Movie prime

ଦିଲ୍ଲୀ ଘଟଣାରେ ଆସିଲା ଆଉ ଏକ ଭିଜୁଆଲ ଦେଖନ୍ତୁ କେମିତି ଅଟୋରେ ପକାଇଲେ Exclusive

 
Special report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନଙ୍କର ଲୁମ ଟାଙ୍କୁରି ଉଠି ଯିବ।ଦିଲ୍ଲୀର ଘଟଣା ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।
ସେହି କାର,ସେହି ୧୨ କିଲୋମିଟର,ଆଉ ସେହି ୨୦ ବର୍ଷୀୟା ଅଞ୍ଜଳି।ଆପଣମାନେ ନିଶ୍ଚୟ ମନେ ରଖିଥିବେ।୨୦ ବର୍ଷୀୟା ଅଞ୍ଜଳି ଙ୍କୁ ଦୁର୍ବୃତ୍ତ ମାନେ କିଭଳି ଭାବରେ କାର ରେ ୧୨ କିଲୋମିଟର ଘୋଷାଡି ଘୋଷାଡି ନେଇ ଯାଇଥିଲେ।
ଆଉ ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ ମଧ୍ୟ କରି ସାରିଛନ୍ତି।ଏମାନେ ହେଉଛନ୍ତି ଦୀପକ ଖାନ୍,ଅମିତ୍ ଖାନ୍,ମିଥୁନ,ମନୋଜ ଓ କ୍ରିଷ୍ଣା।ଆଉ ସବୁଠାରୁ ବଡ କଥା ହେଉଛି
ଯେ ଏହି ଘଟଣାରେ ଆଉ ଦୁଇ ଜଣଙ୍କର ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛନ୍ତି। ହେଲେ ଆଶୁତୋଷ ଆଉ ଜଣେ ହେଉଛନ୍ତି ଅଙ୍କୁଶ।ଉଭୟ ବର୍ତ୍ତମାନ କେଉଁଆଡେ ଫେରାର ହୋଇ ଯାଇଛନ୍ତି।ଉଭୟ ଫେରାର ହେଉଥିବା ବେଳର ଦୃଶ୍ୟ ଏବେ ସିସିଟିଭି ରେ କଏଦ ହୋଇଛି।
 ଆଶୁତୋଷ ଆଉ ଅଙ୍କୁଶ ଅନ୍ୟ ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।ଦିଲ୍ଲୀ ପୋଲିସ ସୂଚନା ଦେଇଛନ୍ତି ଏହି ଘଟଣାଟି ତଦନ୍ତ ଜାରି ରହିଛି।ଆଉ ଯେଉଁ ଭିଡିଓ ସାମ୍ନାକୁ ଆସିଛି ଆଉ ଏକ ସତ୍ୟ ପ୍ରମାଣିତ ହେଉଛି।
ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଯେ ଘଟଣା ଦିନ ଅର୍ଥାତ୍ ଡିସେମ୍ବର ମାସ ୩୧ ତାରିଖ ଦିନ ଆଉ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।ଏଥିରେ ଅଭିଯୁକ୍ତ ମାନେ କାର ଛାଡ଼ି ଏକ ଅଟୋ ରେ ବସି ପଳାଇ ଯାଉଥିବାର ଦେଖିବାକୁ ମିଳିଛି।
ଆଉ କାର ରୁ ଓହ୍ଲାଇ ଅଭିଯୁକ୍ତ ମାନେ ଚକ ତଳେ କିଛି ଖୋଜୁ ଥିବାର ଦେଖିବାକୁ ମିଳିଛି। ଅର୍ଥାତ୍ ଯୁବତୀ ଅଛନ୍ତି କି ନାହିଁ ବୋଧ ହୁଏ ଦେଖୁଥିଲେ।ଆଉ ଅଞ୍ଜଳି ଙ୍କୁ କାର ତଳେ ଫସିଥିଵା ଅଭିଯୁକ୍ତ ମାନେ ଜାଣିବାକୁ ପାଇଥିଲେ।
ଅଞ୍ଜଳି କାର ତଳେ ହିଁ ଥିଲେ।ଏହାପରେ ଦୁଇ ଜଣ ଅଭିଯୁକ୍ତ ଅଟୋ ରେ ଚାଲି ଯାଇଥିଲେ। ଅଞ୍ଜଳି ଙ୍କ ପରିବାର ଲୋକେ ଏହା ଏକ ହ-ତ୍ୟା-କା-ଣ୍ଡ ବୋଲି ବାରମ୍ବାର ଅଭିଯୋଗ କରି ଆସିଛନ୍ତି।
ଘଟଣା ଦିନ ଅଞ୍ଜଳି ଙ୍କ ସହ ଥିବା ତାଙ୍କ ବାନ୍ଧବୀ ନିଧି ମଧ୍ୟ ଏଥିରେ ସଂପୃକ୍ତ ଥିବା ଅଞ୍ଜଳି ଙ୍କ ପରିବାର ଲୋକେ କହିଛନ୍ତି।