Movie prime

Live Video ରେ ବିଦେଶିନୀ ଙ୍କୁ ଜବରଦସ୍ତ Kiss କଲେ ଯୁବକ ଦେଖନ୍ତୁ ଏହି VIRAL VIDEO

 
Viral video
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଲାଇଭ ଷ୍ଟ୍ରିମିଙ୍ଗ ବେଳେ ରାସ୍ତା ଉପରେ ଜଣେ ବିଦେଶୀ ଯୁବତୀ ୟୁଟ୍ୟୁବର ଙ୍କୁ ଟଣା ଓଟରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଯୁବତୀ ଜଣଙ୍କ ବ୍ଲଗ୍ କରିଥିବା ସମୟରେ ବିଦେଶିନୀ ଙ୍କୁ ରାସ୍ତା ଉପରେ ଟଣା ଓଟରା କରିଲେ ଦୁର୍ବୃତ୍ତ ଏବଂ କିସ୍ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।
ଯେଉଁ ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏତିକି ରେ ଯୁବକ ଜଣଙ୍କ ର ଉତ୍ପାତ ଥମି ନଥିଲା।
ଯୁବତୀଙ୍କୁ ପିଛା କରିବା ସହିତ ତାଙ୍କୁ ଲିପ୍ଟ ର ଅଫର ମଧ୍ୟ ଦେଇଥିଲେ।କିନ୍ତୁ ଯୁବତୀ ଜଣଙ୍କ ଯିବାକୁ ମନା କରି ଦେଇଥିଲେ।ଗତକାଲି ରାତିରେ ମାୟାନଗରୀ ମୁମ୍ବାଇ ରେ ଏଭଳି ଘଟିଛି ଏକ ଅଭାବନୀୟ ଘଟଣା।
ଭିଡିଓ ଟି ମଧ୍ୟ ଅନଲାଇନ୍ ରେ ସେୟାର ହୋଇଛି।ଦକ୍ଷିଣ କୋରିଆର ଜଣେ ଯୁବତୀ ୟୁଟ୍ୟୁବର ଲାଇଭ ଷ୍ଟ୍ରିମିଙ୍ଗ କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ହଇରାଣ କରିଥିଲେ।
ଏବଂ ତାଙ୍କୁ କିସ୍ କରିବା ପାଇଁ ଉଦ୍ୟମ କରୁଥିବାର ଭିଡିଓ ରେ ଦେଖିବାକୁ ମିଳିଛି।ଏହାପରେ ତାଙ୍କ ହାତ ଧରି ଟାଣି ଟାଣି ନେଇଥିବାର ମଧ୍ୟ ଦେଖିବାକୁ ମିଳିଛି।ସେହି ସମୟରେ ଯୁବତୀ ଜଣଙ୍କ ଚିତ୍କାର କରିବା ସହିତ ସେ ନା ନା ବୋଲି ଯୁବକଙ୍କୁ କହୁଥିଲେ।
ତଥାପି ଯୁବକ ଜଣଙ୍କ ତାଙ୍କୁ ହଇରାଣ କରିବାକୁ ପଛାଉ ନଥିଲେ।ଏହି ଘଟଣା ରେ ପୋଲିସ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିଛନ୍ତି ବୋଲି ଜଣାପଡିଛି।ଗିରଫ ଦୁଇ ଜଣ ଯୁବକ ହେଉଛନ୍ତି
 ମୋବିନ୍ ଚାନ୍ଦ ତାଙ୍କୁ ୧୯ ବର୍ଷ ବୟସ।ଆଉ ଜଣଙ୍କ ନାମ ନାକିମ୍।ତାଙ୍କୁ ହେଉଛି ୨୦ ବର୍ଷ।ଏହି ଭିଡିଓ ଦେଖିବା ପରେ ଦର୍ଶକ ମାନେ ବହୁତ ନିନ୍ଦା କରିଛନ୍ତି।ଦୁଇ ଜଣ ଯୁବକ ଙ୍କୁ ଉଚିତ ଶାସ୍ତି ଦିଆଯାଉ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.