Movie prime

ଇଛାଶକ୍ତି ଆଗରେ ହାର ମାନିଗଲା ଅକ୍ଷମତା ଦେଖନ୍ତୁ କେମିତି ଚିତ୍ର ରେ ପ୍ରାଣ ଭରି ଦେଉଛି ଏହି କୁନି ଝିଅ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ନାଗ। ହାତ ନାହିଁ, ଗୋଡ ନାହିଁ ହେଲେ କାହାରିଠୁ କମ୍ ନୁହନ୍ତି ପାୟଲ ନାଗ।
ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତୀଗିରି ବାଳନିକେତର ଅଧିବାସୀନି ପାୟଲ ନାଗ। ଦାଦନ ଦୁଃଖର ଅନନ୍ୟ ଉଦାହରଣ। ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି ପାୟଲ ନାଗ।
ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି ପାୟଲ। ଏବଂ ଭଲ ଗୀତ ଗାଉବା ସହିତ ସୁନ୍ଦର ନୃତ୍ୟ ମଧ୍ୟ କରୁଛନ୍ତି ପାୟଲ ନାଗ। 
ବିଦ୍ୟୁତ୍ ତା'ର ସଂସ୍ପର୍ଶରେ ଆସି ହାତ ଗୋଡ଼ ହରାଇବା ପରେ ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ବଲାଙ୍ଗିରର ପାୟଲ ନାଗ। ପାଟିରେ ସୁନ୍ଦର ସୁନ୍ଦର ଚିତ୍ରାଙ୍କନ କରି ପାୟଲ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାୟଲଙ୍କୁ ପ୍ରଶଂସା କରିଛନ୍ତି। ଟୁଇଟ କରି ପାୟଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ପାୟଲଙ୍କ ଏହି ସଫଳତା ପଛରେ ଜିଲ୍ଲାପାଳ ଚଞ୍ଚଲ ରଣାଙ୍କ ସହଯୋଗ ରହିଛି। 
ସୂଚନା ଅନୁସାରେ ପାୟଲଙ୍କ ବାପା ମା’ କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ରାୟପୁର ଯାଇଥିଲେ। ସେଠାରେ ପାୟଲ ତାଙ୍କ ଭାଇ ସହ ଖେଳିବା ସମୟରେ ବିଦ୍ୟୁତ୍ ତା'ର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ।
ଏହି ଦୁ-ର୍ଘ-ଟ-ଣାରେ ପାୟଲଙ୍କ ଜୀବନ ସିନା ବଞ୍ଚିଯାଇଥିଲା ହେଲେ ହରାଇବାକୁ ପଡ଼ିଥିଲା ତାଙ୍କର ଦୁଇ ହାତ ଆଉ ଗୋଡ଼କୁ। ଯାହା ଥିଲା ପାୟଲଙ୍କ ଜୀବନର ସବୁଠାରୁ ବଡ ଦୁଃଖର ସମୟ।
ଦେହ ଭଲ ହେବା ପରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ପାୟଲ। ପାୟଲଙ୍କ ପାଠ ପଢିବାର ଆଗ୍ରହ ଦେଖି ଜିଲ୍ଲାପାଳ ସହଯୋଗର ହାତ ବଢାଇଥିଲେ। 
ଏବେ ପାୟଲ ବଲାଙ୍ଗିର ସହରର ପଥରଚେପା ଠାରେ ଥିବା ପାର୍ବତୀଗିରି ଆଶ୍ରମରେ ରହିବା ସହ ପଲ୍ଲିଶ୍ରୀ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି।
ଏଥି ସହିତ ଜିଲ୍ଲା ସ୍ଥରୀୟ ରାଜ୍ଯ ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଉଛନ୍ତି।
ଆଗାମୀ ଦିନରେ ପାୟଲ ପାଠ ପଢି ଜଣେ ବଡ ମଣିଷ ହେବାକୁ ଲକ୍ଷ୍ୟ ରଖିଥିବା ବେକେ ତାଙ୍କର ସ୍ଵପ୍ନକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମଧ୍ୟ ଆପ୍ରାଣ ଉଦ୍ୟମ କରୁଛି।
ତେବେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ପାୟଲ ଆଜି ଅନ୍ଯ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।