ର ୩୦ ମିନିଟ ସମୟ ଦିଆଯିବ ।ଏହି ସମୟ ଭିତରେ ସିଙ୍ଗଡ଼ା ଖାଇଲେ ଆପଣଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ମିଳିବ 
ଏହି କାରିଗର ଜଣକ ଏହି ସିଙ୍ଗଡ଼ା ତିଆରି କରି ଏହାର ନାଁ ବାହୁବଳୀ ସିଙ୍ଗଡ଼ା ରଖିଥିଲେ । ଏହି ସିଙ୍ଗଡ଼ାକୁ ଖାଇବାକୁ ୭୦ ରୁ ୮୦ ଜଣ ଲୋକ ଆସିଥିଲେ । ଏହି ସିଙ୍ଗଡ଼ାକୁ ତିଆରି କରିବାକୁ ଦେଢ଼ ଘଣ୍ଟା ସମୟ ଲାଗିଥାଏ ।
ଏହାସହ ଏହି ସିଙ୍ଗଡ଼ା ତିଆରି ହେବା ପାଇଁ ୧୧ ଶହ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ସିଙ୍ଗଡ଼ାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଆଉ ଏହି ଭିଡିଓ ଏବେ ଟ୍ରେଣ୍ଡ ସୃଷ୍ଟି କରିଛି ।
ଏହି କାରିଗର ଜଣକ କହିଛନ୍ତି କି ସେ ଆଗକୁ ୧୦ କେଜିର ଏକ ସିଙ୍ଗଡ଼ା ତିଆରି କରିବେ । ଦେଖାଯାଉ ଏହାକୁ ଖାଇବାକୁ କେତେ ଲୋକଙ୍କ ଭିଡ ଲାଗୁଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.