Movie prime

ରାସ୍ତାରେ ଗଡୁଛି ଫ୍ରେସ ପୋଟୋଳ ଦେଖନ୍ତୁ ଗୋଟାଇବାକୁ ଅଟକିଲା ଗାଡ଼ି ଉପରେ ଗାଡ଼ି

 
Viral News

ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ଗୋଟିଏ ବ୍ରିଜ ଉପରେ ପଡ଼ିଛି ଫ୍ରେସ୍ ପୋଟଳ।ମାଗଣା ପୋଟଳ ରାସ୍ତାରେ ଦେଖି ଲୋକମାନେ ରାସ୍ତାରେ ଗାଡ଼ି ରଖି ସବୁ ଉଠେଇକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି।

ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି। ମେନ୍ ରୋଡ ରେ ପୋଟଳ ପଡି ଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଭିଡିଓ ରେ ଦେଖିବାକୁ ମିଳିଛି ଯେ ଲୋକମାନେ ପୋଟଳ ଗୁଡ଼ିକ ଗୋଟେଇବାରେ ବ୍ୟସ୍ତ ରହିଛନ୍ତି। କିଛି ଲୋକ ଗୋଟାଉଥିବା ସମୟରେ କ୍ୟାମେରା ଆଡ଼କୁ ଦେଖି ଅଟକି ଯାଇଥିଲେ।
ଏମିତି ପୋଟଳ ଗୋଟାଉଛନ୍ତି ତାଙ୍କ ପାଇଁ ଅନେକ ଗାଡ଼ି ମଟର ରାସ୍ତାରେ ଅଟକି ରହିଥିଲେ।କିଛି ଭାଇମାନେ ନ ମାନି ସେହି ପୋଟଳ ଉପରେ ଗାଡ଼ି ଚଲାଇ ଚାଲି ଯାଉଛନ୍ତି।ଯଦି କିଛି ମାଗଣା ମିଳେ ଲୋକମାନେ ନେବା ପାଇଁ ଖୁସି ହୋଇଥାନ୍ତି।
ପୋଟଳ ନେବା ବେଳେ ଲୋକମାନେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି।ଲୋକମାନେ ପୋଟଳ ନେଇ କିଏ ତରକାରୀ କରିବେ ନଚେତ କିଏ ପୋଟଳ ରେ କଞ୍ଚା ଲଙ୍କା ରସୁଣ ପକାଇ ଭର୍ତ୍ତା କରି ଖାଇବେ।
ଯେହେତୁ ମାଗଣା ରେ ପାଉଛନ୍ତି ସେଥିପାଇଁ ଧ୍ୟାନ ଦେଇ ପୋଟଳ ଉଠାଇବାରେ ବ୍ୟସ୍ତ ଅଛନ୍ତି। ପୋଟଳ ନେବା ପାଇଁ କୌଣସି ଜାଗା ନଥିବାରୁ ଗାମୁଛା କୁ ମୁଣା କରି ପୋଟଳ ଗୁଡ଼ିକ ରଖିଥିବାରୁ ଦେଖିବାକୁ ମିଳିଛି।
ରାସ୍ତାରେ ଗୋଟିଏ ଟ୍ରକ୍ ଅଟକି ରହିଥିଲା।ପୋଟଳ ଉଠାଉ ଥିବାରୁ ରାସ୍ତାରେ ଗାଡ଼ିର ଭିଡ଼ ଲାଗି ଯାଇଥିଲା।ତଥାପି ଲୋକ ମାନଙ୍କୁ କିଛି ଫରକ ପଡୁ ନଥିଲା।
ଏହି ଦୃଶ୍ୟ ଟି ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ତେଲ ନଦୀ ବ୍ରିଜ ଉପରେ ଦେଖିବାକୁ ମିଳିଛି।ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ରାତି ଅଧରେ ପୋଟଳ ପଡି ପଡି ଏମିତି ନଷ୍ଟ ହେବ କାହିଁକି ତାହା ଅପେକ୍ଷା ଅନେକ ଲୋକ ମାନେ ଗୋଟାଇ ନେଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.