Movie prime

ହେ ଭଗବାନ ଭେଣ୍ଡିଆ ପୁଅକୁ ଦଳିଦେଲା ହାତୀ ଦେଖନ୍ତୁ ଏହି ଦୃଶ୍ୟ

 
Viral video
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିବ। ହାଟ କୁ ସଉଦା ପାଇଁ ଆସିଥିଲେ ଜଣେ ଯୁବକ । ସଉଦା କରି ସାରି ବାଇକ୍ ରେ ଘର କୁ ଫେରୁଥିଲେ ହେଲେ ହଟାତ ମାଡ଼ି ଆସିଲା ଦନ୍ତା ହାତୀ । ଆଉ ଦନ୍ତା ର ପାଦ ତଳେ ଚାପି ହୋଇ ଚାଲିଗଲା ଯୁବକ ଙ୍କ ଜୀବନ।
ମୟୂରଭଞ୍ଜ ଜିଲ୍ଲାର ବୈସିଙ୍ଗା ଥାନା ଆମ୍ବଗଡିଆ ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାପ୍ତାହିକ ହାଟ ରୁ ବାଇକ୍ ରେ ସଉଦା କରି ଫେରୁଥିବା ସମୟରେ ଯୁବକ ଙ୍କୁ କଚାଡି ମାରିଦେଲା ଏକ ବିରଟକାୟ ଦନ୍ତା ହାତୀ । ମୃ-ତ ଯୁବକ ଜଣକ ହେଉଛନ୍ତି ଆମ୍ବଗଡ଼ିଆ ଗ୍ରାମ ର ସିମିଲି ସାହି ର ଶିବା ସିଂ ଙ୍କ ପୁଅ ବିଶୁ ସିଂ।
ହଟାତ ବିଶାଳକାୟ ଦନ୍ତା ହାତୀ ହାଟ ଭିତର କୁ ପଶି ଆସିଥିଲା । ହାତୀ କୁ ଦେଖି ସେଠାରେ ଉପସ୍ଥିତ ଥିବା ପରିବା ଦୋକାନୀ ଓ ଗ୍ରାହକ ମାନେ ଜୀବନ ବିକଳ ରେ ଏଣେତେଣେ ଦଉଡ଼ି ପଳେଇ ଗଲେ। ହାତୀ କୁ ଦେଖି ସ୍ଥାନୀୟ ଲୋକେ ବେତନ ଟିମ୍ ରେଞ୍ଜର କୁ ବାରମ୍ୱାର ଫୋନ୍ କରିଥିଲେ। ଦୀର୍ଘ ସମୟ ଧରି ବନ ବିଭାଗ ତରଫ ରୁ କାହାର ଦେଖା ନ ଥିଲା ।ଯାହାଫଳରେ ହାତୀ ଟି ହାଟ ଭିତରେ ପଶି ଆମ୍ବଗଡ଼ିଆ ଗ୍ରାମ ର ବୈସିଙ୍ଗା ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତା ଉପର କୁ ଉଠି ଆସିଥିଲା। 
ସେହି ସମୟରେ ବିଶୁ ସିଂ ତାଙ୍କ ବାଇକ୍ ଯୋଗେ ଅନ୍ୟ ଜଣଙ୍କ ସହ ସାପ୍ତାହିକ ହାଟ ରୁ ଫେରୁଥିଲା । ହତି କୁ ଦେଖି ଦୁଃସାହସିକ ଭାବେ ହାତୀ ପାର୍ଶ୍ଵ ଦେଇ ରାସ୍ତା ଅତିକ୍ରମ କରିବାର ପ୍ରୟାସ କରିଥିଲା ହେଲେ ହାତୀ ଜାଣି ପାରି ବୁଲି ଯାଇ ନିଜ ସୁଣ୍ଡ ରେ ବିଶୁ କୁ ଧରି ପକେଇଥିଲା ତେବେ ସେହି ସମୟରେ ଅନ୍ୟ ଜଣେ ଯୁବକ ସୌଭାଗ୍ୟବସତ ଦଉଡ଼ି ପଳେଇ ଥିଲେ । ଦନ୍ତା ବିଶୁ କୁ ରାସ୍ତା ଉପରେ କଚାଡି ଥିବାର ଦୃଶ୍ୟ କୁ ଶତାଧିକ ଲୋକ ନିରୁପାୟ ହୋଇ ଦେଖୁଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।