Movie prime

ଗୋଟେ ପଟେ ଚାଲିଛି ରେଡ ଆଉ ଗୋଟେ ପଟେ DCP ଆଉ ପିଲା ମାନଙ୍କ ଭିତରେ ସୁନ୍ଦର କଥାବାର୍ତ୍ତା ଦେଖନ୍ତୁ କେମିତି DCP ଙ୍କୁ ଚକ୍ଲେଟ ଜାଚିଲେ ଏହି ପିଲାମାନେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୋଲିସ୍ ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଅଜଣା ଭୟ ଥାଏ। ପ୍ରାୟତଃ ଲୋକ ମାନଙ୍କର ପୋଲିସ୍ ଙ୍କୁ ଦେଖିଲେ ମାନେ ତାଙ୍କ ମନରେ ଏକ ଅଜବ ଶ୍ରିହରଣ ସୃଷ୍ଠି ହୋଇଥାଏ।ପୋଲିସ୍ ମାନେ ଦୋଷୀ ମାନଙ୍କୁ କଠୋର ଦଣ୍ଡ ଦେଇ ଥାଆନ୍ତି। ହେଲେ ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଖୁସି ହୋଇ ଯିବେ।
ଏବଂ ପୋଲିସ ମାନଙ୍କ ପ୍ରତି ଥିବା ଆପଣଙ୍କ ମନରେ ସେହି ଭୟ ମଧ୍ଯ ଦୂରୀଭୂତ ହୋଇଯିବ। ଆଜ୍ଞା ହଁ ବନ୍ଧୁଗଣ ସାଲିଆ ସାହୀ ବସ୍ତିରେ ଚୋରା ମଦ ତିଆରି ହେଉଥିଲା ଏବଂ ସେଠାରେ କମିଶନରେଟ ପୋଲିସ ସେହି ସ୍ଥାନରେ ଯାଇ ଚଢାଉ କରିଥିଲେ। ଏହି ସମୟରେ ସେହି ସ୍ଥାନରେ ଡିସିପି ଙ୍କୁ ନଜର ଆସିଥିଲେ ସେଠାକାର କୁନି କୁନି ପିଲା ମାନେ।
ଛୋଟ ଛୋଟ ପିଲା ମାନଙ୍କୁ ଦେଖାଇ ଡିସିପି ତାଙ୍କ ସହ ବେଶ ଭଲରେ କଥା ମଧ୍ୟ ହୋଇଥିଲେ। ଏବଂ ସେହି କୁନି କୁନି ପିଲା ମାନଙ୍କ ସହ ଖୁବ୍ ମଜା ମସ୍ତି ମଧ୍ୟ କରିଥିଲେ। ସେହି କୁନି ପିଲା ମଧ୍ୟରୁ ଜଣେ ଡିସିପି ଙ୍କୁ ଚକୋଲେଟ୍ ମଧ୍ଯ ଦେଇଥିଲେ ହେଲେ ଡିସିପି ତାକୁ ଗ୍ରହଣ ନକରି ସେହି ପିଲାଟିର ମୁଣ୍ତ କୁ ଆଉଁସି ଦେଇଥିଲେ। ଏହାପରେ ସେ ପିଲା ଜଣକ ସେହି ଚକୋଲେଟ୍ ଖାଇ ଦେଇଥିଲା।
ଏହାପରେ ମଧ୍ୟ ପିଲାଟି ନିଜ ପାଟି ଓ ହାତ ଦ୍ବାରା ବାଜାର ଶବ୍ଦ ବାହାର କରି ଦେଖାଇଥିଲା। ଯାହାକୁ ଦେଖି ଡିସିପି ବେଶ ଖୁସି ମଧ୍ୟ ହୋଇ ଯାଇଥିଲେ। ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଦର୍ଶକ ମାନେ ମଧ୍ୟ ଏହି ଭିଡିଓ ଦେଖିବାକୁ ଖୁବ୍ ପଶନ୍ଦ କରିଛନ୍ତି। ଲୋକ ମାନେ ଖାକି ପୋଷାକ ତଳେ ଥିବା ନିରୀହ ମନ କୁ ଖୁବ୍ ପସନ୍ଦ କରିଛନ୍ତି।