Movie prime

ପାଟିରେ ବାହାରୁଛି DJ ଦେଖନ୍ତୁ କେମିତି ବିନା କୌଣସି ବାଦ୍ୟ ସାହାର୍ଯ୍ୟ ରେ ଦେଖାଉଛନ୍ତି କୌଶଳ

 
Special Report
ଗୋଟିଏ ଗୀତକୁ ସୁନ୍ଦର କରିବା ପାଇଁ ବାଦ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ।ଆଉ ଗାଁ ଗହଳିରେ ଯଦି ଦେଖିବେ ଅନେକ ଲୋକ ମାନେ ଗୀତ ଗାଇଥାନ୍ତି ଗୀତକୁ ସୁନ୍ଦର କରିବା ପାଇଁ ବାଦ୍ୟ ପାଇ ନଥାନ୍ତି।କିନ୍ତୁ ବର୍ତ୍ତମାନ ଏଭଳି ଦୁଇ ଜଣ ଯୁବ ପ୍ରତିଭା ଙ୍କୁ ଦେଖିବାକୁ ମିଳିଛି ସେମାନେ ଏଭଳି କିଛି କାମ କରିଛନ୍ତି ଯାହାକୁ ଦେଖିଲେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।
ଦୁଇ ଜଣ ଯୁବକଙ୍କ ଭିତରୁ ଜଣେ ଯୁବକ ବହୁତ ସୁନ୍ଦର ଗୀତ ଗାଉଛନ୍ତୀ ଆଉ ଜଣେ ଯୁବକ ବାଦ୍ୟ ବଜାଉଛନ୍ତି।କୌଣସି ବାଦ୍ୟ ଯନ୍ତ୍ରରେ ନୁହେଁ,ସେ ତାଙ୍କ ନିଜ ବଡ଼ ରେ ନିଜେ ବାଦ୍ୟ ବଜାଉଛନ୍ତି।ଯିଏ ବାଦ୍ୟ ବଜାଉଛନ୍ତି ତାଙ୍କ ନାମ ହେଉଛି ପବିତ୍ର।ତାଙ୍କର ବୟସ ମାତ୍ର ୧୭ ବର୍ଷ।ସେ ନିଜ ପାଟି, ଗାଲ ଛାତି କୁ ବ୍ୟବହାର କରି ବାଦ୍ୟ ବଜାଉଛନ୍ତି।ଯେତେବେଳେ ତାଙ୍କ ଘର ପାଖରେ ବକ୍ସ ବାଜିଥାଏ ସେ ସେଠାରେ ବସିଥାନ୍ତି।
ଗୀତ ଶୁଣି ତାର ତାଳରେ ହାତ ରେ ଧୀରେ ଧୀରେ ବଜାଉଥିଲେ।ଏମିତି କରି କରି ହାତରେ ବଜାଇବା ଶିଖି ଯାଇଥିଲେ।ଓଡ଼ିଆ,ହିନ୍ଦୀ,ବଙ୍ଗାଳି,ତେଲଗୁ ଯେଉଁ ଗୀତ ହେଲେ ମଧ୍ୟ ବାଦ୍ୟ ବଜାଇ ଦେବେ।ଏହି ପ୍ରତିଭା ଦେଖି ପବିତ୍ର ଙ୍କ ର ରୋଜଗାର କରିବାକୁ ବହୁତ ଇଚ୍ଛା।କିନ୍ତୁ କେଉଁଆଡେ ଯାଇ ପାରୁ ନାହାଁନ୍ତି।ସମସ୍ତେ ଯଦି ତାଙ୍କୁ ସାହାଯ୍ୟ ସହଯୋଗ କରିବେ ତାହେଲେ ସେ ଆଗକୁ ଯାଇପାରିବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ପବିତ୍ର ଙ୍କ ଘର ଲୋକ ସପୋର୍ଟ କରିଥାନ୍ତି। ଅନ୍ୟ ଜଣେ ଯୁବକ ଯିଏ ଗୀତ ଗାଇଥାନ୍ତି ତାଙ୍କ ନାମ ହେଉଛି ସୁକାନ୍ତ।ସେ ପିଲାବେଳୁ ଗୀତ ଗାଇବା ପାଇଁ ବହୁତ ଇଚ୍ଛା।ପବିତ୍ର ଯେତେବେଳେ ଛାତି ମାଧ୍ୟମରେ ପାର୍ଟି ରେ ବାଦ୍ୟ ବଜାଉଥିଲେ ତାହା ଦେଖି ସୁକାନ୍ତ ଙ୍କୁ ବହୁତ ଭଲ ଲାଗିଥିଲା।ଏହାପରେ ସୁକାନ୍ତ ଗୀତ ଗାଇବେ ଏବଂ ପବିତ୍ର ଙ୍କୁ କହିଥିଲେ ଯେ ସେ ବାଦ୍ୟ ବଜାଇବେ।ଏହାପରେ ଦୁଇ ଜଣ ଭିଡିଓ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.