Movie prime

ବ୍ରେକ ଡ୍ୟାନ୍ସ ଖେଳିବା ହୋଇପାରେ ଏତେ ବିପଦ ପୂର୍ଣ୍ଣ ଦେଖନ୍ତୁ ଏହି Viral Video କେମିତି ଖେଳୁ ଖେଳୁ ଛିଟିକି ଗଲେ

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ମେଳା ବୁଲିବା ପାଇଁ ନିଶ୍ଚୟ ଯାଇଥିବେ।ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବୁଲିବା ପାଇଁ ପସନ୍ଦ କରିଥାନ୍ତି।ଛୋଟ ପିଲାମାନେ ଖେଳିବାକୁ ବହୁତ ପସନ୍ଦ କରିଥାନ୍ତି।ବଡ଼ ଲୋକମାନେ ମଧ୍ୟ ବୁଲିବାରେ,ଖାଇବାରେ ଓ ବ୍ରେକ ଡାନ୍ସ ଦୋଳିରେ ବସି ଖେଳିବା ପାଇଁ ବହୁତ ପସନ୍ଦ କରିଥାନ୍ତି।
ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କା ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ହେଉଛି ବ୍ରେକ ଡାନ୍ସ।କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଲୋକମାନେ ବ୍ରେକ ଡାନ୍ସ ର ମଜା ନେଉଛନ୍ତି।ଆଉ ମଜା ନେଉ ନେଉ ଏଭଳି ଘଟଣା ଘଟିଲା ଯାହା ଆପଣଙ୍କୁ ବିଚଳିତ କରିଦେବ।
ଏହି ଘଟଣାଟି ଗାଜିଆ ବାଦ୍ ରେ ଦେଖିବାକୁ ମିଳିଛି।ଯେଉଁଠି ଗୋଟିଏ ମେଳା ଲାଗିଥିଲା।ବହୁ ଦୂରରୁ ଲୋକମାନେ ମେଳା ବୁଲିବା ପାଇଁ ଆସିଥିଲେ।ବ୍ରେକଡାନ୍ସ ଖେଳିବା ପାଇଁ ଦୋଳିରେ ମଧ୍ୟ ବସିଥିଲେ। ରାମଲୀଳା ମେଳା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ଦୋଳି ଖେଳୁଥିବା ସମୟରେ ଗୋଟିଏ ଦୋଳି ଭାଙ୍ଗି ଯାଇଥିଲା ଏବଂ ସେଥିରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି।
ଏଥିରେ ତିନି ଜଣ ଛୋଟ ପିଲାଙ୍କ ସହିତ ଦୁଇ ଜଣ ମହିଳା ମଧ୍ୟ ଥିଲେ।ତଦନ୍ତ ରୁ ଜଣାପଡିଛି ଯେ ଏହାର ମୁଖ୍ୟ କାରଣ ହେଉଛି ଦୋଳି ରେ ଓଭର ଲୋଡ। ଭାର ସମ୍ଭାଳି ନ ପାରିବାରୁ ବ୍ରେକଡାନ୍ସ ଭାଙ୍ଗି ଯାଇଥିଲା।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.