Movie prime

ବାପା ଖବର କାଗଜ ସମସ୍ତଙ୍କୁ ବାଣ୍ଟୁଥିଲେ ଆଜି ନିଜ ପୁଅ ସବୁ ଖବର କାଗଜରେ

 
Viral News
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଦାରିଦ୍ରତା ଦେଖିବାକୁ ବହୁତ ପରିମାଣ ରେ ମିଳୁଛି। ଜଣେ ବାପା ତା ପିଲାକୁ ମଣିଷ କରିବା ପାଇଁ ଯେତେ ବି କଷ୍ଟ ହଉ ନା କାହିଁକି ସବୁ କିଛି କରୁଥାଏ।
ଆଉ ନିଜ ପରିବାରକୁ ପୋଷିବା ପାଇଁ ହେଲେ ଯେତେ ବି ବାଧା ଅସୁବିଧା ଆସୁ ବା ଖରା ହଉକି, ବର୍ଷା ହଉକି, ଶୀତ ହଉ ସେ ସବୁକୁ ସହି ନିଜର କର୍ମ କରିଥାଏ। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। 
ବାପା ଜଣକ ବୁଲି ବୁଲି ଖବର କାଗଜ ବାଣ୍ଟୁ ଥିଲେ ଆଜି କିନ୍ତୁ ପୁଅ ସବୁ ଖବର କାଗଜରେ ବାହାରିଛି।ସୁଶାନ୍ତ ସକାଳ ଚାରିଟା ରୁ ଉଠି ଖବର କାଗଜ ବଣ୍ଡଲ ଧରି ବାହାରି ପଡନ୍ତି ବାଣ୍ଟିବାକୁ। ଖବର କାଗଜ ବିକ୍ରୀ କରି ଯେତିକି ରୋଜଗାର ହୁଏ ସେତିକିରେ ଚଳେ ପରିବାର।
ହେଲେ ପ୍ରତିଦିନ ଖବର କାଗଜ ବାଣ୍ଟୁଥୁବା ମଣିଷ ଦିନେ ଖବର କାଗଜରେ ନିଜର ସ୍ଵତନ୍ତ୍ର ସ୍ଥାନ ନେବେ କିଏ ବା ଜାଣିଥିଲା। ଏସବୁ ସମ୍ଭବ କେବଳ ସୁଶାନ୍ତଙ୍କ ପୁଅ ଦୀପ୍ତି ରଞ୍ଜନ ପାଇଁ ହେଇପାରିଛି। 
ଖବର କାଗଜ ବିକ୍ରୀ କରି ଚଳୁଥିବା ବ୍ୟକ୍ତିର ପୁଅ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।ଢେଙ୍କାନାଳ ସହର ପଦ୍ମ ବଜାର ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କ ପୁଅ ଦୀପ୍ତି ରଞ୍ଜନ ନିଟ୍ ପରୀକ୍ଷାରେ ୬୨୦ ମାର୍କ ରଖି ଅଲ୍ ଇଣ୍ଡିଆ ୪୫୧୩ ରିଆଙ୍କ ରଖିଛନ୍ତି।
ଓଡ଼ିଶାର ଏକ ମେଡିକାଲ କଲେଜରେ ପଢ଼ି ନ୍ୟୁରସର୍ଜନ ହେବାର ଲକ୍ଷ ରଖିଛନ୍ତି ଦୀପ୍ତି ରଞ୍ଜନ। ଶିକ୍ଷାହିତ ଗରିବର ପରିଚୟକୁ ସମ୍ଭ୍ରାନ୍ତ ବନାଇଦିଏ। 
ଦୀପ୍ତି ରଞ୍ଜନଙ୍କ ସଫଳତା ତାଙ୍କ ପାଖରେ ସୀମିତ ହେଇକି ରହିବ ନାହିଁ ତାଙ୍କୁ ଦେଖି ଗରିବର ପୁଅ ସ୍ଵପ୍ନ ଦେଖିବା ସହିତ ନିଜ ସ୍ୱପ୍ନକୁ ସାକାର ମଧ୍ୟ କରିବ।ଯଦି ଜଣେ ଖବର କାଗଜ ବିକ୍ରୀତା ବାପା ଓ ଗୃହିଣୀ ମା ର ପୁଅ ଡ଼ାକ୍ତର ହୋଇପାରିବ ତାହେଲେ ଅନ୍ୟ ମାନେ କାହିଁକି ହେଇପାରିବେନି।
ସମାଜକୁ ଏଭଳି ଏକ ସଂଦେଶ ଦେଇଛନ୍ତି ଦୀପ୍ତି ରଞ୍ଜନ। ଦୀପ୍ତି ରଞ୍ଜନ ତାଙ୍କ ବାପା ମା ଙ୍କ ସ୍ଵପ୍ନକୁ ଦିନେ ନା ଦିନେ ସାକାର କରିବେ।